ଲାଲକିଲ୍ଲାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ, ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ସୁରକ୍ଷା ଏଜେନ୍ସି ଏ ବାବଦରେ ଗୁଇନ୍ଦା ସୂଚନା ପାଇ ରେଡ୍ ଆଲର୍ଟ ଜାରି କରିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିପାରେ ବୋଲି ସୂଚନା ମିଳିଛି। ଆତଙ୍କବାଦୀମାନେ ଆଫଗାନିସ୍ତାନର ନାଗରିକ ଭାବରେ ଭାରତରେ ପ୍ରବେଶ କରିବା ପାଇଁ ମସୁଧା କରୁଥିବା ଜଣାପଡ଼ିଛି। ଲାଲକିଲ୍ଲାର ତିନି କିଲୋମିଟର ପରିଧି ଭିତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ସେମାନେ ଯୋଜନା କରୁଥିବା ଗୁଇନ୍ଦା […]

red fort

red fort

Subhransu Sekhar
  • Published: Sunday, 11 August 2019
  • Updated: 11 August 2019, 06:47 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ସୁରକ୍ଷା ଏଜେନ୍ସି ଏ ବାବଦରେ ଗୁଇନ୍ଦା ସୂଚନା ପାଇ ରେଡ୍ ଆଲର୍ଟ ଜାରି କରିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିପାରେ ବୋଲି ସୂଚନା ମିଳିଛି।

ଆତଙ୍କବାଦୀମାନେ ଆଫଗାନିସ୍ତାନର ନାଗରିକ ଭାବରେ ଭାରତରେ ପ୍ରବେଶ କରିବା ପାଇଁ ମସୁଧା କରୁଥିବା ଜଣାପଡ଼ିଛି। ଲାଲକିଲ୍ଲାର ତିନି କିଲୋମିଟର ପରିଧି ଭିତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ସେମାନେ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ପାଇଛି। ଆତଙ୍କବାଦୀମାନେ ଆଇଡି କାର୍ଡ, ସରକାରୀ ଗାଡ଼ି ଏବଂ ୟୁନିଫର୍ମ ବ୍ୟବହାର କରି ଆକ୍ରମଣ କରିପାରନ୍ତି।

୩ ରୁ ୪ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିବେ ବୋଲି କିଛି ସନ୍ଦିଗ୍ଧ ଫୋନ୍ କଲରୁ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି ବୋଲି କହିଛି। ତେଣୁ ସୁରକ୍ଷା ଏଜେନ୍ସି ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାଂଶ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଭିଭିଆଇପି ରହୁଥିବାରୁ ସୁରକ୍ଷା ଅଧିକାରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ତେଣୁ ଦିଲ୍ଲୀର ୧୭ଟି ଅଞ୍ଚଳକୁ ଅତି ସମ୍ୱେଦନଶୀଳ ଅଞ୍ଚଳ ବୋଲି ଘୋଷଣା କରି ସେ ସବୁ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos