ଶିବସେନା ପୁଣି ଦୋହରାଇଲା ମୁଖ୍ୟମନ୍ତ୍ରୀ ଆସନ

ଆସନ୍ତାକାଲି ସୋନିଆ-ଶରଦ ଭେଟଘାଟ ୧୦ ଦିନ ପରେ ବି ସରକାର ଗଢ଼ିବା ନେଇ ଅନିଶ୍ଚିତତା ବିଜେପି ନେତୃତ୍ୱାଧୀନ ମେଣ୍ଚ ସରକାରକୁ ଶିବସେନା ସମର୍ଥନ କରିବ: ସୂତ୍ର ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶର ୧୦ ଦିନ ପରେ ବି ସରକାର ଗଢ଼ିବା ନେଇ ଅନିଶ୍ଚିତତା ଜାରି ରହିଛି। ବିଜେପି-ଶିବସେନା ମେଣ୍ଟକୁ ଜନାଦେଶ ମିଳିଛି। ହେଲେ ଶିବସେନାର ୫୦-୫୦ ଫର୍ମୁଲାରେ ବିଜେପି ରାଜି ହେଉ ନ ଥିବାରୁ ବହୁମତ ହାସଲ କରିଥିଲେ ମଧ୍ୟ ମେଣ୍ଟ ସରକାର ଗଠନ […]

UDHAV

UDHAV

Subhransu Sekhar
  • Published: Sunday, 03 November 2019
  • Updated: 03 November 2019, 06:36 PM IST

Sports

Latest News

  • ଆସନ୍ତାକାଲି ସୋନିଆ-ଶରଦ ଭେଟଘାଟ
  • ୧୦ ଦିନ ପରେ ବି ସରକାର ଗଢ଼ିବା ନେଇ ଅନିଶ୍ଚିତତା
  • ବିଜେପି ନେତୃତ୍ୱାଧୀନ ମେଣ୍ଚ ସରକାରକୁ ଶିବସେନା ସମର୍ଥନ କରିବ: ସୂତ୍ର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶର ୧୦ ଦିନ ପରେ ବି ସରକାର ଗଢ଼ିବା ନେଇ ଅନିଶ୍ଚିତତା ଜାରି ରହିଛି। ବିଜେପି-ଶିବସେନା ମେଣ୍ଟକୁ ଜନାଦେଶ ମିଳିଛି। ହେଲେ ଶିବସେନାର ୫୦-୫୦ ଫର୍ମୁଲାରେ ବିଜେପି ରାଜି ହେଉ ନ ଥିବାରୁ ବହୁମତ ହାସଲ କରିଥିଲେ ମଧ୍ୟ ମେଣ୍ଟ ସରକାର ଗଠନ ହେବା ନେଇ ଅନିଶ୍ଚିତତା ଲାଗି ରହିଛି। ଏଭଳି ସ୍ଥିତିରେ ଆଜି ପୁଣିଥରେ ନିଜ ଦାବି ଦୋହରାଇଛି ଶିବସେନା। ବିଜେପି ସହିତ ଯଦି ଆଲୋଚନା ହୁଏ, ତେବେ କେବଳ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆଲୋଚନା ହେବ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହେବ ନାହିଁ ବୋଲି ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି। ଶିବସେନା, ଏନସିପି ସରକାର ଗଢ଼ିବା ନେଇ ଭିନ୍ନ ଭିନ୍ନ ମତ ରଖୁଥିବା ବେଳେ ସର୍ବାଧିକ ୧୦୫ଟି ଆସନରେ ବିଜୟୀ ହୋଇଥିବା ବିଜେପି ଏବେ ଚୁପ ରହିଛି। ତେବେ ଦିନେ ଦୁଇ ଦିନ ମଧ୍ୟରେ ଶିବସେନା ସମର୍ଥନ କରିବ ବୋଲି ବିଜେପି ଆଶା ରଖିଥିବା ଜଣାପଡ଼ିଛି।

ଅନ୍ୟପଟେ ବିଜେପିକୁ ବାଦ ଦେଇ ଏନସିପି-କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶିବସେନା। ଏନସିପି କିନ୍ତୁ ସମର୍ଥନ କରିବ କି ନାହିଁ ନିଜେ ଦ୍ୱନ୍ଦ୍ୱରେ ରହିଛି। ଦଳର ମୁଖ୍ୟ ଶରଦ ପାଓ୍ୱାର ଦୁଇ ଦିନ ତଳେ କହିଥିଲେ ଜନତା ତାଙ୍କ ଦଳକୁ ବିରୋଧୀ ଆସନରେ ବସିବାକୁ ସୁଯୋଗ ଦେଇଛନ୍ତି। ତେଣୁ ସେ ସରକାରରେ ସାମିଲ୍ ହେବେନି। ହେଲେ ଆଜି ଏନସିପି ମୁଖପାତ୍ର ନବାବ ମଲିକ କହିଛନ୍ତି, ଯଦି ଶିବସେନା ବିଜେପିକୁ ବାଦ ଦେଇ ଲୋକଙ୍କ ଭଲ ପାଇଁ ସରକାର ଗଢ଼ିବାକୁ ଚିନ୍ତା କରୁଛି, ତାହେଲେ ଏନସିପି କିଛି ସକାରାତ୍ମକ ଆଲୋଚନା କରିପାରେ। ଏହାରି ଭିତରେ ଶରଦଙ୍କୁ ମନାଇବା ପାଇଁ ଅଜତି ପାଓ୍ୱାରଙ୍କ ସହ କଥା ହେବାକୁ ଚେଷ୍ଟା କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ସେ ଅଜିତ ପାଓ୍ୱାରଙ୍କୁ ସରକାର ଗଠନ ବାବଦରେ ଦଳର ବାର୍ତ୍ତା ମେସେଜ ଜରିଆରେ ପଠାଇଛନ୍ତି ସଞ୍ଜୟ। ଆଲୋଚନା କରି କହିବେ ବୋଲି ଅଜିତ ପାଓ୍ୱାର କହିଛନ୍ତି।

ସେହିପରି ରାଜ୍ୟରେ ସରକାର ଗଢ଼ିବା ପାଇଁ ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସଞ୍ଜୟ ରାଉତ କହିଛନ୍ତି। ନିର୍ବାଚନରେ ରାଜ୍ୟରେ କଂଗ୍ରେସ ମାତ୍ର ୪୪ଟି ଆସନରେ ବିଜୟୀ ହୋଇଛି । ତେଣୁ କଂଗ୍ରେସ ଏଠି ସରକାରରେ ରହିବାକୁ କେବେ ଭାବିନଥିଲା। ହେଲେ ବିଜେପି-ଶିବସେନା ମଧ୍ୟରେ ବିବାଦ ଦେଖାଦେବା ପରେ ଆବଶ୍ୟକ ପଡ଼ିଲେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ସମର୍ଥନ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଯେହେତୁ ଦଳର ସ୍ଥିତି ସେତେଟା ଭଲ ନାହିଁ ତେଣୁ ସମସ୍ତ ପଦକ୍ଷେପ ହାତେ ମାପି ଚାଖଣ୍ଡେ ଚାଲିଲା ପରି ନେଉଛି।

ଏହାରି ଭିତରେ ଆସନ୍ତାକାଲି ସୋନିଆ ଗାନ୍ଧି ଓ ଶରଦ ପାଓ୍ୱାରଙ୍କ ମଧ୍ୟରେ ଭେଟଘାଟ ହେବ ବୋଲି ଜଣାପଡ଼ିଛି। ଏହି ଭେଟଘାଟ ପୂର୍ବରୁ ମୁମ୍ୱାଇରେ ଆଜି ଏନସିପି ନେତାଙ୍କର ବୈଠକ ବସିଥିଲା। ରାଜ୍ୟରେ ସରକାର ଗଢ଼ିବା ନେଇ ଯେଉଁ ସ୍ଥିତି ଉପୁଜିଛି ସେବାବଦରେ ଆଲୋଚନା ହେବା ସହ ଶିବସେନାକୁ ସମର୍ଥନ କରିବ କି ନାହିଁ ଆଲୋଚନା ହୋଇଛି।

ନିକଟରେ ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀରେ ସୋନିଆଙ୍କୁ ଭେଟିଥିଲେ। ଶିବସେନା ନେତୃତ୍ୱରେ ସରକାର ଗଢ଼ିବାରେ ସାମିଲ୍ ହେବାକୁ ପରାମର୍ଶ ଦେଇଥିଲେ। ହେଲେ ସୋନିଆ କିଛି ଉତ୍ତର ରଖିନଥିବା ଜଣାପଡ଼ିଛି। ରାଜ୍ୟରେ ଏନସିପି-କଂଗ୍ରେସ ମେଣ୍ଟ କରିଛନ୍ତି। ତେଣୁ ଆସନ୍ତାକାଲି ଶରଦ-ସୋନିଆ ଭେଟଘାଟ ପରେ ଶିବସେନାକୁ ସମର୍ଥନ କରିବେ କି ନାହିଁ ସ୍ପଷ୍ଚ ହେବ ବୋଲି ଆଶଙ୍କା କରାଯାଉଛି।

ତେଣେ ୮ ତାରିଖରେ ପୂର୍ବ ସରକାରର କଣ୍ଟ ପୂରଣ ହେବାକୁ ଯାଉଛି। ଯଦି ସରକାର ଆଗୁଆ ଗଢ଼ାନଯାଏ ତାହେଲେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story