ଲୋକଙ୍କ ଆକ୍ରୋଶ ଦେଖି ନରମିଲେ କେରଳ ସରକାର

ଥିରୁଅନନ୍ତପୁରମ: ଲୋକଙ୍କ ଆକ୍ରୋଶ ଦେଖି ନରମିଲା କେରଳ ସରକାର। ସୋଶାଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଲେ ପୁଲିସ ସଂପୃକ୍ତ ବ୍ୟକ୍ତିକୁ ଗିରଫ୍ କରିବ ବୋଲି କେରଳ ସରକାର ଏକ ଅଧ୍ୟାଦେଶ ଆଣିଥିଲେ। ଯାହାକୁ ରାଜ୍ୟପାଳ ଆତିଫ୍ ମହମ୍ମଦ ଖାନ୍ ମଧ୍ୟ ଅନୁମୋଦନ ଦେଇଥିଲେ। ତେବେ ଏହି ଆଇନକୁ ନୂଆଦିଲ୍ଲୀରେ ଏଲଡିଏଫର ସହଯୋଗୀ କଂଗ୍ରେସ ସମେତ ଅନେକ ଦଳ ବିରୋଧ କରିଥିଲେ। ଏହା ସ୍ୱାଧୀନ ଅଭିବ୍ୟକ୍ତି ଉପରେ କୁଠାରଘାତ ବୋଲି କହିଖିଲେ। କଂଗ୍ରେସ ନେତା ପି. ଚିଦାମ୍ୱରମ ମଧ୍ୟ […]

Pinarayi-Vijayan

Pinarayi-Vijayan

Subhransu Sekhar
  • Published: Monday, 23 November 2020
  • Updated: 23 November 2020, 04:48 PM IST

Sports

Latest News

ଥିରୁଅନନ୍ତପୁରମ: ଲୋକଙ୍କ ଆକ୍ରୋଶ ଦେଖି ନରମିଲା କେରଳ ସରକାର। ସୋଶାଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଲେ ପୁଲିସ ସଂପୃକ୍ତ ବ୍ୟକ୍ତିକୁ ଗିରଫ୍ କରିବ ବୋଲି କେରଳ ସରକାର ଏକ ଅଧ୍ୟାଦେଶ ଆଣିଥିଲେ। ଯାହାକୁ ରାଜ୍ୟପାଳ ଆତିଫ୍ ମହମ୍ମଦ ଖାନ୍ ମଧ୍ୟ ଅନୁମୋଦନ ଦେଇଥିଲେ।

ତେବେ ଏହି ଆଇନକୁ ନୂଆଦିଲ୍ଲୀରେ ଏଲଡିଏଫର ସହଯୋଗୀ କଂଗ୍ରେସ ସମେତ ଅନେକ ଦଳ ବିରୋଧ କରିଥିଲେ। ଏହା ସ୍ୱାଧୀନ ଅଭିବ୍ୟକ୍ତି ଉପରେ କୁଠାରଘାତ ବୋଲି କହିଖିଲେ। କଂଗ୍ରେସ ନେତା ପି. ଚିଦାମ୍ୱରମ ମଧ୍ୟ କେରଳ ସରକାରର ଏହି ନିୟମକୁ ବିରୋଧ କରିବା ସହିତ ସମାଲୋଚନା କରିଥିଲେ।

ସରକାର ଏହି ଆଇନ୍ ନେଇ ଘେରି ହୋଇଯିବା ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ କହିଛନ୍ତି, ଏହି ଆଇନକୁ ଲୋକେ ବିରୋଧ କରୁଥିବାରୁ କେରଳ ସରକାର ଏହି ଆଇନ୍ ଲାଗୁ କରିବେ ନାହିଁ। ଏହା ପୂର୍ବରୁ ସିପିଏମ୍ ନେତା ସୀତାରାମ ୟୁଚେରୀ କହିଥିଲେ ଏହି ଆଇନ ବାବଦରେ ପୁଣିଥରେ ବିଚାର ବିମର୍ଶ ହେବ।

ସୂଚନାଯୋଗ୍ୟ, ସୋଶାଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଲେ, କାହାକୁ ଅପମାନ ଜନକ ମନ୍ତବ୍ୟ ଦେଲେ କିମ୍ୱା ଧମକ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେରଳ ସରକାର ଆଇନ୍ ତିଆରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos