ଡେବ୍ୟୁ ମ୍ୟାଚ୍‌ରେ କମାଲ, କିନ୍ତୁ ଦଳ ହାରିଗଲା

ଶିମଲା: କଂଗ୍ରେସ ହାତରୁ ଖସି ଗଲା ହିମାଚଳ ପ୍ରଦେଶ। ଏଠି ବିଜେପି ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି। ଆଜି ଭୋଟ୍ ଗଣତି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ୬୮ଟି ଆସନରୁ ବିଜେପି ୨୫ଟିରେ ଜିତି ସାରିଥିବା ବେଳେ ୧୯ଟିରେ ଆଗୁଆ ରହିଛି। ଏଣୁ ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ ଦଳ ୪୪ଟି ଆସନ ପାଇ ସରକାର ଗଢ଼ିବା ପ୍ରାୟ ନିଶ୍ଚିତ। ଅନ୍ୟପକ୍ଷରେ କଂଗ୍ରେସ ୧୪ଟି ଆସନରେ ଜିତି […]

vikramaditya

vikramaditya

Ordigital Desk
  • Published: Monday, 18 December 2017
  • Updated: 18 December 2017, 06:07 PM IST

Sports

Latest News

ଶିମଲା: କଂଗ୍ରେସ ହାତରୁ ଖସି ଗଲା ହିମାଚଳ ପ୍ରଦେଶ। ଏଠି ବିଜେପି ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି। ଆଜି ଭୋଟ୍ ଗଣତି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ୬୮ଟି ଆସନରୁ ବିଜେପି ୨୫ଟିରେ ଜିତି ସାରିଥିବା ବେଳେ ୧୯ଟିରେ ଆଗୁଆ ରହିଛି। ଏଣୁ ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ ଦଳ ୪୪ଟି ଆସନ ପାଇ ସରକାର ଗଢ଼ିବା ପ୍ରାୟ ନିଶ୍ଚିତ। ଅନ୍ୟପକ୍ଷରେ କଂଗ୍ରେସ ୧୪ଟି ଆସନରେ ଜିତି ସାରିଥିବା ବେଳେ ୭ଟିରେ ଆଗୁଆ ରହିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପାଇଁ ଏହା ଏକ ବଡ଼ ଝଟ୍‌କା। ତେବେ ବ୍ୟକ୍ତିଗତ ଭାବେ ଖୁସି ହେବା ପାଇଁ ତାଙ୍କୁ ଏକ କାରଣ ମିଳିଯାଇଛି। ରାଜ୍ୟରେ ବିଜେପି ଛାଇ ଯିବା ସତ୍ତ୍ୱେ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ନିର୍ବାଚନରେ ବିଜୟୀ ହୋଇଛନ୍ତି। ୨୮ ବର୍ଷୀୟ ବିକ୍ରମାଦିତ୍ୟ ବିଜେପିର ପ୍ରମୋଦ ଶର୍ମାଙ୍କୁ ହରାଇ ଏ ନିର୍ବାଚନ ଜିତିଛନ୍ତି। ସେ ଶିମଲା ରୁରାଲ୍‌ ଆସନରୁ ଛିଡ଼ା ହୋଇଥିଲେ। ସେ ଏଥର ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ତେଣୁ ଲୋକେ କହୁଛନ୍ତି ଯେ ଡେବ୍ୟୁ ମ୍ୟାଚ୍‌ରେ ଭଲ କଲେ, କିନ୍ତୁ ଦଳ ହାରି ଗଲା।

ଇତିହାସରେ ଏମ୍‌ଏ କରିଥିବା ବିକ୍ରମାଦିତ୍ୟଙ୍କ ମୋଟ ସଂପତ୍ତିର ପରିମାଣ ୮୪ କୋଟି ଟଙ୍କା। ଏହି ନିର୍ବାଚନରେ ସେ ଥିଲେ ରାଜ୍ୟର ଦ୍ୱିତୀୟ ସର୍ବାଧିକ ଧନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos