କାର୍ ଚୋର ବନାମ କାର୍ ମାଲିକ: ମହିଳା ଦେଖାଇଲେ ସାହାସ, ଭିଡିଓ ହେଲା ଭାଇରାଲ୍

କାର ଚୋରି ଘଟଣା ଆମ ଦେଶରେ ସାଧାରଣ କଥା। ପ୍ରତିଦିନ କେଉଁଠୁ ନା କେଉଁଠୁ ଗା଼ଡ଼ି ଚୋରିର ଖବର ଆସିଥାଏ।  କେବଳ ଭାରତ ନୁହେଁ କାର ଚୋରିକୁ ନେଇ ଚିନ୍ତାରେ ଆମେରିକାବାସୀ। ନିକଟରେ ଆମେରିକାର ମିଲବାଉକିରୁ ଏମିତି ଏକ କାର ଚୋରି ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଯେକୌଣସି ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଯିବ। ଏହି ଭିଡିଓରେ ଚୋରଟି କାରକୁ ଚୋରି କରୁଥିବା ସମୟରେ ଜଣେ ମହିଳା କିପରି ସାହସିକତାର ସହ ଚୋରକୁ ମାତ ଦେଇ କାରକୁ ଚୋରି ହେବାରୁ ରକ୍ଷା କରିଛନ୍ତି ତାହା କଏଦ ହୋଇଛି।

[vc_video link="" align="center"]

ଘଟଣା ଅନୁଯାୟୀ ମହିଳା ଜଣଙ୍କ ତାଙ୍କ କାରରେ ପେଟ୍ରୋଲ ଭରିବା ପାଇଁ  ତେଲଟାଙ୍କି ପାଖରେ ଯାଇ ପହଁଚନ୍ତି। ତେଲ ଭରିବା ପାଇଁ ଯେତବେଳେ  ସେ କାରରୁ ବାହାରୁଛନ୍ତି, ଠିକ୍ ସେହି ସମୟରେ କଳାରଙ୍ଗର କାର ଆସି ତାଙ୍କ କାର ସାମ୍ନାରେ ଲାଗୁଛି। ମହିଳାଜଣଙ୍କ କିଛି ଭାବିବା ପୂର୍ବରୁ ଜଣେ ଲୋକ ସେ କଳା କାରରୁ ବାହାରି ଆସି ତାଙ୍କ କାରକୁ ଚୋରାଇବାକୁ ଉଦ୍ୟମ କରୁଛି। ଏସବୁ ଦେଖି ମହିଳାଜଣଙ୍କ ଚିତ୍କାର କରି ଲୋକମାନଙ୍କୁ ଡାକୁଛନ୍ତି। କିନ୍ତୁ କେହି ତାଙ୍କ ଚିତ୍କାର ଶୁଣୁ ନାହାଁନ୍ତି। ଶେଷରେ ମହିଳାଜଣଙ୍କ ନିଜେ ସେ କାର ଉପରକୁ ଡେଇଁ କାରକୁ ରୋକିବାକୁ ଚେଷ୍ଚା କରୁଛନ୍ତି। ଏସବୁସତ୍ୱେ ଯେତବେଳେ ଚୋରଟି ଅଟକି ଯିବା ପରିବର୍ତ୍ତେ କାରର ଗତିକୁ ବଢାଇବାକୁ ଚେଷ୍ଚା କରୁଛି।  ଠିକ୍ ସେତେବେଳେ ମହିଳା ଜଣଙ୍କ କାର ଉପରେ ଶୋଇପଡି ଚୋରଟିକୁ ରାସ୍ତା ନଦେଖାଇ ଦେବାକୁ ଚେଷ୍ଚା କରୁଛନ୍ତି। ଏହାପରେ ଚୋରଟି ରାସ୍ତା ଦେଖିବାରେ ଅସମର୍ଥ ହେଉଛି ଓ ଶେଷରେ ସେ କାରକୁ ଛାଡି ନିଜେ ଆସିଥିବା କଳା କାରକୁ ଧରି ସେଠାରୁ ଫେରାର ହୋଇଯାଉଛି। ପୂରା ଘଟଣା ସେଠାରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

Ordigital Desk
• Published: Friday, 26 May 2017
• Updated: 26 May 2017, 05:37 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos