ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍ ବଟମ୍’ର ନିର୍ଦ୍ଦେଶକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ୱାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ ବଟମ୍’ର ନିର୍ଦ୍ଦେଶକଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ନିର୍ଦ୍ଦେଶକ ଆୟୁଷ ତିୱାରୀ ଏବଂ ତାଙ୍କ ସାଙ୍ଗ ରାକେଶ ଶର୍ମାଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ଜଣେ ଅଭିନେତ୍ରୀ। ପୁଲିସ ଏବେ ନିର୍ଦ୍ଦେଶକ ଏବଂ ତାଙ୍କ ସାଙ୍ଗଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଅନୁଯାୟୀ ଦୁଷ୍କର୍ମ ମାମଲା ରୁଜୁ କରଛନ୍ତି।

ଅଭିନେତ୍ରୀ ଜଣଙ୍କ ଅନେକ ଫିଲ୍ମ ଏବଂ ଓଟିଟି ୱେବ୍ ସିରିଜରେ କାମ କରିଛନ୍ତି। ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଆୟୁଷ ତାଙ୍କୁ ବିବାହ କରିବା ଆଳରେ ଦୁଷ୍କର୍ମ କରିଥିଲେ। ଏ ନେଇ ଆୟୁଷଙ୍କ ସାଙ୍ଗ ରାକେଶଙ୍କ ନିକଟରେ ମଧ୍ୟ ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ। ହେଲେ ନ୍ୟାୟ ପାଇବା ଆଳରେ ଓଲଟି ଆୟୁଷଙ୍କ ସାଙ୍ଗ ରାକେଶ ମଧ୍ୟ ଅଭିନେତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।

ଅକ୍ଷୟ କୁମାରଙ୍କ ଏହି ଫିଲ୍ମଟି ଲକଡାଉନରେ ସୁଟିଂ ହୋଇଥିଲା। ଏହାର ଶୁଟିଂ ଦେଢ଼ ମାସ ମଧ୍ୟରେ ଶେଷ ହୋଇଥିଲା। ଫିଲ୍ମର ଟିଜର ମଧ୍ୟ ରିଲିଜ୍ ହୋଇଛି। ଅକ୍ଷୟ ସିକ୍ରେଟ୍ ଏଜେଣ୍ଟ ଭୂମିକାରେ ନଜର ଆସିବେ। ଅକ୍ଷୟ କୁମାରଙ୍କର ଏହା ଏକ ଡିଟେକ୍ଟିଭ୍ ଫିଲ୍ମ। ଏହା ୮୦ ଦଶକର କାହାଣୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।