ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ: ଉପ-ରାଜ୍ୟପାଳଙ୍କ ଜରିଆରେ ଦିଲ୍ଲୀରେ ସିଧାସଳଖ ଶାସନ କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଯାଇ ପହଞ୍ଚିଛି ଦିଲ୍ଲୀ ଉପ-ରାଜ୍ୟପାଳ ନଜୀବ ଜଙ୍ଗ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବାଦ। ଖୋଦ ଅରବିନ୍ଦ କେଜ୍ରିୱାଲ ଆଜି ଏ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖି ପଠାଇଛନ୍ତି। ସେଥିରେ ସେ ଅଭିଯୋଗ କରିଛନ୍ତି ଯେ ଉପ-ରାଜ୍ୟପାଳ ନଜୀବ ଜଙ୍ଗଙ୍କ ମାଧ୍ୟମରେ କେନ୍ଦ୍ର ସରକାର ସିଧାସଳଖ ଭାବେ ଦିଲ୍ଲୀରେ ଶାସନ କରୁଛନ୍ତି। ଏହା ସହିତ ଦିଲ୍ଲୀ ସରକାରଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବାକୁ […]

kejree

kejree

Rakesh Mallick
  • Published: Wednesday, 20 May 2015
  • Updated: 20 May 2015, 06:47 AM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଯାଇ ପହଞ୍ଚିଛି ଦିଲ୍ଲୀ ଉପ-ରାଜ୍ୟପାଳ ନଜୀବ ଜଙ୍ଗ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବାଦ। ଖୋଦ ଅରବିନ୍ଦ କେଜ୍ରିୱାଲ ଆଜି ଏ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖି ପଠାଇଛନ୍ତି। ସେଥିରେ ସେ ଅଭିଯୋଗ କରିଛନ୍ତି ଯେ ଉପ-ରାଜ୍ୟପାଳ ନଜୀବ ଜଙ୍ଗଙ୍କ ମାଧ୍ୟମରେ କେନ୍ଦ୍ର ସରକାର ସିଧାସଳଖ ଭାବେ ଦିଲ୍ଲୀରେ ଶାସନ କରୁଛନ୍ତି। ଏହା ସହିତ ଦିଲ୍ଲୀ ସରକାରଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ଗତକାଲି ଉପ-ରାଜ୍ୟପାଳ ନାଜୀବ ଜଙ୍ଗ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୃଥକ ପୃଥକ ସମୟରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ଥିଲେ। ରାଷ୍ଟ୍ରପତିଙ୍କୁ ଭେଟିବା ଅବସରରେ ଉଭୟ ପରସ୍ପର ବିରୁଦ୍ଧରେ ସମ୍ବିଧାନ ଉଲ୍ଲଂଘନ ଅଭିଯୋଗ କରିଥିଲେ।

ଏ ଦୁହିଁଙ୍କ ମଧ୍ୟରେ ବିବାଦ ଯୋଗୁ ଦିଲ୍ଲୀରେ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏ ବିବାଦ ଆରମ୍ଭ ହୋଇଛି ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନିଯୁକ୍ତିରୁ। ବରିଷ୍ଠ ଆଇଏଏସ ଅଫିସର ଶକୁନ୍ତଳା ଗାମଲିନଙ୍କୁ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ ନାଜୀବ ଜଙ୍ଗ। କିନ୍ତୁ ଅରବିନ୍ଦ କେଜ୍ରିୱାଲ ଏହାକୁ ଗ୍ରହଣ କରିବାକୁ ରାଜି ହୋଇ ନଥିଲେ। ସେ ଅଭିଯୋଗ କରିଥିଲେ ଯେ ଗାମଲିନ ଦିଲ୍ଲୀର ଶକ୍ତି ସଚିବ ଥିବା ବେଳେ କ୍ଷମତାର ଅପବ୍ୟବହାର କରି ବିଦ୍ୟୁତ ଯୋଗାଣକାରୀ କଂପାନୀଗୁଡ଼ିକୁ ଅହେତକୁ ଅନୁକଂପା ଦେଖାଇଥିଲେ। ସେ ଦୁର୍ନୀତିଗ୍ରସ୍ତ ବୋଲି କେଜ୍ରିୱାଲ କହିଥିଲେ।

ଦିଲ୍ଲୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ଯୋଘୁ କେନ୍ଦ୍ରର ପ୍ରତିନିଧି ଭାବେ ସେ ବରିଷ୍ଠ ଅଧିକାରୀମାନଙ୍କୁ ନିଯୁକ୍ତି ଦେବେ ବୋଲି ଉପ-ରାଜ୍ୟପାଳ ନଜୀବ ଜଙ୍ଗ ଦାବି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଆପ୍ ପକ୍ଷରୁ ଯୁକ୍ତି କରାଯାଇଛି ଯେ ଏ କ୍ଷେତ୍ରରେ ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଇପାରିବ ନାହିଁ। ପୁଣି ଉପ-ରାଜ୍ୟପାଳଙ୍କଠାରୁ ବରିଷ୍ଠ ଅଧିକାରୀମାନଙ୍କ ପାଖକୁ ଆସୁଥିବା ନିର୍ଦ୍ଦେଶନାମାଗୁଡ଼ିକ ତାଙ୍କ ଅଫିସ ଦେଇ ଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଉପ-ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବିବାଦ ମଧ୍ୟରେ ପେଶି ହୋଇଯାଉଛନ୍ତି ଦିଲ୍ଲୀର ବରିଷ୍ଠ ଆଇଏଏସ ଅଧିକାରୀମାନେ। ପ୍ରାୟ ୨୦ ଜଣ ଆଇଏଏସ୍ ଏଥିଯୋଗୁ ଦିଲ୍ଲୀରୁ ଅନ୍ୟ ରାଜ୍ୟଗୁଡ଼ିକୁ ବଦଳି ହେବା ପାଇଁ ଆବେଦନ ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story