‘ସୁଟ‍କେସର ସରକାର ଠାରୁ ସୁଟ‍ବୁଟ‍ର ସରକାର ଭଲ’

ନୂଆଦିଲ୍ଲୀ: ସୁଟ‍କେସରେ ବନ୍ଦ ହୋଇ ରହିଥିବା ସରକାର ଅପେକ୍ଷା ସୁଟବୁଟ‍ର ସରକାର ବହୁତ ଭଲ। ଗତ ୧୫ ବର୍ଷରେ କଂଗ୍ରେସ ସରକାରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଦେଶବାସୀ ସୁଶାସନ ପାଇବାରୁ ବଞ୍ଚିତଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ଆକ୍ଷେପ ‘ସୁଟବୁଟ‍୍‌ର ସରକାର’ ଉପରେ ଜବାବ ଦେଇ ମୋଦି କହିଛନ୍ତି ଯେ  ଦଳ ଦୀର୍ଘ ୬୦ବର୍ଷ କାଳ ଦେଶକୁ ଶାସନ କରିଥିବାବେଳେ ଦୂରଦୃଷ୍ଟିର ଅଭାବ ଯୋଗୁଁ ଦେଶବାସୀ ଗରିବ ହୋଇ ରହିଛନ୍ତି। କ୍ଷମତାର […]

Modi_Rahul

Modi_Rahul

Rakesh Mallick
  • Published: Sunday, 31 May 2015
  • Updated: 31 May 2015, 02:39 AM IST

Sports

Latest News

ନୂଆଦିଲ୍ଲୀ: ସୁଟ‍କେସରେ ବନ୍ଦ ହୋଇ ରହିଥିବା ସରକାର ଅପେକ୍ଷା ସୁଟବୁଟ‍ର ସରକାର ବହୁତ ଭଲ। ଗତ ୧୫ ବର୍ଷରେ କଂଗ୍ରେସ ସରକାରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଦେଶବାସୀ ସୁଶାସନ ପାଇବାରୁ ବଞ୍ଚିତଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ଆକ୍ଷେପ ‘ସୁଟବୁଟ‍୍‌ର ସରକାର’ ଉପରେ ଜବାବ ଦେଇ ମୋଦି କହିଛନ୍ତି ଯେ  ଦଳ ଦୀର୍ଘ ୬୦ବର୍ଷ କାଳ ଦେଶକୁ ଶାସନ କରିଥିବାବେଳେ ଦୂରଦୃଷ୍ଟିର ଅଭାବ ଯୋଗୁଁ ଦେଶବାସୀ ଗରିବ ହୋଇ ରହିଛନ୍ତି। କ୍ଷମତାର ଏକବର୍ଷ ପୂରଣ ଅବସରରେ ମୋଦି ଏଏନଆଇ ନ୍ୟୁଜ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତକାରରେ ବିରୋଧୀ କଂଗ୍ରେସକୁ ଏପରି ସମାଲୋଚନା କରିଛନ୍ତି। କଂଗ୍ରେସର ନୀତି ଓ ତ୍ରୁଟିପୂର୍ଣ୍ଣ ଶାସନ ପ୍ରଣାଳୀ ଯୋଗୁଁ ୬୦ବର୍ଷ ପରେ ମଧ୍ୟ ଲୋକେ ଗରିବ ହୋଇ ରହିଛନ୍ତି। ୬୦ବର୍ଷ ଶାସନ କରିବା ପରେ କଂଗ୍ରେସ ଏବେ ଗରିବଙ୍କ କଥା ଚିନ୍ତା କରୁଛି।

କଂଗ୍ରେସ ଅଭିଯୋଗ କରୁଛି ଯେ ତାଙ୍କ ସରକାର ଶିଳ୍ପପତିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛି। ଏପରି ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ ଯେ କଂଗ୍ରେସ ସରକାର ଯଦି ଗରିବଙ୍କ ପାଇଁ କାମ କରିଆସୁଥିଲେ ତେବେ ଦେଶରେ ଏବେ କାହିଁକି ଗରିବ ରହିଛନ୍ତି। କୋଇଲା ଓ ସ୍ପେକ୍ଟ୍ରମ ଭଳି ମୂଲ୍ୟବାନ ପ୍ରାକୃତିକ ଉତ୍ସକୁ ଯେଉଁ ସରକାର ଶିଳ୍ପପତିଙ୍କ ହାତରେ ସ୍ୱଳ୍ପ ମୂଲ୍ୟରେ ଟେକି ଦେଇଥିଲେ ସେମାନଙ୍କର ଏପରି ଅଭିଯୋଗ କରିବା ଠିକ୍ ନୁହେଁ।
ସାକ୍ଷାତକାରରେ ମୋଦି କହିଥିଲେ ଯେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପାଇଁ ସମାନ ରାଙ୍କ, ସମାନ ପେନସନ ନୀତି ଆପଣାଇବାକୁ ତାଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ରାଜନୀତି କରୁଛି। କଂଗ୍ରେସ ସରକାର କ୍ଷମତାରେ ଥିବାବେଳେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ କୌଣସି ପଦକ୍ଷେପ ନେଇନଥିଲା। ତେଣୁ ଏବେ ଏ ପ୍ରସଙ୍ଗରେ ତାଙ୍କର କିଛି କହିବାର ଅଧିକାର ନାହିଁ।
କ୍ଷମତାକୁ ଆସିବା ପରେ ସମସ୍ତଙ୍କ ପାଇଁ ଭଲଦିନ ଆସିବ ବୋଲି ଦଳ ପ୍ରତିଶ୍ରୁତି ଦେଇଥିଲା। ବର୍ଷକ ମଧ୍ୟରେ ସରକାର ଲୋକଙ୍କ ପାଇଁ କଣ ଭଲଦିନ ଆଣିପାରିଛି? ଉତ୍ତରରେ ମୋଦି କହିଥିଲେ ଯେ ବର୍ଷକ ମଧ୍ୟରେ ସରକାର ଯେଉଁସବୁ କାର୍ଯ୍ୟ କରିଛି ତାକୁ ନେଇ ବେଶ ଖୁସି। ବର୍ଷ ମଧ୍ୟରେ ସରକାର ଯେଉଁସବୁ କାର୍ଯ୍ୟ କରିଛନ୍ତି ତାହା ଜାତୀୟ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ। ବର୍ଷ ପୂର୍ବରୁ ଦେଶ ଦୁର୍ନୀତିରେ ବୁଡି ରହିଥିଲା। ସରକାରଙ୍କ ବିଭିନ୍ନ ସଂସ୍ଥା ବିରୋଧରେ ନିୟମିତ ଦୁର୍ନୀତିର ଅଭିଯୋଗ ଆସୁଥିଲା। ମାତ୍ର ଏବେ ସେସବୁ ଅଭିଯୋଗ ନାହିଁ। ଆମେ ଏବେ ସ୍ୱଚ୍ଛ, ଦକ୍ଷ ଓ ସ୍ପଷ୍ଟ ସରକାର ଦେବାରେ ସକ୍ଷମ ହୋଇଛୁ। ତେଣୁ ଏହା ଦେଶ ପାଇଁ ନିଶ୍ଚିତ ରୂପେ ଭଲଦିନ ବୋଲି ମୋଦି କହିଛନ୍ତି।
କଳାଧନ ଫେରାଇ ଆଣିବା ପ୍ରସଙ୍ଗରେ ମୋଦି କହିଥିଲେ ଯେ ତାଙ୍କ ସରକାର ଏପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି। ବିଶ୍ୱନେତାଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯାଇଛି। ସଂସଦରେ ନୂଆ ଆଇନ ପ୍ରଣୟନ ହେବାକୁ ଯାଉଛି। ଟିକସ ଫାଙ୍କିବା ଓ ଏହାକୁ ନେଇ ବିଦେଶର ଗଚ୍ଛିତ କରିବା ପ୍ରକ୍ରିୟାକୁ ଅଧିକ ଜଟିଳ କରାଯିବ। ଏକବର୍ଷ ମଧ୍ୟରେ ୧୭ଟି ରାଷ୍ଟ୍ର ଗସ୍ତ କରିବା ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଭାବେ ବିଭିନ୍ନ ଆନ୍ତର୍ଜାତିକ, ଦ୍ୱିପାକ୍ଷିକଓ ବହୁପାକ୍ଷିକ ସମ୍ମିଳନୀରେ ଯୋଗଦେବା ତାଙ୍କର କର୍ତ୍ତବ୍ୟ। ଏହା ସହିତ ଦେଶର ବିଦେଶ ନୀତିକୁ ପରିପକ୍ୱ କରିବା ଓ ପଡୋଶୀଙ୍କ ସହିତ ସୁସମ୍ପର୍କ ରଖିବା ପାଇଁ ବିଦେଶ ଗସ୍ତର ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story