ଅଯୋଧ୍ୟା ମାମଲାରେ ମଧ୍ୟସ୍ଥି ନିଯୁକ୍ତ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ବିବାଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ। ମଧ୍ୟସ୍ଥତା ମାଧ୍ୟମରେ ହେବ ଏହି ବିବାଦର ଫଇସଲା। ମଧ୍ୟସ୍ଥତା ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ତିନି ଜଣିଆ ମଧ୍ୟସ୍ଥି ପ୍ୟାନେଲ୍ ନିଯୁକ୍ତ କରିଛନ୍ତି। ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଇବ୍ରାହିମ୍‌ ଖଲିଫ୍‌ଉଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲ୍‌ରେ ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ସଦସ୍ୟ ଅଛନ୍ତି। ପ୍ୟାନେଲ୍‌ର ଆଉ ଜଣେ ସଦସ୍ୟ ହେଲେ ଶ୍ରୀରାମ ପଞ୍ଚୁ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ରଞ୍ଜନ […]

supreme

supreme

Jitendra Garnayak
  • Published: Friday, 08 March 2019
  • Updated: 08 March 2019, 01:05 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ବିବାଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ। ମଧ୍ୟସ୍ଥତା ମାଧ୍ୟମରେ ହେବ ଏହି ବିବାଦର ଫଇସଲା। ମଧ୍ୟସ୍ଥତା ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ତିନି ଜଣିଆ ମଧ୍ୟସ୍ଥି ପ୍ୟାନେଲ୍ ନିଯୁକ୍ତ କରିଛନ୍ତି।

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଇବ୍ରାହିମ୍‌ ଖଲିଫ୍‌ଉଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲ୍‌ରେ ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ସଦସ୍ୟ ଅଛନ୍ତି। ପ୍ୟାନେଲ୍‌ର ଆଉ ଜଣେ ସଦସ୍ୟ ହେଲେ ଶ୍ରୀରାମ ପଞ୍ଚୁ।

ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ମଧ୍ୟସ୍ଥତା ପ୍ରକ୍ରିୟାରୁ ଗଣମାଧ୍ୟମକୁ ଦୂରେଇ ରଖାଯିବ। ମଧ୍ୟସ୍ଥି ପ୍ୟାନେଲ୍‌ର ସମସ୍ତ ଆଲୋଚନା ଗୁପ୍ତ ରହିବ।

ଏହି ମଧ୍ୟସ୍ଥତା ଉତ୍ତରପ୍ରଦେଶ ଫୈଜାବାଦ୍‌ରେ ହେବ। ଏହି ପ୍ୟାନେଲ୍‌ ଫୈଜାବାଦ୍‌ରେ ଏହି ମାମଲାର ସମସ୍ତ ଆବେଦନକାରୀଙ୍କ ଯୁକ୍ତିକୁ ଶୁଣିବେ। ଗଣମାଧ୍ୟମଗୁଡ଼ିକ ଏ ନେଇ ଖବର ପ୍ରକାଶ କରିପାରିବେ ନାହିଁ। ଏହି ଆଲୋଚନା ସଂପୂର୍ଣ୍ଣ ଗୋପନୀୟ ରହିବ ବୋଲି କୋର୍ଟ କହିଛନ୍ତି।

ସପ୍ତାହେ ମଧ୍ୟରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ କରିବା ସହିତ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏହି ମଧ୍ୟସ୍ଥି ପ୍ୟାନେଲ୍‌କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୮ ସପ୍ତାହ ପରେ ଏହାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମଧ୍ୟସ୍ଥିମାନେ ଚାହିଁବେ, ତା’ହେଲେ ପ୍ୟାନେଲ୍‌ରେ ଅଧିକ ସଦସ୍ୟଙ୍କୁ ନିଯୁକ୍ତ କରିପାରିବେ।

ଏହି ମାମଲାର ଅନେକ ପକ୍ଷଙ୍କ ଅଗ୍ରାହ୍ୟ ସତ୍ତ୍ୱେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟସ୍ଥତା ମଧ୍ୟରେ ଏହାର ସମାଧାନ କରିବାକୁ ପ୍ରୟାସ କରିଛନ୍ତି। ମାମଲାର ଶୁଣାଣି ବେଳେ ୫ ଜଣିଆ ଖଣ୍ଡପୀଠ କହିଥିଲେ ଯେ ଏହି ମାମଲା ସଂପତ୍ତିକୁ ନେଇ ନୁହେଁ। ଏହା କୌଣସି ସମ୍ପତ୍ତିର ମାଲିକାନାକୁ ନେଇ ନୁହେଁ, ଏହା ଲୋକଙ୍କ ମାନସିକତା, ଭାବାବେଗ ଓ ସୌହାର୍ଦ୍ଦ୍ୟ ସ୍ଥାପନ ସହ ଜଡ଼ିତ ଏକ ମାମଲା।

ପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କ ଏହି ପ୍ରସ୍ତାବରେ ମୁସଲିମ୍‌ ପକ୍ଷ ରାଜି ହୋଇଯାଇଥିବାବେଳେ ପୂର୍ବରୁ ମଧ୍ୟ ଏପରି ପ୍ରୟାସ ବିଫଳ ହୋଇସାରିଛି ବୋଲି ହିନ୍ଦୁ ପକ୍ଷ ଯୁକ୍ତି ବାଢ଼ିଥିଲା। ହିନ୍ଦୁଙ୍କ ପକ୍ଷରୁ ମଧ୍ୟସ୍ଥତା ପାଇଁ କେବଳ ହିନ୍ଦୁ ମହାସଭା ୩ ଜଣଙ୍କ ନାମ ପ୍ରସ୍ତାବ ଦେଇଥିଲା। ଏଥିରେ ସୁପ୍ରିମ୍‌କୋର୍ଟର ଦୁଇ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ୍ ଜଗଦୀଶ ସିଂହ ଖେହର ଓ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ ନାମ ରହିଥିଲା। ତେବେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ୍‌ରେ ଏମାନଙ୍କ ମଧ୍ୟରୁ କେହି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story