ମୋବାଇଲ୍ ଫୋନରେ ତିନି ତଲାକର ଶିକାର ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ହାଇଦ୍ରାବାଦ: ଭାରତରେ ଟ୍ରିପିଲ୍ ତଲାକ ବା ତିନି ତଲାକକୁ ବେଆଇନ୍ ଘୋଷଣା କରିଛନ୍ତି ସରକାର। ଏହାପରେ ବି ଏହି ପରମ୍ପରା ଜାରି ରହିଛି। ଯାହାର ଜ୍ୱଳନ୍ତ ଉଦାହରଣ ହାଇଦ୍ରାବାଦରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଜନ୍ମ କିନ୍ତୁ ସୋମାଲିଆରେ। ସେ ଏବେ ଫୋନ୍ କରି ତାଙ୍କୁ ତିନି ତଲାକ ଦେଇଛନ୍ତି। ତେଣୁ ମହିଳା ଜଣଙ୍କ କେନ୍ଦ୍ର ସରକାରଙ୍କୁ ନ୍ୟାୟ ମାଗିଛନ୍ତି। ଯେହେତୁ ଛାଡପତ୍ର ଦେଇଥିବା ବ୍ୟକ୍ତି ଜଣଙ୍କ ବିଦେଶୀ ନାଗରିକ ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ କି ନାହିଁ ତାହା ଏବେ ଜଟିଳ ପ୍ରଶ୍ନ।
ମହିଳା ଜଣଙ୍କ କହିଛନ୍ତି, ୨୦୧୫ର ଉଭୟ ବିବାହ କରିଥିଲେ। ପ୍ରଥମେ ତାଙ୍କ ବାପାକୁ ଫୋନ୍ କରି ତାଙ୍କ ସ୍ୱାମୀ ଛାଡପତ୍ର କଥା କହିଥିଲେ। ପରେ ସେ ଫୋନ୍ ଧରିବା ପରେ ତାଙ୍କ ସ୍ୱାମୀ ତିନି ତଲାକ ଦେଇଥିଲେ ବୋଲି କହିଛନ୍ତି। ବିନା କୌଣସି କାରଣରେ ତାଙ୍କ ସ୍ୱାମୀ ଏଭଳି କରିଛନ୍ତି। ବିବାହ ପାଖରୁ ଏଯାବତ ସବୁକିଛି ଠିକ୍ ଠାକ୍ ଚାଲୁଥିଲା। ହେଲେ ହଠାତ୍ ତାଙ୍କ ସ୍ୱାମୀଙ୍କ ଏଭଳି ଆଚରଣ ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି କହିଛନ୍ତି।
"She was wronged by being divorced without any reason. I want to get my daughter married again for which we need divorce papers. We haven't got any maintenance nor official paperwork. My daughter should get justice," says the mother of the woman https://t.co/GizUUoeJtN pic.twitter.com/STe3buwiKb
— ANI (@ANI) December 9, 2020
ଏବେ ପୀଡ଼ିତାଙ୍କ ମା କହିଛନ୍ତି, ତାଙ୍କ ଝିଅ ଆଗକୁ ଦ୍ୱିତୀୟ ବିବାହ କରିବ। ତେଣୁ ଛାଡ଼ପତ୍ର କାଗଜପତ୍ର ଆବଶ୍ୟକ ରହିଛି। ଏଥିସହ ତାଙ୍କ ଜ୍ୱାଇଁଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।