ବିରଳ ଜେନୋମରୁ ଆସିଲା ନୂଆ ତଥ୍ୟ, ଚାଇନା ଲ୍ୟାବରୁ ତିଆରି ହୋଇଛି କରୋନା ଭାଇରସ!

ୱାଶିଂଟନ: ମହାମାରୀ କରୋନା ଭାଇରସ ମନୁଷ୍ୟକୃତ ବୋଲି ଧୀରେଧୀରେ ପ୍ରମାଣ ମିଳିବାରେ ଲାଗିଛି। ସାମ୍ନାକୁ ଆସିଥିବା ନୂଆ ଓ ବିରଳ ଜେନୋମରୁ ସ୍ପଷ୍ଟ ହୋଇଛି ଯେ କରୋନା ଭାଇରସ ଚାଇନିଜ ଲ୍ୟାବରୁ ହିଁ ସୃଷ୍ଟି ହୋଇଛି। ଏଭଳି ଦାବି କରି ପୁଣିଥରେ ଚାଇନା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଆମେରିକାର ଦୁଇ ଜଣ ବରିଷ୍ଠ ବିଶେଷଜ୍ଞ। ସେମାନଙ୍କ ମତରେ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିରୁ ହିଁ କରୋନା ଭାଇରସ ପ୍ରଥମେ ଲିକ୍‌ ହୋଇଥିଲା। ଏହାପରେ ଏହା ସାରା […]

China

China

Hemant Lenka
  • Published: Monday, 07 June 2021
  • Updated: 07 June 2021, 04:20 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଭାଇରସ ମନୁଷ୍ୟକୃତ ବୋଲି ଧୀରେଧୀରେ ପ୍ରମାଣ ମିଳିବାରେ ଲାଗିଛି। ସାମ୍ନାକୁ ଆସିଥିବା ନୂଆ ଓ ବିରଳ ଜେନୋମରୁ ସ୍ପଷ୍ଟ ହୋଇଛି ଯେ କରୋନା ଭାଇରସ ଚାଇନିଜ ଲ୍ୟାବରୁ ହିଁ ସୃଷ୍ଟି ହୋଇଛି। ଏଭଳି ଦାବି କରି ପୁଣିଥରେ ଚାଇନା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଆମେରିକାର ଦୁଇ ଜଣ ବରିଷ୍ଠ ବିଶେଷଜ୍ଞ। ସେମାନଙ୍କ ମତରେ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିରୁ ହିଁ କରୋନା ଭାଇରସ ପ୍ରଥମେ ଲିକ୍‌ ହୋଇଥିଲା। ଏହାପରେ ଏହା ସାରା ବିଶ୍ୱକୁ ବ୍ୟାପିଛି।

ଡା ଷ୍ଟେଫେନ କ୍ୟୁୟା ଓ ରିଚାର୍ଡ ମୁଲ୍ଲେର କହିଛନ୍ତି, ମିଳିଥିବା ନୂଆ ଜେନୋମ ଅନୁଯାୟୀ କୋଭିଡ ୧୯ ଭାଇରସ ଆଦୌ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା ପ୍ରମାଣ ମିଳୁନାହିଁ। ଡା ଷ୍ଟେଫେନ ହେଉଛନ୍ତି ଆମେରିକାରେ ଅବସ୍ଥାପିତ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ Atossa Therapeuticsର ପ୍ରତିଷ୍ଠାତା। ସେହିପରି ମୁଲ୍ଲେର ହେଉଛନ୍ତି କାର୍ଲିଫର୍ଣ୍ଣିଆର ଜଣେ ଫିଜିକ୍ସ ପ୍ରଫେସର। ସେମାନେ କହିଛନ୍ତି, ବୈଜ୍ଞାନିକ ପଦ୍ଧତିରେ ତର୍ଜମା କରିବା ପରେ ଭାଇରସ ଲ୍ୟାବରୁ ଲିକ୍‌ ହୋଇଥିବା ସ୍ପଷ୍ଟ ହୋଇଛି। କୋଭିଡ ୧୯ରେ ଜେନୋମ ସିକ୍ୱେନ୍ସିଂ ‘ସିଜିଜି-ସିଜିଜି’ ରହିଛି। ଏହା ୩୬ଟି ସିକ୍ୱେନ୍ସିଂର ଗୋଟିଏ ପ୍ୟାର୍ଟନ।

ସିଜିଜିକୁ କରୋନା ଭାଇରସ କ୍ଲାସ ଭାବେ ବ୍ୟବହାର କରାଯାଏ, ଯାହା କୋଭ-୨ ସହ ରି-କମ୍ବାଇନ ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା କରୋନା ଭାଇରସରୁ କେବେ ହେଲେ ସିଜିଜି-ସିଜିଜି କମ୍ବିନେସନ ମିଳିନଥାଏ। କିନ୍ତୁ କୋଭିଡ-୧୯ ଜେନୋମ ସିକ୍ୱେନ୍ସିଂରେ ସିସିଜି-ସିଜିଜି ଠାବ ହୋଇଛି। ସାର୍ସ ଓ ମେର୍ସ ପାଇଁ ଦାୟୀ କରୋନା ଭାଇରସ ସହ ବର୍ତ୍ତମାନର କୋଭିଡ-୧୯ ଭାଇରସରକୁ ତୁଳନା କରାଯାଇଥିଲା।

ଏହି ସମୟରେ କୋଭ-୨ର ଜେନେଟିକ ଡାଇଭରସିଟିରେ ନାଟକୀୟ ଭିନ୍ନତା ଦେଖିବାକୁ ମିଳିଥିଲା। ଉଭୟ ସାର୍ସ ଓ ମେର୍ସ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିଲା। କିନ୍ତୁ କୋଭିଡ-୧୯ କ୍ଷେତ୍ରରେ ଏମିତି ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos