ସଡ଼କ ପରିବହନ ବିଲକୁ ବିରୋଧ: ସାରା ଦେଶରେ ଚକା ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ପ୍ରସ୍ତାବିତ ନୂଆ ସଡ଼କ ପରିବହନ ବିଲକୁ ବିରୋଧ କରି ଗୁରୁବାର ସାରା ଦେଶର ପରିବହନ କର୍ମଚାରୀମାନେ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି। ଫଳରେ ଦେଶରେ ଓଡ଼ିଶା ସମେତ ଅନେକ ରାଜ୍ୟରେ ସାଧାରଣ ଜୀବନଯାତ୍ର ପ୍ରଭାବିତ ହୋଇଛି। ଜାତୀୟ ସ୍ତରର ସମସ୍ତ ସଡ଼କ ପରିବହନ ସଂଗଠନଗୁଡ଼ିକ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି। ଏଥିରେ ସରକାରୀ ସଂଗଠନଗୁଡ଼ିକ ବି ସାମିଲ ହୋଇଛନ୍ତି। ଏଥିରେ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ କଂଗ୍ରେସ (ଏଆଇଟିୟୁସି), ସେଣ୍ଟର […]

biju

biju

Rakesh Mallick
  • Published: Thursday, 30 April 2015
  • Updated: 30 April 2015, 11:31 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ପ୍ରସ୍ତାବିତ ନୂଆ ସଡ଼କ ପରିବହନ ବିଲକୁ ବିରୋଧ କରି ଗୁରୁବାର ସାରା ଦେଶର ପରିବହନ କର୍ମଚାରୀମାନେ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି। ଫଳରେ ଦେଶରେ ଓଡ଼ିଶା ସମେତ ଅନେକ ରାଜ୍ୟରେ ସାଧାରଣ ଜୀବନଯାତ୍ର ପ୍ରଭାବିତ ହୋଇଛି।

ଜାତୀୟ ସ୍ତରର ସମସ୍ତ ସଡ଼କ ପରିବହନ ସଂଗଠନଗୁଡ଼ିକ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି। ଏଥିରେ ସରକାରୀ ସଂଗଠନଗୁଡ଼ିକ ବି ସାମିଲ ହୋଇଛନ୍ତି। ଏଥିରେ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ କଂଗ୍ରେସ (ଏଆଇଟିୟୁସି), ସେଣ୍ଟର ଅଫ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ୍ସ (ସିଟୁ), ବିଏମଏସ, ଆଇଏନଟିୟୁସି, ଏଚଏମଏସ, ଏଆଇସିସିଟୟୁ, ଏଲପିଏଫ ଭଳି ଜାତୀୟ ଟ୍ରେଡ୍ ୟୁନିୟନ ଓ ଅନ୍ୟାନ୍ୟ ରାଜ୍ୟ ସ୍ତରୀୟ ସଂଗଠନ ସହିତ ସଂଶ୍ଳୀଷ୍ଟ ଥିବା ଉଭୟ ସରକାରୀ ଓ ଘରୋଇ ପରିବହନ କର୍ମଚାରୀମାନେ ଏହି ବନ୍ଦରେ ସାମିଲ ହୋଇଛନ୍ତି।
ଦିଲ୍ଲୀରେ ଅଟୋ-ରିକ୍ସା ସଂଘ ଓ ଦିଲ୍ଲୀ ଟ୍ୟାକ୍ସି ୟୁନିଅନ ସହିତ ଦିଲ୍ଲୀ ପରିବହନ ନିଗମର ଅଧିକାଂଶ କର୍ମଚାରୀ ବନ୍ଦରେ ସାମିଲ ହୋଇଛନ୍ତି। ବେଙ୍ଗଲୁରୁରେ ମଧ୍ୟ ଅନେକ ଅଟୋ ସଂଘ ଏଥିରେ ସାମିଲ ହୋଇଛନ୍ତି। ଗୁଜରାଟ ରାଜ୍ୟ ପରିବହନ ନିଗମର କର୍ମଚାରୀମାନେ ଏହି ବନ୍ଦ ଡାକରାରେ ସାମିଲ ହୋଇଥିବା ଯୋଗୁ ୮୦୦୦ ବସ୍ ବିଭିନ୍ନ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି। ଓଡ଼ିଶାରେ ବସ୍ ଓ ଟ୍ରକ ଚଳାଚଳ ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବସ ସେବା ଠପ୍ ହୋଇଯାଇଥିଲା।

ପୂରା ଗୋଟିଏ ଦିନ ଧରି ଦିଆଯାଇଥିବା ଏହି ବନ୍ଦ ଡାକରା ବୁଧବାର ମଧ୍ୟରାତିରୁ ଆରମ୍ଭ ହୋଇଯାଇଥିଲା। ଅନ୍ୟପକ୍ଷରେ ବନ୍ଦ ଡାକରାକୁ ବାତିଲ କରି ଦେବାକୁ ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପରିବହନ କର୍ମଚାରୀମାନଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ଏନଡିଏ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୂଆ ସଡ଼କ ପରିବହନ ଓ ସୁରକ୍ଷା ବିଲ-୨୦୧୫କୁ ସମର୍ଥନ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ପ୍ରସ୍ତାବିତ ସଡ଼କ ପରିବହନ ବିଲରେ ସାମାନ୍ୟ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ବହୁ ଅଧିକ ଜୋରିମାନାର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ପୋଷ୍ଟଗୁଡ଼ିକରେ ଲାଲ ସଂକେତ ଲାଗିଥିଲା ବେଳେ କଟକଣା ସୀମା ଅତିକ୍ରମ କରିଗଲେ ଗାଡିଗୁଡ଼ିକଠାରୁ ୫୦୦୦ ଟଙ୍କା ଜୋରିମାନା ଆଦାୟ କରିବାକୁ ବ୍ୟବସ୍ଥା କରାଯାଇଛି। ସିଟ୍ ବେଲ୍ଟ ବାନ୍ଧି ନଥିଲେ ବି ୫୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବାକୁ ପ୍ରସ୍ତାବ ରହିଛି ।

ସେହିଭଳି ଗାଡ଼ି ଧକ୍କାରେ ଯଦି କୌଣସି ଶିଶୁର ମୃତୁ୍ୟ ଘଟେ ତା’ହେଲେ ଡ୍ରାଇଭରଙ୍କୁ ସାତ ବର୍ଷ ଜେଲ ଦଣ୍ଡ ଦିଆଯିବା ସହିତ ୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବାକୁ ଆଇନ ପ୍ରସ୍ତୁତ ହୋଇଛି। ଗାଡ଼ି କୌଣସି ପଶୁକୁ ଧକ୍କା ଦେଲେ ଡ୍ରାଇଭରଙ୍କୁ ୪ ବର୍ଷ ଜେଲ ଦଣ୍ଡ ଦିଆଯିବା ସହିତ ତାଙ୍କଠାରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବାକୁ ବ୍ୟବସ୍ଥା ରହିଛି।

ମଦ ପିଇ ଗାଡି ଚଲାଉଥିଲେ ଡ୍ରାଇଭରଙ୍କଠାରୁ ୧୫,୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ଅବା ବର୍ଷେ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଦିଆଯିବ।

ସେହିପରି ଜିପିଏସ ସିଷ୍ଟମ ଲଗାଇବାକୁ ବି ବାଧ୍ୟତାମୂଳକ କରାଯିବାକୁ ବିଲରେ ପ୍ରସ୍ତାବ ରହିଥିବା ବେଳେ ଏହାକୁ ମଧ୍ୟ ବିରୋଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos