ନୂଆଦିଲ୍ଲୀ: କାହିଁକି ଫସିଲେ ସୋନୁ ସୁଦ୍ ? ଏହାର ଜବାବ ସେ ସିଧା ନକହି ପରୋକ୍ଷରେ କହିଛନ୍ତି । ଖାଲି ସେତିକି ନୁହେଁ ଟ୍ୟାକ୍ସ ଫାଙ୍କି ଅଭିଯୋଗକୁ ମଧ୍ୟ ଅସ୍ୱୀକାର କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ମୁମ୍ବାଇର ତାଙ୍କ ବାଷଭବନ ଓ ତାଙ୍କର ବିଭିନ୍ନ କାର୍ଯ୍ୟାଳୟରେ ଆୟକର ପକ୍ଷରୁ ଚଢ଼ାଉର ଦିନକ ପରେ ଏନେଇ ମୁହଁ ଖୋଲିଛନ୍ତି ସୁନୋ । ସେହିପରି ବେଆଇନ ଅର୍ଥ ପ୍ରଦାନ ଅଭିଯୋଗକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି। ଆଇନକୁ ସମ୍ମାନ ଦେଉଥିବା ସେ ଜଣେ ନାଗରିକ ବୋଲି ସୁନୋ କହିଛନ୍ତି। ତେବେ ସୋନୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ତାଙ୍କୁ ଦୁଇ ଦଳରୁ ରାଜ୍ୟସଭା ଆସନ ପାଇଁ ଅଫର ମିଳିଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କାରଣ ସେ ରାଜନୀତିରେ ଯୋଗଦେବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନୁହଁନ୍ତି। ତେବେ କେଉଁ ଦୁଇଟି ଦଳରୁ ଅଫର ମିଳିଥିଲା ସେ ତାହା ସ୍ପଷ୍ଟ କରିନାହାନ୍ତି।
ତେବେ ଆୟକର ବିଭାଗ ଯାହା ବି ଦଲିଲ ଓ ସବିଶେଷ ତଥ୍ୟ ମାଗିଥିଲେ ଆମେ ଦେଇଛୁ ବୋଲି ସେ କହିଛନ୍ତି। ସେମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦିଆଯାଇଛି। ଆୟକର ବିଭାଗର ତଦନ୍ତକୁ ଆମେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଛୁ ଏବଂ ଏପର୍ଯ୍ୟନ୍ତ ସମସ୍ତ ଡକ୍ୟୁମେଣ୍ଟ୍ ଯୋଗାଇଛୁ ବୋଲି ସୋନୁ କହିଛନ୍ତି। ସେ କୌଣସି ବେନୟମ କାମ କରିନାହାନ୍ତି ବଲି ସୁନୋ କହିଛନ୍ତି। ୪୮ ବର୍ଷୀୟ ଅଭିନେତା ସୁନୋ କରୋନା ସଙ୍କଟ ବେଳେ ସାଧାରଣ ଲୋକଙ୍କ ତ୍ରାଣକମର୍ତ୍ତା ସାଜି ବେଶ ପ୍ରଶଂସା ସାଉଁଟିଥିଲେ। ତାଙ୍କ ନାମରେ ୨୦କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କି ନେଇ ଅଭିଯୋଗ ହୋଇଛି। ଆୟକର ବିଭାଗ କହିଛି ଯେ,ଗତ ବର୍ଷ ଜୁଲାଇରେ ସୋନୁଙ୍କ ସେବା ସଂସ୍ଥା ୧୮ କୋଟିରୁ ଅଧିକ ଦାନ ସଂଗ୍ରହ କରିଥିଲା । କିନ୍ତୁ ରିଲିଫ କାର୍ଯ୍ୟରେ କେବଳ ୧.୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସୋନୁ କହିଛନ୍ତି ଯେ, ଆମେ ଯାହା ସଂଗ୍ରହ କରିଛୁ ସବୁ ଦାନ ଆକାରରେ ଆସି ନାହିଁ। ସେଥିରେ ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମୋର ପାରିଶ୍ରମିକ ରହିଛି। ୧୮ କୋଟି ଟଙ୍କା ଶେଷ କରିବାକୁ ୧୮ ଘଣ୍ଟା ଲାଗିବ ନାହିଁ। କିନ୍ତୁ ମୁଁ ଚାହେଁ ସେହି ଅର୍ଥ ଜଣେ ପ୍ରକୃତ ଅଭାବୀ ଓ ଯୋଗ୍ୟ ବ୍ୟକ୍ତିପାଖରେ ପହଞ୍ଚି ଉପକୃତ ହୁଅନ୍ତୁ। ବେଆଇନ ବିଦେଶୀ ପାଣ୍ଠି ଅଭିଯୋଗ ନେଇ ସେ କହିଛନ୍ତି ସେମାନେ ମୋ ଆକାଉଣ୍ଟରେ ଗୋଟିଏ ଡଲାର ମଧ୍ୟ ପାଇପାରିବେ ନାହିଁ। ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ନିକଟକୁ ଯାଉଥିଲା ବୋଲି ସୋନୁ କହିଛନ୍ତି।
ତେବେ ଆଲୋଚନା ହେଉଛି ଯେ, ସ୍କଲ ଶିକ୍ଷା ପାଇଁ ମେଣ୍ଟର ହିସାବରେ ମୋତେ ଆପ୍ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡାର କରାଯିବା ପରେ ଏ ପ୍ରକାର ଚଢ଼ାଉ କରାଯାଉଛି। କିନ୍ତୁ ଏଠାରେ କହିରଖିବାକୁ ଚାହେଁ ଯେ, ମୁଁ AAP ର ରାଜନୈତିକ ଅଂଶୀଦାର ନୁହେଁ। ତୁମେ ମୋତେ ଯେ କୌଣସି ରାଜ୍ୟକୁ କର୍ଣ୍ଣାଟକ, ଗୁଜରାଟ ହେଉପଛେ ଡାକ ମୁଁ ଯାଇ କାମ କରିବି। ମୁଁ ସବୁ ରାଜ୍ୟରେ କାମ କରିଛି। ଏପରିକି ଯେଉଁଠି ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟ ରହିଛି, ମୁଁ ସେଠାରେ କାମ କରିଛି। ରାଜ୍ୟସଭା ସିଟ୍ ପାଇଁ ଅସିଥିବା ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ମୁଁ ଦୁଇଟି ଦଳରୁ ରାଜ୍ୟସଭା ଆସନର ଅଫରକୁ ପ୍ରତ୍ୟାଖ୍ୟାନ କରିଛି। ରାଜନୀତି ପାଇଁ ମାନସିକ ସ୍ତରରେ ମୁଁ ପ୍ରସ୍ତୁତ ନୁହେଁ | ମୁଁ ବର୍ତ୍ତମାନ ମୋ ସ୍ଥାନରେ ଖୁସି ଅଛି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।