ନୂଆଦିଲ୍ଲୀ: ରାମମନ୍ଦିର ନିର୍ମାଣକୁ କୌଣସି ସରକାର ଅଣଦେଖା କରିପାରିବେ ନାହିଁ। ବୁଧବାର ଏ କଥା କହିଛନ୍ତି ବିଜପିର ରାଜ୍ୟସଭା ସାଂସଦ ବିନୟ କଟିୟାର।
ସେ କହିଛନ୍ତି, ରାମମନ୍ଦିର ବିଷୟରେ କୌଣସି ନିଷ୍ପତ୍ତି ନେବା ନରେନ୍ଦ୍ର ମୋଦି ସରକାର ପାଇଁ ବଡ କାମ ନୁହେଁ। ରାମମନ୍ଦିର ପ୍ରସଙ୍ଗ ସହିତ ଜଡ଼ିତ ସମସ୍ତ ପକ୍ଷଙ୍କୁ ସରକାରୀ ଅଧିକାରୀମାନେ ଏକାଠି ଡାକି ବସାଇପାରିବେ ଓ ଆଲୋଚନା କରିପାରିବେ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଇପାରିବ ନାହିଁ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିବାର କିଛି ଦିନ ପରେ କଟିୟାର ଏଭଳି ମନ୍ତବ୍ୟ ଦେଇଛନ୍ତି। ଅମିତ ଶାହ କହିଥିଲେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି ମୁଖ୍ୟ ପ୍ରସଙ୍ଗ। କିନ୍ତୁ ଏହା କରାଯାଇପାରିବ ନାହିଁ। କାରଣ ଏଥିପାଇଁ ସମ୍ବିଧାନ ଅନୁଯାୟୀ ସଂସଦରେ ବିଜପି ୩୭୦ ସଦସ୍ୟ ଆବଶ୍ୟକ କରୁଛି।
ଗତ ମାସରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କହିଥିଲେ ଯେ ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆଇନ ଆଣି ପାରିବେ ନାହିଁ। କାରଣ ରାଜ୍ୟସଭାରେ ଏନଡିଏର ସଂଖ୍ୟାଗରିଷ୍ଠତା ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।