ଗୋରଖପୁର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଗୋରଖପୁର ସଂସଦୀୟ କ୍ଷେତ୍ରରୁ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି ଉଠିବାରେ ଲାଗିଛି। ରବିବାର ଦଳ ପକ୍ଷରୁ ଦୁଇଟି ପୋଷ୍ଟର ଜାରି କରାଯାଇଛି। ଏଥିରେ ପ୍ରିୟଙ୍କାଙ୍କୁ ଝାନ୍ସି ରାଣୀଙ୍କ ପରି ଉପସ୍ଥାପିତ କରାଯାଇଛି।
ଗୋରଖପୁରରୁ କଂଗ୍ରେସ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରୁ ବୋଲି ପ୍ରଥମ ପୋଷ୍ଟରରେ ଜିଲ୍ଲା କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି। ଏଥିରେ ସ୍ଲୋଗାନ ଦିଆଯାଇଛି ଯେ, ଗୋରଖପୁରର ଦାବି, ଏଥର ସାଂସଦ ପ୍ରିୟଙ୍କା ଗାନ୍ଧି।
ଜିଲ୍ଲା କଂଗ୍ରେସ୍ର ମହାସଚିବ ଅନୱର ହୁସେନ୍ କହିଛନ୍ତି, “ପ୍ରିୟଙ୍କା ଗାନ୍ଧିଙ୍କୁ ପୂର୍ବ-ଉତ୍ତରପ୍ରଦେଶର ପ୍ରଭାରୀ କରାଯାଇଥିବାରୁ ଆମେ ବହୁତ ଉତ୍ସାହିତ ଅଛୁ। ଦଳ ପାଖରେ ଆମେ ଦାବି କରୁଛୁ, ଗୋରଖପୁରରୁ ତାଙ୍କୁ ପ୍ରାର୍ଥୀ କରାଯାଉ।”
ଦ୍ୱିତୀୟ ପୋଷ୍ଟରରେ ଝାନ୍ସି ରାଣୀଙ୍କ ପରି ଧଳା ଘୋଡାରେ ପ୍ରିୟଙ୍କା ବସିଥିବା ଦେଖାଯାଉଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଚାରିଆଡେ ପ୍ରିୟଙ୍କାଙ୍କ ନାଁ ଶୁଣିବାକୁ ମିଳୁଛି, ଏଥର କଂଗ୍ରେସ୍ ଆସୁ ବୋଲି ଦେଶ କହୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
କେତେ ସଫଳ ହେବ ବିଜେପି-ଏଆଇଏଡିଏମକେ ମେଣ୍ଟ?
ଉଭୟ ଦଳ ମେଣ୍ଟ କରି କ’ଣ ପାଇବାକୁ ଓ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି?

National
ତହବୁର ରାଣା: ପାକ୍ ଆର୍ମି ପୋଷାକ ପ୍ରତି ପ୍ରେମ ଓ ଆଇଏସଆଇ ସହ ବୈଠକ
କଡ଼ା ସୁରକ୍ଷା ବଳୟ ଓ ୨୪ ଘଣ୍ଟିଆ ସର୍ଭେଲାନ୍ସ ମଧ୍ୟରେ ରାଣାକୁ ଘନଘନ ଜେରା କରାଯାଉଛି।
Health
ଭାରତୀୟଙ୍କଠାରେ ଭିଟାମିନ ଡି’ର ଘୋର ଅଭାବ
ICRIER ଦେଇଥିବା ଏହି ରିପୋର୍ଟର ଶୀର୍ଷକ ରହିଛି ‘ରୋଡ୍ମ୍ୟାପ୍ ଟୁ ଆଡ୍ରେସ ଭିଟାମିନ୍ ଡି ଡେଫିସିଏନ୍ସୀ ଇନ୍ ଇଣ୍ଡିଆ’। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ସବୁ ବର୍ଗର ଓ ବୃତ୍ତିର ଲୋକଙ୍କଠାରେ ଭିଟାମିନ ଡି’ର ଅଭାବ ଦେଖାଯାଇଛି।

National
ତହବୁର ରାଣାକୁ ଏନଆଇଏ କରୁଛି ଜେରା: ରହସ୍ୟମୟ ‘ଦୁବାଇ ବ୍ୟକ୍ତି’ କିଏ?
ମୁମ୍ବାଇ ୨୬/୧୧ ହମଲା ପୂର୍ବରୁ ରାଣା ଜଣେ ରହସ୍ୟମୟ ବ୍ୟକ୍ତିକୁ ଦୁବାଇରେ ଭେଟିଥିଲା।

Crime
କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?
ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍ ବା ନାକ ଫୁଲ ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।