କିଏ ହେବ ୟୁପିଏର ଆଗାମୀ ଅଧ୍ୟକ୍ଷ ?

ନୂଆଦିଲ୍ଲୀ: ଦିନେ ବିଦେଶିନୀ କହି ସୋନିଆଙ୍କ ସମ୍ଭାବ୍ୟ ପ୍ରଧାନମନ୍ତ୍ରିତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଦଳ ବି ଛାଡ଼ି ନୂଆ ଦଳ ଗଢ଼ିଥିଲେ। ଏବେ କିନ୍ତୁ ସେ ତାଙ୍କ ଉତ୍ତରାଧିକାରୀ ଦୌଡ଼ର ସବା ଆଗରେ। ଆମେ କହୁଛୁ ଭାରତୀୟ ରାଜନୀତିର ଅନ୍ୟ ଜଣେ ଚତୂର ତଥା ଅଭିଜ୍ଞ ଖେଳାଳି ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ କଥା। ଏବେ ୟୁପିଏର ଆଗାମୀ ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚାର ସବା ଆଗରେ ଅଛନ୍ତି ଏହି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ନଗଦ […]

sonia-gandhi

sonia-gandhi

Subhransu Sekhar
  • Published: Thursday, 10 December 2020
  • Updated: 10 December 2020, 06:14 PM IST

Sports

Latest News

ନୂଆଦିଲ୍ଲୀ: ଦିନେ ବିଦେଶିନୀ କହି ସୋନିଆଙ୍କ ସମ୍ଭାବ୍ୟ ପ୍ରଧାନମନ୍ତ୍ରିତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଦଳ ବି ଛାଡ଼ି ନୂଆ ଦଳ ଗଢ଼ିଥିଲେ। ଏବେ କିନ୍ତୁ ସେ ତାଙ୍କ ଉତ୍ତରାଧିକାରୀ ଦୌଡ଼ର ସବା ଆଗରେ। ଆମେ କହୁଛୁ ଭାରତୀୟ ରାଜନୀତିର ଅନ୍ୟ ଜଣେ ଚତୂର ତଥା ଅଭିଜ୍ଞ ଖେଳାଳି ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ କଥା। ଏବେ ୟୁପିଏର ଆଗାମୀ ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚାର ସବା ଆଗରେ ଅଛନ୍ତି ଏହି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ।

ନଗଦ ଚର୍ଚ୍ଚା ହେଉଛି ଶାରୀରିକ ଅସୁସ୍ଥତା ପାଇଁ ୟୁପିଏ ଅଧ୍ୟକ୍ଷା ପଦରୁ ସୋନିଆ ଗାନ୍ଧି ଖୁବ ଶୀଘ୍ର ଅବସର ନେବେ। ପୁତ୍ରମୋହରେ ଅନ୍ଧ ସୋନିଆ ଏହି ପଦରେ ତାଙ୍କ ଦାୟାଦ ରାହୁଲଙ୍କୁ ବସାଇବାକୁ ଚାହୁଁଥିଲେ। ହେଲେ ବର୍ଷର ଅଧାରୁ ଅଧିକ ଦିନ ବୈରାଗ୍ୟ ମନ୍ତ୍ର ନେଉଥିବା ରାହୁଲ ବାବା ଏଥିପାଇଁ ଅରାଜି ଅଛନ୍ତି। ତେଣୁ ଶାସକ ବିଜେପି ଓ ଏହାର ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିତ୍ୱକୁ ଚ୍ୟାଲେଞ୍ଜ ଦେବା ଭଳି ଜଣେ ଅନୁଭବୀ ରାଜନେତାଙ୍କୁ ୟୁପିଏର ଚେୟାରମ୍ୟାନ୍ ଆସନରେ ବସାଇବା ପାଇଁ କଂଗ୍ରେସ ସମେତ ସହଯୋଗୀ ଦଳମାନେ ଚାହୁଁଛନ୍ତି। ଏହି ସମୟରେ ପାୱାରଙ୍କ ନାଁ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

ଅନ୍ୟପକ୍ଷରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଅନ୍ତରୀଣ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ସେ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଆଗାମୀ ବର୍ଷରେ ଅନ୍ୟ ଜଣେ କଂଗ୍ରେସର ନେତୃତ୍ୱ ନେବେ। ସମାନ କାରଣ ଦର୍ଶାଇ ସେ ୟୁପିଏ ଅଧ୍ୟକ୍ଷ ଆସନରୁ ଓହରିବାକୁ ମାନସିକ ଭାବରେ ପ୍ରସ୍ତୁତ ହୋଇଥିବା ସୂଚନା ରହିଛି। ଆଗକୁ ପଶ୍ଚିମବଙ୍ଗ, ୟୁପି, ତାମିଲନାଡୁ ଭଳି ବଡ଼ ବଡ଼ ରାଜ୍ୟରେ ନିର୍ବାଚନ ଥିବାରୁ ଜଣେ ଧୂରୀଣ ବ୍ୟକ୍ତିତ୍ୱଙ୍କୁ ମେଣ୍ଟର ପୋଷ୍ଟରବୟ କରି  ୟୁପିଏ ଏହି ସବୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ଉତ୍ତରପ୍ରଦଶରେ ଏବେ ବିଜେପି କ୍ଷମତାରେ ଥିବା ବେଳେ ପଶ୍ଚିମବଙ୍ଗରେ ପ୍ରମୁଖ ବିରୋଧୀ ଭାବରେ ଟିଏମସିକୁ ଟକ୍କର ଦେଉଛି । ସେହିପରି ତାମିଲନାଡୁରେ ଏଆଇଏମଡିଏମକେ ଶାସନ ଗାଦିରେ ଥିବା ବେଳେ ରାଜ୍ୟରେ ଡିଏମକେ ସହିତ କଂଗ୍ରେସର ମେଣ୍ଟ ରହିଛି।

ପାୱାରଙ୍କ ବ୍ୟତୀତ ୟୁପିଏ ଅଧ୍ୟକ୍ଷ ଆସନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଟିଏମସି ସୁପ୍ରିମୋଙ୍କ ନେତୃତ୍ୱକୁ ଡିଏମକେ, ଏନସିପି ଆଦି ଦଳ ଗ୍ରହଣ କରି ନପାରନ୍ତି।

ପାଓ୍ୱାର ଦେଶର ରାଜନୀତିରେ ଜଣାଶୁଣା ଚେହେରା। ବରିଷ୍ଠ ନେତା ଭାବରେ ପ୍ରାୟତଃ ସମସ୍ତ ଦଳର ନେତାଙ୍କ ସହ ତାଙ୍କର ଯୋଗାଯୋଗ ରହିଛି। ମହାରାଷ୍ଟ୍ରରେ ବିଜେପି ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ଶିବସେନାକୁ ନିଜ ସପକ୍ଷକୁ ଆଣି କଂଗ୍ରେସ ସହିତ ମହା ବିକାଶ ଅଘାଡ଼ି ମେଣ୍ଟ କରିବାରେ ପାଓ୍ୱାରଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ଖାସ୍ ଏନସିପି ସୁପ୍ରିମୋଙ୍କ ଗୋଟିଚାଳନା ଯୋଗୁ ମହାରାଷ୍ଟ୍ରରେ ବିଜେପି ବ୍ୟାକଫୁଟରେ  ରହିଛି।

ପାୱାରଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ସମ୍ମାନ ରହିଛି। ତେବେ ପାୱାରଙ୍କ ପାଇଁ ଏକମାତ୍ର ସମସ୍ୟା ହେଉଛି ତାଙ୍କୁ ନେଇ କଂଗ୍ରେସରେ ଦ୍ୱିମତ। କାରଣ ପାଓ୍ୱାର ହେଉଛନ୍ତି ସେହି ନେତା ଯାହାଙ୍କ ପାଇଁ ସୋନିଆ ନିଜେ ପ୍ରଧାନମନ୍ତ୍ରୀ ଆସନରେ ନବସି ମନମୋହନ ସିଂହଙ୍କୁ ପିଏମ ଆସନରେ ବସାଇବାକୁ ବାଧ୍ୟ ହୋଇଥିଲେ। ତେଣୁ ପାଓ୍ୱାରଙ୍କୁ ଅନେକ କଂଗ୍ରେସ ନେତା ଭରସା କରିପାରୁ ନାହାନ୍ତି। କାରଣ ସେମାନେ ଅନୁମାନ କରୁଛନ୍ତି ପଟ ପରବର୍ତ୍ତନରେ ଓସ୍ତାଦ ମରାଠା ଷ୍ଟଲଓ୍ୱାର୍ଟ ନିଜ ସ୍ୱାର୍ଥ ପାଇଁ କାହା ଆଡ଼କୁ ଢଳିବେ ତାହା ଜଣାନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos