ଶଶି ଥରୁରଙ୍କୁ ସାହିତ୍ୟ ଏକାଡେମୀ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା, ଲେଖକ ତଥା ସାଂସଦ ଶଶି ଥରୁର ୨୦୧୯ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପାଇବେ। ଥିରୁଭନନ୍ତପୁରମ୍‌ର ଏହି ସାଂସଦ ‘ଆନ୍ ଏରା ଅଫ୍ ଡାର୍କନେସ୍: ଦି ବ୍ରିଟିଶ୍ ଏମ୍ପାୟାର ଅଫ୍ ଇଣ୍ଡିଆ’ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବେ। ଏହି ବହିଟି ୨୦୧୬ ମସିହାରେ ପ୍ରକାଶିତ ହୋଇଥିଲା। ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା, ଯେଉଁଥିରେ ୨୩ଟି ଭାଷାରେ ପୁରସ୍କାର ପାଇବାକୁ ଥିବା ସାହିତ୍ୟ ସ୍ରଷ୍ଟାଙ୍କ […]

Tharoor

Tharoor

Subrat Kumar Nayak
  • Published: Wednesday, 18 December 2019
  • Updated: 18 December 2019, 08:57 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା, ଲେଖକ ତଥା ସାଂସଦ ଶଶି ଥରୁର ୨୦୧୯ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପାଇବେ। ଥିରୁଭନନ୍ତପୁରମ୍‌ର ଏହି ସାଂସଦ ‘ଆନ୍ ଏରା ଅଫ୍ ଡାର୍କନେସ୍: ଦି ବ୍ରିଟିଶ୍ ଏମ୍ପାୟାର ଅଫ୍ ଇଣ୍ଡିଆ’ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବେ। ଏହି ବହିଟି ୨୦୧୬ ମସିହାରେ ପ୍ରକାଶିତ ହୋଇଥିଲା।

ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା, ଯେଉଁଥିରେ ୨୩ଟି ଭାଷାରେ ପୁରସ୍କାର ପାଇବାକୁ ଥିବା ସାହିତ୍ୟ ସ୍ରଷ୍ଟାଙ୍କ ନାମ ଥିଲା। ଏଥିରେ ଶଶିଙ୍କ ନାମ ମଧ୍ୟ ରହିଛି। ସେ ଇଂରାଜୀ ଭାଷାରେ କ୍ରିଏଟିଭ୍ ନନ୍ ଫିକସନ୍ ବିଭାଗରେ ଏହି ପୁରସ୍କାର ପାଇବେ।

ଏହି ବହିରେ ବ୍ରିଟିଶ ଶାସନ ଏବଂ ଉପନିବେଶ ଶାସନର ଅତ୍ୟାଚାର ବାବଦରେ ବର୍ଣ୍ଣନା କରାଯାଇଛି। ଲଣ୍ଡନ ଜନ୍ମିତ ଥରୁର ୧୯୭୫ ମସିହାରେ ଦିଲ୍ଲୀରେ ସେଣ୍ଟ ଷ୍ଟିଫେନ୍ କଲେଜ୍ରୁ ଗ୍ରାଜୁଏସନ୍ କରିଥିଲେ। ୧୯୭୮ ମସିହାରେ ସେ ଇଣ୍ଟରନ୍ୟାସନାଲ ରିଲେସନ୍ସ ଆଣ୍ଡ ଆଫେୟାର୍ସରେ ଡକ୍ଟରେଟ୍ କରିଥିଲେ। ସେ ଜାତିସଂଘରେ ଅଣ୍ଡର ସେକ୍ରେଟାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ଏପରିକି ଭାରତର ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

ଇଂରାଜୀ ଭାଷାରେ ଦଖଲ ପାଇଁ ପ୍ରସିଦ୍ଧ ଥରୁର କ୍ଲୀଷ୍ଟ ଇଂରାଜୀ ଶବ୍ଦ ବ୍ୟବହାର ପାଇଁ ଅନେକ ସମୟରେ ଟ୍ରଲ୍ ହୋଇଛନ୍ତି। ତାଙ୍କର ଅନ୍ୟ କିଛି ରଚନା ମଧ୍ୟରେ ହ୍ୱାଇ ଆଇ ଆମ୍ ହିନ୍ଦୁ, ପାରାଡକ୍ସିକାଲ ପ୍ରାଇମ୍ ମିନିଷ୍ଟର ଏବଂ ଇଙ୍ଗ୍ଲୋରିଅସ୍ ଏମ୍ପାୟାର ପ୍ରସିଦ୍ଧ।

୨୦୧୯ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ଅଧ୍ୟକ୍ଷ ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ୨୩ ଭାରତୀୟ ଭାଷାର ଜୁରୀଙ୍କୁ ନେଇ ପ୍ରତିଭାମାନଙ୍କୁ ବଛାଯାଇଛି। ଚଳିତ ବର୍ଷ ୭ କବିଙ୍କୁ ଏହି ସମ୍ମାନ ମିଳିବ। ବୋଡୋ ଭାଷାରେ ଫୁକନ୍‌ ଚନ୍ଦ୍ର ବାସୁମତରାୟ, ହିନ୍ଦୀରେ ନନ୍ଦ କିଶୋର ଆଚାର୍ଯ୍ୟ, କୋଙ୍କଣୀ ନିବା ଏ ଖାଣ୍ଡେକର, ମୈଥିଳିରେ କୁମାର ମନୀଷ ଅରବିନ୍ଦ, ମାଲାୟଲମ୍‌ରେ ଭି ମଧୁସୂଦନନ୍‌ ନୈୟାର, ମରାଠୀରେ ଅନୁରାଧା ପାଟିଲ ଏବଂ ସଂସ୍କୃତରେ ପେନ୍ନା ମଦୁସୂଦନମ୍‌ ଏହି ପୁରସ୍କାର ପାଇବେ।

ଉପନ୍ୟାସ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଅହମୀୟାରେ ଜୟଶ୍ରୀ ଗୋସ୍ୱାମୀ ମହାନ୍ତ, ମଣିପୁରୀରେ ଏଲ୍‌ ବୀରମଙ୍ଗଳ ସିଂହ, ତାମିଲରେ ଚୋ ଧରମ୍‌ ଏବଂ ତେଲଗୁରେ ବନ୍ଦି ନାରାୟଣ ସ୍ୱାମୀଙ୍କୁ ଏହି ସମ୍ମାନ ମିଳିବ।

କ୍ଷୁଦ୍ର ଗଳ୍ପ ପାଇଁ କଶ୍ମିରୀ ଭାଷାରେ ଲେଖୁଥିବା ଅବ୍ଦୁଲ ଆହାଦ ହଜିନି, ଓଡ଼ିଆରେ ତରୁଣ କାନ୍ତି ମିଶ୍ର, ପଞ୍ଜାବୀରେ କୃପାଲ କାଜାକ୍‌, ରାଜସ୍ଥାନୀରେ ରାମ ସ୍ୱରୂପ କିଶନ୍‌, ସାନ୍ତାଳୀରେ କାଳୀ ଚରଣ ହେମ୍ବ୍ରମ୍ ଏବଂ ସିନ୍ଧିରେ ଈଶ୍ୱର ମୂର୍ଜାନି ଏହି ସମ୍ମାନ ପାଇବେ। କ୍ରିଏଟିଭ୍‌ ନନ୍‌ ଫିକସନ୍‌, ଆତ୍ମ ଜୀବନୀ ଏବଂ ଜୀବନୀ ପାଇଁ ଯଥାକ୍ରମେ ଶଶି ଥରୁର, ବିଜୟା (କନ୍ନଡ଼) ଏବଂ ଶାଫି କିଦ୍‌ୱାଇ (ଉର୍ଦ୍ଦୁ) ଏହି ସମ୍ମାନ ପାଇବେ।

ପ୍ରବନ୍ଧ କ୍ଷେତ୍ରରେ ଚିନ୍ମୟ ଗୁହା (ବଙ୍ଗଳା), ଓମ୍‌ ଶର୍ମା ଜନ୍ଦ୍ରିଆରୀ (ଡୋଗ୍ରୀ) ଏବଂ ରତିଲାଲ ବୋରିସାଗର (ଗୁଜରାଟୀ) ଏହି ସମ୍ମାନ ପାଇବେ। ଆସନ୍ତା ବର୍ଷ ବା ୨୦୨୦ ଫେବୃଆରୀ ୨୫ ବିଜେତାମାନଙ୍କୁ ଏକ ତାମ୍ରପତ୍ର ଏବଂ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଆକାରରେ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos