୧୨ରୁ ୧୫ ବର୍ଷର ପିଲାଙ୍କୁ କରୋନା ଟିକା ଦେବାକୁ ମିଳିଲା ଅନୁମତି

ଲଣ୍ଡନ: ବ୍ରିଟେନରୁ ଆଶ୍ୱସ୍ତି କରିବା ଭଳି ଖବର ଆସିଛି। ଏଠାରେ ଏଣିକି ୧୨ରୁ ୧୫ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଦିଆଯିବ। ଫାଇଜର-ବାୟୋନଟେକ ପ୍ରସ୍ତୁତ କରୁଥିବା କରୋନା ଟିକା ପ୍ରାପ୍ତ ବୟସ୍କଙ୍କ ଭଳି ୧୨ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନଙ୍କୁ ଦେବା ପାଇଁ ବ୍ରିଟେନର ମେଡିକାଲ ରେଗୁଲଟର ଅନୁମତି ଦେଇଛି। ୟୁରୋପୀୟ ୟୁନିୟନ ଓ ଆମେରିକା ମଧ୍ୟ ଫାଇଜର ୧୨ରୁ ୧୫ ବର୍ଷର ପିଲାମାନଙ୍କ ଉପରେ ସକାରାତ୍ମକ […]

Pfizer-Vaccine

Pfizer-Vaccine

Hemant Lenka
  • Published: Friday, 04 June 2021
  • Updated: 04 June 2021, 04:56 PM IST

Sports

Latest News

ଲଣ୍ଡନ: ବ୍ରିଟେନରୁ ଆଶ୍ୱସ୍ତି କରିବା ଭଳି ଖବର ଆସିଛି। ଏଠାରେ ଏଣିକି ୧୨ରୁ ୧୫ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଦିଆଯିବ। ଫାଇଜର-ବାୟୋନଟେକ ପ୍ରସ୍ତୁତ କରୁଥିବା କରୋନା ଟିକା ପ୍ରାପ୍ତ ବୟସ୍କଙ୍କ ଭଳି ୧୨ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନଙ୍କୁ ଦେବା ପାଇଁ ବ୍ରିଟେନର ମେଡିକାଲ ରେଗୁଲଟର ଅନୁମତି ଦେଇଛି।

ୟୁରୋପୀୟ ୟୁନିୟନ ଓ ଆମେରିକା ମଧ୍ୟ ଫାଇଜର ୧୨ରୁ ୧୫ ବର୍ଷର ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା ପୂର୍ବରୁ କହି ସାରିଥିଲେ। Medicines and Healthcare products Regulatory Agencyର ମୁଖ୍ୟ ଜୁନ୍ ରାଇନେ କହିଛନ୍ତି, ଆମେ ବେଶ ସତର୍କତାର ସହ ୧୨ରୁ ୧୫ ବର୍ଷର ପିଲାଙ୍କ ଉପରେ ହୋଇଥିବା କ୍ଲିନିକାଲ ଟ୍ରାଏଲର ତଥ୍ୟକୁ ତର୍ଜମା କରିଛୁ।

ଏହି ଟ୍ରାଏଲରୁ ସ୍ପଷ୍ଟ ହୋଇଛି ଯେ ଫାଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକା ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ। ସେହିପରି ଏହା କରୋନା ବିରୋଧରେ ଲଢ଼େଇ କରିବାକୁ ବେଶ ପ୍ରଭାବୀ ବୋଲି ଟ୍ରାଏଲରୁ ଜଣାପଡ଼ିଛି। ଏହି ଟ୍ରାଏଲ ରିପୋର୍ଟକୁ ଆଧାର କରି ଫାଇଜର ଟିକା ଏଣିକି ୧୨ରୁ ୧୫ ବର୍ଷର ପିଲାମାନଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

ଡିସେମ୍ବର ମାସରେ ବ୍ରିଟେନ ସରକାର ୧୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କୁ ଫାଇଜରର କରୋନା ଟିକା ଦେବାକୁ ଅନୁମତି ଦେଇଥିଲେ। ବ୍ରିଟେନରେ ଫାଇଜର ବ୍ୟତୀତ କୋଭିସିଲ୍ଡ ଓ ମଡର୍ଣ୍ଣା ଟିକା ମଧ୍ୟ ବ୍ୟବହାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos