ଲ୍ୟାବରେ ତିଆରି ହେଲା କରୋନାର ମାରାତ୍ମକ ଷ୍ଟ୍ରେନ, ମୃତ୍ୟୁହାର ୮୦%

ବୋଷ୍ଟନ: ଦେଶବ୍ୟାପୀ ପ୍ରାଣଘାତୀ କରୋନା ଭାଇରସକୁ ନେଇ ଆତଙ୍କ ଦୂର ହୋଇ ନଥିବା ବେଳେ ଏବେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ଆମେରିକାର ବୋଷ୍ଟନ ୟୁନିଭର୍ସିଟିର ଲାବୋରାଟୋରୀରେ ବୈଜ୍ଞାନିକମାନେ ତିଆରି କରିଛନ୍ତି କରୋନାର ମାରାତ୍ମକ ଷ୍ଟ୍ରେନ। ଲ୍ୟାବ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହା କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠାରୁ ବି ଅଧିକ ଘାତକ। ଏହାର ମୃତ୍ୟୁହାର ୮୦ ପ୍ରତିଶତ ବୋଲି କୁହାଯାଉଛି। ଏହି ତଥ୍ୟ ସାମ୍ନାକୁ ଆସିବା […]

corona

corona

Hemant Lenka
  • Published: Thursday, 20 October 2022
  • Updated: 20 October 2022, 09:41 PM IST

Sports

Latest News

ବୋଷ୍ଟନ: ଦେଶବ୍ୟାପୀ ପ୍ରାଣଘାତୀ କରୋନା ଭାଇରସକୁ ନେଇ ଆତଙ୍କ ଦୂର ହୋଇ ନଥିବା ବେଳେ ଏବେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ଆମେରିକାର ବୋଷ୍ଟନ ୟୁନିଭର୍ସିଟିର ଲାବୋରାଟୋରୀରେ ବୈଜ୍ଞାନିକମାନେ ତିଆରି କରିଛନ୍ତି କରୋନାର ମାରାତ୍ମକ ଷ୍ଟ୍ରେନ। ଲ୍ୟାବ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହା କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠାରୁ ବି ଅଧିକ ଘାତକ।

ଏହାର ମୃତ୍ୟୁହାର ୮୦ ପ୍ରତିଶତ ବୋଲି କୁହାଯାଉଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୂରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ଲୋକମାନେ ଏହାକୁ ନେଇ ଚିନ୍ତାରେ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ପୂର୍ବରୁ ଚାଇନାର ଉହାନ ଲ୍ୟାବରୁ କରୋନା ଭାଇରାସ ଲିକ୍‌ ହୋଇଥିବା ଖବର ସମସ୍ତଙ୍କ ପାଖରେ ପହଞ୍ଚିଥିଲା। ଏହି ଭାଇରସ ଯୋଗୁ ସାରା ବିଶ୍ୱ ଦୋହଲି ଯାଇଥିଲା। ଏବେ ବୋଷ୍ଟନ ବିଶ୍ୱବିଦ୍ୟାଳୟ ଲ୍ୟାବରେ ତିଆରି ହୋଇଥିବା କୃତ୍ରିମ କରୋନା ଭାଇରାସ ଯଦି ଲିକ୍‌ ହୁଏ, ତା’ହେଲେ ସାରା ବିଶ୍ୱରେ ପୁଣି ହାହାକାର ପରିସ୍ଥିତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

ବିଶ୍ୱବ୍ୟାପୀ ଏଭଳି ଆତଙ୍କ ପ୍ରକାଶ ପାଇବା ପରେ ଆମେରିକା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଦନ୍ତ ଆରମ୍ଭ କରିଛି। ସେହିପରି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ (ଏନଆଇଏଚ୍‌) ମଧ୍ୟ ଛାନିଭିନ କରୁଛି।

ମିଳିଥିବା ସୂଚନା ଅନୁସାରେ,ଏହି କୃତ୍ରିମ କରୋନା ଭାଇରସ୍ ପ୍ରସ୍ତୁତି ସମୟରେ ଚାଇନାର ଉହାନ ଲ୍ୟାବରୁ ଲିକ୍‌ ହୋଇଥିବା କୋଭିଡ୍-୧୯ର ଓମିକ୍ରନ ଭାରିଆଣ୍ଟ ସହ ମେଳ କରାଯାଇଥିଲା। ପରୀକ୍ଷାରୁ ଜଣାପଡ଼ିଛି ଯେ କୃତ୍ରିମ ଭାଇରସ୍ ଉକ୍ତ ଭାରିଆଣ୍ଟ ଠାରୁ ଆହୁରି ଘାତକ। ସେହିପରି କିଛି ମୂଷାଙ୍କ ଦେହରେ ମଧ୍ୟ ଏହି ଆର୍‌ଟିଫିଆଲ ଭାଇରସର ପରୀକ୍ଷଣ କରାଯାଇଥିଲା।

ପରୀକ୍ଷାରେ ସାମିଲ ଥିବା ୮୦% ମୂଷା ଭାଇରସ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ତେବେ ଏହା କୋଭିଡ୍-୧୯ର ଅସଲି ଷ୍ଟେନ୍ ଭଳି ବ୍ୟାପୁଛି ନା ନାହିଁ, ତା’ ଉପରେ ବୈଜ୍ଞାନିକମାନେ ଏଯାଏ ପରୀକ୍ଷଣ କରି ନାହାନ୍ତି।

ଏନଆଇଏଚ୍‌ କହିଛି ଯେ କୃତ୍ରିମ ଭାଇରସ ରିସର୍ଚ୍ଚ ପାଇଁ ଆମେରିକା ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଥିଲା। ହେଲେ ଏହାର ସମୀକ୍ଷା ସରକାର କରିନାହାନ୍ତି। ବୋଷ୍ଟନ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି, ବୈଜ୍ଞାନିକଙ୍କୁ ନେଇ ଗଠିତ ଇନଷ୍ଟିଚ୍ୟୁସନାଲ ବାଓସେଫ୍ଟୀ କମିଟି ଏହି ରିସର୍ଚ୍ଚର ସମୀକ୍ଷା କରିବା ସହ ମଞ୍ଜୁରୀ ଦେଇଛି। ଏଥିସହ ବୋଷ୍ଟନ ହେଲ୍ଥ କମିଶନ ମଧ୍ୟ ଏହାକୁ ମଞ୍ଜୁରୀ ଦେଇଛନ୍ତି। ସମସ୍ତ ଆବଶ୍ୟକୀୟ ସୁରକ୍ଷା ଓ ପ୍ରୋଟୋକଲ୍ ସହ କୃତ୍ରିମ ଭାଇରସକୁ ପ୍ରସ୍ତୁତ କରାଯାଇଛି।

ଗବେଷଣାରେ ପ୍ଲୋରିଡା ଓ ବୋଷ୍ଟନର ବୈଜ୍ଞାନିକମାନେ ସାମିଲ ରହିଥିଲେ। ଏହାକୁ ସ୍କୁଲସ ଅଫ ନ୍ୟାସନାଲ ଇମର୍ଜିଂ ସଂକ୍ରାମକ ରୋଗ ଲ୍ୟାବରେ ପରୀକ୍ଷଣ କରାଯାଇଛି। ଆମେରିକାରେ ଥିବା ୧୩ଟି ଚତୁର୍ଥ ସ୍ତରୀୟ ବାଓସେଫ୍ଟୀ ଲ୍ୟାବ ମଧ୍ୟରୁ ଏହା ଅନ୍ୟତମ। ଏହି ଲ୍ୟାବ ଗୁଡ଼ିକରେ ବୈଜ୍ଞାନିକମାନେ କରୋନା ଓ ଇବୋଲା ଭଳି ମାରାତ୍ମକ ଭାଇରସ ଉପରେ ଗବେଷଣା କରିଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos