କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ବହିଷ୍କାର ଦାବି କରିଛି ତୃଣମୂଳ କଂଗ୍ରେସ। ରାଜ୍ୟରେ ଶାନ୍ତି ଭାଙ୍ଗୁଛନ୍ତି ରାଜ୍ୟପାଳ। ବିଜେପି ନେତା ଭଳି ସେ ବ୍ୟବହାର କରୁଛନ୍ତି। ରାଜ୍ୟପାଳ ଭାବରେ ସେ ପରିବାରର ମୁଖ୍ୟ। ହେଲେ ସେ ଏକପାଖିଆ ହୋଇ କାମ କରୁଛନ୍ତି। ରାଜ୍ୟର ଉନ୍ନତି ପାଇଁ ତାଙ୍କୁ ବହିଷ୍କାର ଦାବି କରିବା ଦରକାର। ଟିଏମସି ନେତା କାକୋଲି ଘୋଷ ସାମ୍ୱାଦିକ ସମ୍ମିଳନୀ କରି ଏଭଳି ମନ୍ତବ୍ୟ ରଖିଛନ୍ତି।
ଏହାବାଦ୍ ଟିଏମସି କେନ୍ଦ୍ର ସରକାର ତଥା ବିଜେପି ଉପରେ ବର୍ଷିଛି। ପିଏମ୍ କେୟାର୍ସ ପାଣ୍ଠି ନେଇ କାକୋଲି ଘୋଷ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ପାଣ୍ଠିର ଟଙ୍କାରେ ଅନିୟମିତତା ରହିଛି। କେନ୍ଦ୍ର ସରକାର ସମ୍ବିଧାନର କ୍ଷମତାକୁ ଅପବ୍ୟବହାର କରୁଛନ୍ତି। କେନ୍ଦ୍ର ସରକାର ରାଜ୍ୟକୁ ୮୫,୦୦୦ କୋଟି ଟଙ୍କା ଦେବାର ଅଛି। ହେଲେ କେନ୍ଦ୍ର ସରକାର ଏହି ବକେୟା ଟଙ୍କା ବନ୍ଦ କରି ରଖିଥିବା ଅଭିଯୋଗ ଆଣିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।