ଅଶ୍ଳୀଳ ଭିଡିଓ ମାମଲା: ସନ୍ଦୀପଙ୍କୁ ପୋଲିସର ୧୨ ଘଣ୍ଟା ଜେରା

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ ମାମଲାରେ ଗତକାଲି ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ  ସନ୍ଦୀପ କୁମାରଙ୍କୁ ପୋଲିସ୍‌ ପ୍ରାୟ ୧୨ ଘଣ୍ଟା ଧରି ପଚରାଉଚରା କରିଛି। ନିଜକୁ ନିର୍ଦ୍ଦୋଷ ବୋଲି ପୋଲିସ୍‌ ନିକଟରେ ସନ୍ଦୀପ ସଫେଇ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ଏବେ ଅଶ୍ଳୀଳ ଭିଡିଓକୁ ଚର୍ଚ୍ଚା ଜୋର୍‌ ଧରିଛି।  ଏହି ଭିଡିଓରେ ଦେଖିବାକୁ ମିଳିଥିବା ମହିଳା ଗତକାଲି ସାମ୍ନାକୁ ଆସିବା ପରେ ସନ୍ଦୀପ କୁମାରଙ୍କୁ ଗିରଫ କରାଯାଇଥିଲା। ସନ୍ଦୀପ କହିଛନ୍ତି,“ ମୁଁ କୌଣସି ଅପରାଧ କରିନାହିଁ। ମୋତେ […]

Sandeep

Sandeep

Rakesh Mallick
  • Published: Sunday, 04 September 2016
  • Updated: 04 September 2016, 01:56 PM IST

Sports

Latest News

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ ମାମଲାରେ ଗତକାଲି ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ  ସନ୍ଦୀପ କୁମାରଙ୍କୁ ପୋଲିସ୍‌ ପ୍ରାୟ ୧୨ ଘଣ୍ଟା ଧରି ପଚରାଉଚରା କରିଛି। ନିଜକୁ ନିର୍ଦ୍ଦୋଷ ବୋଲି ପୋଲିସ୍‌ ନିକଟରେ ସନ୍ଦୀପ ସଫେଇ ଦେଇଛନ୍ତି।

ରାଜଧାନୀ ଦିଲ୍ଲୀରେ ଏବେ ଅଶ୍ଳୀଳ ଭିଡିଓକୁ ଚର୍ଚ୍ଚା ଜୋର୍‌ ଧରିଛି।  ଏହି ଭିଡିଓରେ ଦେଖିବାକୁ ମିଳିଥିବା ମହିଳା ଗତକାଲି ସାମ୍ନାକୁ ଆସିବା ପରେ ସନ୍ଦୀପ କୁମାରଙ୍କୁ ଗିରଫ କରାଯାଇଥିଲା।

ସନ୍ଦୀପ କହିଛନ୍ତି,“ ମୁଁ କୌଣସି ଅପରାଧ କରିନାହିଁ। ମୋତେ ଫସାଇ ଦିଆଯାଇଛି। ରାଜନୈତିକ ଦଳମାନେ ମୋ ବିରୋଧରେ ଷଡଯନ୍ତ୍ର କରିଛନ୍ତି।”

ଏହି ଭିଡିଓର ଫୋରେନ୍‌ସିକ୍  ଯାଞ୍ଚ କରିବାକୁ  ସନ୍ଦୀପ ଦାବି କରିଛନ୍ତି। ଫଳରେ ଘଟଣାର ସତ୍ୟସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।  ଏହି ଭିଡିଓ ବହୁ ପୁରୁଣା ହୋଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos