ଆର୍‌ଟିଆଇରେ ଗୃହ ବିଭାଗ ରଖିଲା ଜବାବ: ହିନ୍ଦୁ ଧର୍ମ ପ୍ରତି ‘ବିପଦ’ କାଳ୍ପନିକ କଥା

ନାଗପୁର: ହିନ୍ଦୁ ଧର୍ମ ସୁରକ୍ଷିତ। ଏହା ପ୍ରତି ପ୍ରତି କୌଣସି ବିପଦ ନାହିଁ । ଏଭଳି ଆଶଙ୍କା ବା ସନ୍ଦେହ କେବଳ କାଳ୍ପନିକ କଥା ବୋଲି କେନ୍ଦ୍ର ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ନାଗପୁରର ଜଣେ ସୂଚନା ଅଧିକାରୀ କର୍ମୀ ମୋହନିସ୍‌ ଜବଲପୁରେଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଜବାବ ଦେଇ ଏଭଳି ଉତ୍ତର ରଖିଛି କେନ୍ଦ୍ର ଗୃହ ବିଭାଗ। ହିନ୍ଦୁ ଧର୍ମ ପ୍ରତି ବିପଦ ସମ୍ପର୍କରେ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କୁହାଯାଇଛି ଯେ, ଉକ୍ତ ପ୍ରସଙ୍ଗ […]

490

490

Tapas Behera
  • Published: Monday, 20 September 2021
  • Updated: 20 September 2021, 07:15 PM IST

Sports

Latest News

ନାଗପୁର: ହିନ୍ଦୁ ଧର୍ମ ସୁରକ୍ଷିତ। ଏହା ପ୍ରତି ପ୍ରତି କୌଣସି ବିପଦ ନାହିଁ । ଏଭଳି ଆଶଙ୍କା ବା ସନ୍ଦେହ କେବଳ କାଳ୍ପନିକ କଥା ବୋଲି କେନ୍ଦ୍ର ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ନାଗପୁରର ଜଣେ ସୂଚନା ଅଧିକାରୀ କର୍ମୀ ମୋହନିସ୍‌ ଜବଲପୁରେଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଜବାବ ଦେଇ ଏଭଳି ଉତ୍ତର ରଖିଛି କେନ୍ଦ୍ର ଗୃହ ବିଭାଗ। ହିନ୍ଦୁ ଧର୍ମ ପ୍ରତି ବିପଦ ସମ୍ପର୍କରେ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କୁହାଯାଇଛି ଯେ, ଉକ୍ତ ପ୍ରସଙ୍ଗ ସମ୍ପର୍କିତ କୌଣସି ପ୍ରମାଣ ନାହିଁ। ଏହା କେବଳ କାଳ୍ପନିକ । ଦେଶରେ ହିନ୍ଦୁ ଧର୍ମ ପ୍ରତି ବିପଦ ଥିବା ନେଇ ପ୍ରମାଣ ମାଗିଥିଲେ ମୋହନିସ୍‌। ଏନେଇ ସେ ଗୃହବିଭାଗରେ ଗତ ଅଗଷ୍ଟ ୩୧ତାରିଖରେ ଆବେଦନ କରିଥିଲେ। ତେବେ ଏହାର ମାସକ ପରେ ଗୃହ ବିଭାଗର CPIO (ଆଭ୍ୟନ୍ତରୀଣ ସୁରକ୍ଷା) ଭିଏସ ରାଣା ଏହାର ଜବାବ ରଖିଥିଲେ। ହିନ୍ଦୁ ଧର୍ମ ପ୍ରତି କୌଣସି ବିପଦ ଥିବା ପ୍ରମାଣ ନାହିଁ ବୋଲି ସେ କହିଥିଲେ । କେନ୍ଦ୍ର ପାଖରେ ଏ ବିଷୟରେ କୌଣସି ରେକର୍ଡ ନାହିଁ ବୋଲି ରାଣା କହିଛନ୍ତି ।

ସେହିପରି ଏହା ଏକ ହାଇପୋଥେଟିକାଲ୍ ପ୍ରଶ୍ନ  ବୋଲି କୁହାଯାଇଛି। ତେବେ ଦେଶରେ ହିନ୍ଦୁ ଧର୍ମ ପ୍ରତି ବିପଦ ନେଇ ଯେଉଁ ଚର୍ଚ୍ଚା ଓ ଆଲୋଚନା ହେଉଛି ସେଥିରେ ସରକାରଙ୍କ ପାଖରେ ସେମିତି କିଛି ପ୍ରମାଣ ନଥିବା କହିଛନ୍ତି ମୋହନିସ୍‌। ଏହା ସତ୍ତ୍ୱେ ବିଜେପି ଏବଂ ତାର ସହଯୋଗୀମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ଧାର୍ମିକ ପରିଚୟ ପ୍ରତି  ସଙ୍କଟ ଥିବା ପ୍ରଚାର କରାଯାଇ ଆସୁଛି । ଏମିତିକି ଆରଏସ୍ଏସ୍‌ର ଫ୍ଲାଗସିପ୍ ପ୍ରାର୍ଥନାରେ ସଂସ୍କୃତରେ ‘ନମସ୍ତେ ସଦା ପାଣ୍ଡ୍ୟରାଜେନ୍ଦ୍ରକନ୍ୟେ ନମସ୍ତେ ସଦା ସୁନ୍ଦରେଶାଙ୍କବାସେ । ନମସ୍ତେ ନମସ୍ତେ ସୁମୀନାକ୍ଷି ଦେବି ନମସ୍ତେ ନମସ୍ତେ ପୁନସ୍ତେ ନମୋଽସ୍ତୁ ’ ପ୍ରାର୍ଥନା କରାଯାଉଛି। ଯାହାକି ହିନ୍ଦୁ ଧର୍ମ ଏବଂ ଭାରତମାତାର ସୁରକ୍ଷା ଉଦ୍ଦେଶ୍ୟରେ ଗାନ କରାଯାଏ। ଦିନକ ଦୁଇଥର ଏହି ଜପ କରାଯାଏ ବୋଲି ମୋହନିସ୍‌  କହିଛନ୍ତି।

ଯେତେବେଳେ ହିନ୍ଦୁ ଧର୍ମ ପ୍ରତି କୌଣସି ମହଲରୁ ବିପଦ ନଥିବା କେନ୍ଦ୍ର ଆତ୍ମବିଶ୍ୱାସ ସହ ନିଶ୍ଚିତ ତେଣୁ ଏଭଳି ଗାନକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏହା ସମ୍ବିଧାନର ମୌଳିକ ଉଦ୍ଦେଶ୍ୟକୁ ବିରୋଧ କରୁଥିବା କହି ସେ ଏ ସଂକ୍ରାନ୍ତରେ କୋର୍ଟକୁ ଯିବେ ବୋଲି କହିଛନ୍ତି।  ତେବେ ଉତ୍ତର ପାଇଁ ସେ ଗୃହବିଭାଗ ଅଧିକାରୀ ରାଣେଙ୍କ ପାଖରେ କୃତଜ୍ଞ ବୋଲି ମୋହନିସ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos