ନୂଆଦିଲ୍ଲୀ: ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କରୋନା ମୁକାବିଲା ପାଇଁ ୧୦୦ କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ଏହି ଶିଳ୍ପପତି କହିଛନ୍ତି, ବର୍ତ୍ତମାନ ହିଁ ସେହି ସମୟ ଯେତେବେଳେ ଦେଶ ଆମକୁ ଦରକାର କରୁଛି।
ସେ କହିଛନ୍ତି ବହୁତ ଲୋକ ବର୍ତ୍ତମାନ ଅନିଶ୍ଚିତତା ଦେଇ ଗତି କରୁଛନ୍ତି। ମୁଁ ଦିନ ମଜୁରିଆଙ୍କ ବାବଦରେ ବିଶେଷ କରି ଚିନ୍ତିତ ଅଛି। ଆମେ ଆମର ଯଥା ସମ୍ଭବ ସାହାଯ୍ୟ କରୁଛୁ।
ଏହା ପୂର୍ବରୁ ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଥିଲେ, “ମୁଁ ମୋର ଦରମାର ଶତ ପ୍ରତିଶତ କରୋନା ମୁକାବିଲା ପାଇଁ ଦେବି। ଆସନ୍ତା କିଛି ମାସରେ ଆହୁରି ଏଥିରେ ମିଶାଇବି। ଆଗକୁ ସ୍ଥିତି ସଙ୍ଗିନ ହେଲେ ଡାକ୍ତରୀ ଭିତ୍ତିଭୂମିର ଦରକାର ପଡ଼ିବ। ଅନ୍ୟ ବ୍ୟବସାୟିକ ସଂସ୍ଥା ମଧ୍ୟ ଏଥିରେ ହାତ ବଢ଼ାନ୍ତୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ପ୍ରବଳ ଥଣ୍ଡା, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ଛୁଟି
ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
National
ଆଶ୍ଚର୍ଯ୍ୟ! ଡାକ୍ତର ଘୋଷଣା କରିଥିଲେ ମୃତ, କିନ୍ତୁ ଜୀବନ ଫେରାଇ ଦେଲା ହମ୍ପସ
ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବୃଦ୍ଧ ଘଟଣାକ୍ରମରେ ଜୀବିତ ଅବସ୍ଥାରେ ହସ୍ପିଟାଲରୁ ବାହାରିଛନ୍ତି।
National
ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ, କିନ୍ତୁ...
ଯେଉଁ ଅନାଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।