ଟିଆରପି ସ୍କାମ: ରିପବ୍ଲିକ ଟିଭିର ନିବେଦନକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଟିଆରପି ସ୍କାମ ଅଭିଯୋଗରେ ଛନ୍ଦି ହୋଇଥିବା ରିପବ୍ଲିକ ଟିଭିକୁ ବଡ଼ ଝଟକା ଲାଗିଛି। ମୁମ୍ବାଇ ପୁଲିସ୍‌ ଟିଆରପି ସ୍କାମ ଅଭିଯୋଗର ତଦନ୍ତ କରୁଥିବା ବେଳେ ଏହା ବିରୋଧରେ ରିପବ୍ଲିକ ଟିଭି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଆଜି ଏହି ଆବେଦର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ରିପବ୍ଲିକ ମାମଲାରେ ଆଶ୍ୱସ୍ତି ପାଇବାକୁ ଚାହୁଁଥିଲେ ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରୁ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଟିଆରପି ସ୍କାମ ଅଭିଯୋଗର ତଦନ୍ତ କରୁଥିବା ମୁମ୍ବାଇ […]

t

t

Hemant Lenka
  • Published: Thursday, 15 October 2020
  • Updated: 15 October 2020, 03:13 PM IST

Sports

Latest News

ନୂଆଦିଲ୍ଲୀ: ଟିଆରପି ସ୍କାମ ଅଭିଯୋଗରେ ଛନ୍ଦି ହୋଇଥିବା ରିପବ୍ଲିକ ଟିଭିକୁ ବଡ଼ ଝଟକା ଲାଗିଛି। ମୁମ୍ବାଇ ପୁଲିସ୍‌ ଟିଆରପି ସ୍କାମ ଅଭିଯୋଗର ତଦନ୍ତ କରୁଥିବା ବେଳେ ଏହା ବିରୋଧରେ ରିପବ୍ଲିକ ଟିଭି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଆଜି ଏହି ଆବେଦର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ରିପବ୍ଲିକ ମାମଲାରେ ଆଶ୍ୱସ୍ତି ପାଇବାକୁ ଚାହୁଁଥିଲେ ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରୁ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।

ଟିଆରପି ସ୍କାମ ଅଭିଯୋଗର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ୍‌ ରିପବ୍ଲିକ ଟିଭିର ୩ ଅଧିକାରୀଙ୍କୁ ସମନ କରିଥିଲା। ତେବେ ଏହା ବିରୋଧରେ ଉକ୍ତ ଟିଭି ଚ୍ୟାନେଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସିବିଆଇ ତଦନ୍ତ ଦାବି କରିଥିଲା। ଆଜି ଶୁଣାଣି ବେଳେ ମୁମ୍ବାଇ ପୁଲିସ୍ ରିପବ୍ଲିକ ଟିଭିର ଆବେଦନକୁ ବିରୋଧ କରିଥିଲା।

ସତ୍ୟପାଠରେ ମୁମ୍ବାଇ ପୁଲିସ୍ କହିଥିଲା ଯେ ଏହି ଆବେଦନକୁ ଅଗ୍ରାହ୍ୟ କରାଯିବା ସହ ଆବେଦନକାରୀଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲାଗୁ କରାଯାଉ। ବାକ ସ୍ୱାଧୀନତା ଆଳରେ ଯେକୌଣସି ବ୍ୟକ୍ତି କୌଣସି ଅପରାଧିକ ମାମଲାର ତଦନ୍ତରୁ ବର୍ତ୍ତି ପାରିବ ନାହିଁ।

ଘଟଣାର ଅଭିଯୁକ୍ତ କେବେ ହେଲେ ତଦନ୍ତ କେଉଁଭଳି ହେବ ଓ ଏହାର ଦିଗ କ’ଣ ରହିବ, ତା’ର ନିଷ୍ପତ୍ତି ନେଇପାରିବ ନାହିଁ। ଟିଆରପି ସ୍କାମ ଘଟଣାରେ ଅନ୍ୟ ଚ୍ୟାନେଲମାନେ ସହଯୋଗ କରୁଥିବା ବେଳେ ରିପବ୍ଲିକ ଟିଭି ଏଥିରେ ବାଧା ସୃଷ୍ଟି କରୁଛି। ଟିଆରପି ସ୍କାମର ତଦନ୍ତ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ତେଣୁ ସିବିଆଇକୁ ଏହା ହସ୍ତାନ୍ତର କରାଯାଇ ପାରିବ ନାହିଁ।

ଏହାପରେ ସୁପ୍ରିମକୋର୍ଟ ରିପବ୍ଲିକ ଟିଭିକୁ ବମ୍ବେ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ଆମେ ଜାଣିଛୁ ରିପବ୍ଲିକ ଟିଭିର ଅଫିସ ୱର୍ଲିରେ ରହିଛି। ଏହା ଫ୍ଲୋରା ଫାଉଟେନ ପାଖରେ। ତେଣୁ ଆପଣ ହାଇକୋର୍ଟରେ ଆବେଦନ କଲେ ବେଶ ଭଲ ହେବ। ସୁପ୍ରିମକୋର୍ଟଙ୍କ ଏଭଳି ବୟାନ ପରେ ରିପବ୍ଲିକ ଟିଭି ପକ୍ଷରୁ ମାମଲା ଲଢ଼ୁଥିବା ହରିଶ ସାଲଭେ ଆବେଦନ ପ୍ରତ୍ୟାହାର କରିଥିଲେ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାରଙ୍କୁ ବାରମ୍ବାର ଆକ୍ଷେପ କରିବା ଓ ବାଚସ୍ପତିଙ୍କ ବିନା ଅନୁମତିରେ ବିଧାନସଭା ପ୍ରୋସେଡିଂର ଗୋଟିଏ କପି ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ରାଜ୍ୟ ବିଧାନସଭା କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା।

ଏହା ବିରୋଧରେ ଅର୍ଣ୍ଣବ ଗୋସ୍ୱାମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ଆବେଦନ ଉପରେ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ପରେ ଯାଇ ଆବେଦନର ଶୁଣାଣି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story