ଏହି ରାଜ୍ୟର ବିଜେପି ମୁଖ୍ୟଙ୍କୁ କରୋନା, କ୍ୱାରେଣ୍ଟାଇନରେ ରାମ ମାଧବ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ବିଜେପିର ଜମ୍ମୁ-କଶ୍ମୀର ମୁଖ୍ୟ ରବୀନ୍ଦ୍ର ରାଇନା। ଏହି ଖବର ମିଳିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ହୋମ କ୍ୱାରେଣ୍ଟାଇନକୁ ଯାଇଛନ୍ତି।

ନିକଟରେ ଉଭୟ ରାଇନାଙ୍କ ସହ କଶ୍ମୀରର ବିଭିନ୍ନ ସ୍ଥାନକୁ ଯାଇଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି। ଜିତେନ୍ଦ୍ର ସିଂହ ଟ୍ୱିଟ କରି କହିଛନ୍ତି, “ମୁଁ ଆଜି ୪ଟା ବେଳଠାରୁ ସେଲଫ କ୍ୱାରେଣ୍ଟାଇନରେ ରହିଛି। ଜମ୍ମୁ-କଶ୍ମୀର ବିଜେପି ମୁଖ୍ୟ ରବୀନ୍ଦ୍ର ରାଇନା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ପାଇବା ପରେ ମୁଁ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଜୁଲାଇ ୧୨ରେ ସେ ଆମ ସହ ଶ୍ରୀନଗରରୁ ବାନ୍ଦିପୋରା ଯାଏ ଯାଇଥିଲେ।”

ରାମ ମାଧବ କହିଛନ୍ତି, “ଗତ ୨ ସପ୍ତାହ ମଧ୍ୟରେ ମୁଁ ୫ଥର କରୋନା ଟେଷ୍ଟ କରିଛି। ହେଲେ ସବୁଥର ରିପୋର୍ଟ ନେଗେଟିଭ ଆସିଛି। ତଥାପି ମୁଁ ନିଜକୁ ସେଲଫ କ୍ୱାରେଣ୍ଟାଇନ କରିନେଇଛି। ୪୮ ଘଣ୍ଟା ତଳେ ମୋର ବନ୍ଧୁ ରବୀନ୍ଦ୍ର ରାଇନଙ୍କ ସହ ମୁଁ ରହିଥିଲି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମୁଁ ଏଭଳି ପଦକ୍ଷେପ ଗ୍ରହଣ କରିଛି।

ଅନ୍ୟପକ୍ଷରେ ରାଇନାଙ୍କ ଶରୀରରେ ଖୁବ୍‌ କମ ଲକ୍ଷଣ ଦେଖା ଦେବାରୁ ସେ ନିଜ ଆଡ଼ୁ କରୋନା ଟେଷ୍ଟ କରିଥିଲେ। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଆହୁରି ପଢ଼ନ୍ତୁ

ପୁଣି ରିୟାଙ୍କୁ ଟାର୍ଗେଟ କରି ଭିଡିଓ ଜାରି କଲେ ସୁଶାନ୍ତଙ୍କ ବାପା

ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଅନନ୍ୟ: ସ୍ୱାମୀଙ୍କୁ ‘ତିନ୍ ତଲାକ୍’ ଦେଲେ ମହିଳା

ରିୟା ଫେରାର ନାହାନ୍ତି, ବିହାର ପୁଲିସ୍‌ ତାଙ୍କୁ ସମନ କରିନି: ଓକିଲ

ଅମିତ ଶାହଙ୍କୁ କରୋନା ପରେ ଆଇସୋଲେସନରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

‘ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋର ଚିନ୍ତା’: ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେନି ଉମା ଭାରତୀ

ଅଯୋଧ୍ୟା ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ କାର୍ଡ

ମହାକାଶରୁ ସମୁଦ୍ର ମଧ୍ୟରେ ଅବତରଣ କଲେ ମହାକାଶଚାରୀ, ଦେଖନ୍ତୁ ଭିଡିଓ

ଓଜନ କମ୍‌ କରେ ଉଷୁମ ପାଣି

ସାଂସଦ କାର୍ତ୍ତି ଚିଦାମ୍ବରମ କରୋନାରେ ଆକ୍ରାନ୍ତ

ଦେଶରେ ୧୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ରେକର୍ଡ ୪୦ ହଜାରରୁ ଅଧିକ ସୁସ୍ଥ