ପାକିସ୍ତାନ ସମେତ ୧୨ଟି ଦେଶର ନାଗରିକଙ୍କ ଭିସା ଉପରେ ରୋକ୍ ଲଗାଇଲା ୟୁଏଇ

ଆବୁଧାବି: ପାକିସ୍ତାନ, ଇରାନ ଏବଂ ଆଫଗାନିସ୍ତାନ ଭଳି ୧୨ଟି ଇସଲାମିକ ଦେଶର ନାଗରିକଙ୍କ ଭିସା ଆବେଦନ ଉପରେ ରୋକ୍ ଲଗାଇଲା ୟୁଏଇ। ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ଏହି ସୂଚନା ମିଳିଛି। ସୁରକ୍ଷା କାରଣ ପାଇଁ ୟୁଏଇ ଏଭଳି ବଡ଼ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ହେଲେ କେଉଁ ସୁରକ୍ଷା ଆଧାରରେ ଭିସା ଦେବନି ବୋଲି ୟୁଏଇ ନିଷ୍ପତ୍ତି ନେଇଛି ସେ ବାବଦରେ ସ୍ପଷ୍ଟ କରିନି ୟୁଏଇ। କିଛି ଦିନ ପୂର୍ବରୁ ୟୁଏଇର ଜେଡାରେ ଥିବା […]

uae visa

uae visa

Subhransu Sekhar
  • Published: Saturday, 28 November 2020
  • Updated: 28 November 2020, 09:28 PM IST

ଆବୁଧାବି: ପାକିସ୍ତାନ, ଇରାନ ଏବଂ ଆଫଗାନିସ୍ତାନ ଭଳି ୧୨ଟି ଇସଲାମିକ ଦେଶର ନାଗରିକଙ୍କ ଭିସା ଆବେଦନ ଉପରେ ରୋକ୍ ଲଗାଇଲା ୟୁଏଇ। ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ଏହି ସୂଚନା ମିଳିଛି। ସୁରକ୍ଷା କାରଣ ପାଇଁ ୟୁଏଇ ଏଭଳି ବଡ଼ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ହେଲେ କେଉଁ ସୁରକ୍ଷା ଆଧାରରେ ଭିସା ଦେବନି ବୋଲି ୟୁଏଇ ନିଷ୍ପତ୍ତି ନେଇଛି ସେ ବାବଦରେ ସ୍ପଷ୍ଟ କରିନି ୟୁଏଇ।

କିଛି ଦିନ ପୂର୍ବରୁ ୟୁଏଇର ଜେଡାରେ ଥିବା ଏକ କବରସ୍ଥାନରେ ବିସ୍ଫୋରଣ ଘଟିଥିଲା ​​ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ।  ଏହାପରେ ୟୁଏଇ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

ସେହିପରି ଦୁବାଇ ବିମାନବନ୍ଦର ଫ୍ରୀ ଜୋନର ଏକ ବିବୃତ୍ତି ଅନୁଯାୟୀ ନଭେମ୍ବର ୧୮ରୁ ଭିସା ଦେବା ନେଇ ଅସ୍ଥାୟୀ ଭାବରେ ରୋକ୍ ଲଗାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସେ କହିଛନ୍ତି। ଚାକିରି ଏବଂ ପର୍ଯ୍ୟଟନ ଭିସା ଉପରେ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ୟୁଏଇ ପାକିସ୍ତାନ ନାଗରିକଙ୍କୁ ନୂଆ ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଛି। ଯେଉଁମାନଙ୍କର ପୂର୍ବରୁ ଭିସା ଅଛି ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ପାକିସ୍ଥାନ, ଇରାନ, ଆଫଗାନିସ୍ତାନ, ସିରିଆ, ସୋମାଲିଆ, ଲିବିୟା, ୟେମେନ, ଆଲଜେରିଆ, ଇରାକ, ତୁର୍କୀ, ଲେବାନନ, କେନିଆ, ଟ୍ୟୁନିସିଆ ଭଳି ଦେଶ ସହିତ ୟୁଏଇର ବିବାଦ ରହିଛି। ସେହିପରି ୟୁଏଇ ଫ୍ରାନ୍ସ ନାଗରିକଙ୍କ ଭିସା ଉପରେ ରୋକ୍ ଲଗାଇବାକୁ ଚିନ୍ତା କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos