କିଏ ସେହି ମହିଳା ଯିଏ ଅଭିନନ୍ଦନଙ୍କୁ ଛାଡ଼ିବାକୁ ଆସିଥିଲେ?

ନୂଆଦିଲ୍ଲୀ: ଶେଷରେ ଭାରତୀୟ ବାୟୁସେନାର ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଛାଡ଼ି ଦେଇଛି ପାକିସ୍ତାନ। ଗତକାଲି ରାତିରେ ଭାରତକୁ ଫେରିଛନ୍ତି ଅଭିନନ୍ଦନ। ତାଙ୍କୁ ଛାଡ଼ିବାକୁ ଅଟ୍ଟାରି-ୱାଘା ସୀମା ପର୍ଯ୍ୟନ୍ତ ପାକିସ୍ତାନର ବୈଦେଶିକ ବିଭାଗର କିଛି ଅଧିକାରୀଙ୍କ ସହିତ ପାକିସ୍ତାନୀ ରେଞ୍ଜର୍ସର ଅଧିକାରୀ ଆସିଥିଲେ। ତେବେ ଟିଭିରେ ଆପଣମାନେ ଦେଖିଥିବେ ଅଭିନନ୍ଦନଙ୍କ ପାଖରେ ଜଣେ ମହିଳା ଛିଡ଼ା ହୋଇଥିଲେ। ଏବେ ସେ ମହିଳାଙ୍କୁ ନେଇ ଚର୍ଚ୍ଚା ହେଉଛି। ସେ ମହିଳା ଜଣଙ୍କ କିଏ? ସେ ପାକିସ୍ତାନର ବୈଦେଶିକ […]

abhi

abhi

Jitendra Garnayak
  • Published: Saturday, 02 March 2019
  • Updated: 02 March 2019, 09:29 AM IST

Sports

Latest News

ନୂଆଦିଲ୍ଲୀ: ଶେଷରେ ଭାରତୀୟ ବାୟୁସେନାର ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଛାଡ଼ି ଦେଇଛି ପାକିସ୍ତାନ। ଗତକାଲି ରାତିରେ ଭାରତକୁ ଫେରିଛନ୍ତି ଅଭିନନ୍ଦନ।

ତାଙ୍କୁ ଛାଡ଼ିବାକୁ ଅଟ୍ଟାରି-ୱାଘା ସୀମା ପର୍ଯ୍ୟନ୍ତ ପାକିସ୍ତାନର ବୈଦେଶିକ ବିଭାଗର କିଛି ଅଧିକାରୀଙ୍କ ସହିତ ପାକିସ୍ତାନୀ ରେଞ୍ଜର୍ସର ଅଧିକାରୀ ଆସିଥିଲେ। ତେବେ ଟିଭିରେ ଆପଣମାନେ ଦେଖିଥିବେ ଅଭିନନ୍ଦନଙ୍କ ପାଖରେ ଜଣେ ମହିଳା ଛିଡ଼ା ହୋଇଥିଲେ। ଏବେ ସେ ମହିଳାଙ୍କୁ ନେଇ ଚର୍ଚ୍ଚା ହେଉଛି। ସେ ମହିଳା ଜଣଙ୍କ କିଏ?

ସେ ପାକିସ୍ତାନର ବୈଦେଶିକ ବିଭାଗରେ ଭାରତ ସଂପର୍କିତ ବ୍ୟାପାରର ନିର୍ଦ୍ଦେଶକ ଅଛନ୍ତି। ତାଙ୍କ ନାଁ ଡ. ଫରିହା ବୁଗତୀ। ସେ ଜଣେ ଏଫ୍‌ଏସ୍‌ପି (ପାକିସ୍ତାନ ବିଦେଶ ସେବା) ଅଧିକାରୀ, ଅର୍ଥାତ୍ ଆମ ଦେଶର ଆଇଏଫ୍‌ଏସ୍‌ (ଭାରତୀୟ ବୈଦେଶିକ ସେବା) ଅଧିକାରୀଙ୍କ ସମକକ୍ଷ।

bagtiପାକିସ୍ତାନରେ ବନ୍ଦୀ ନୌସେନାର ପୂର୍ବତନ ଅଧିକାରୀ କୂଲଭୂଷଣ ଯାଦବଙ୍କୁ ଯେତେବେଳେ ତାଙ୍କ ମା’ ଓ ପତ୍ନୀ ସାକ୍ଷାତ କରିବାକୁ ଯାଇଥିଲେ, ସେତେବେଳେ ମଧ୍ୟ ଫରିହା ବୁଗତୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ଗତ ୨୬ ତାରିଖରେ ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ୨୭ ତାରିଖରେ ପାକିସ୍ତାନର ଯୁଦ୍ଧବିମାନ ଏଫ୍‌-୧୬ ଭାରତୀୟ ସୀମାରେ ପ୍ରବେଶ କରିବା ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ମିଗ୍‌-୨୧ ଜରିଆରେ ଏହାର ଜବାବ ଦେଇଥିଲେ। ସେ ପାକିସ୍ତାନର ଏକ ଏଫ୍‌-୧୬ ଯୁଦ୍ଧବିମାନକୁ ଗୁଳି କରି ଖସାଇ ଦେଇଥିଲେ। ତେବେ ଆକାଶମାର୍ଗରେ ଯୁଦ୍ଧ ବେଳେ ଅଭିନନ୍ଦନଙ୍କ ବିମାନରେ ବି ଗୁଳି ବାଜିଥିଲା। ଏହା ପରେ ସେ ଆକାଶ ଛତା ସାହାଯ୍ୟରେ ଡେଇଁ ପଡ଼ିଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ ପାକିସ୍ତାନ ସୀମାରେ ଅବତରଣ କରିଥିଲେ। ଭାରତର କଡ଼ା ଆଭିମୁଖ୍ୟ ଓ ବିଶ୍ୱସମୁଦାୟର ଚାପରେ ପାକିସ୍ତାନ ସରକାର ତାଙ୍କୁ ଛାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos