ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି। ଭର୍ଜିନିଆ ସ୍ଥିତି ଏକ ୱାଲମାର୍ଟ ଷ୍ଟୋର୍ରେ ଭିଡ ଜମିଥିବା ବେଳେ ଗୁଳିମାଡ ହୋଇଛି। ଏଥିରେ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହାହେଉଛି ଦେଶରେ ତିନି ଦିନ ମଧ୍ୟରେ ଦ୍ୱିତୀୟ ବଡଧରଣର ଗୁଳିକାଣ୍ଡ।
ସମାଚାର ଏଜେନ୍ସି ଏଏଫ୍ପିର ରିପୋର୍ଟ ମୁତାବକ, ଜଣେ ବନ୍ଧୁକଧାରୀ ମଙ୍ଗଳବାର ସନ୍ଧ୍ୟାରେ ଭର୍ଜିନିଆର ଏହି ୱାଲମାର୍ଟ ଷ୍ଟୋର୍ରେ ପସି ଆସିଥିଲା। ଏହାପରେ ଭିଡ ଉପରୁ ଆଖିବୁଜା ଗୁଳିମାଡ କରିଥିଲା। ଏଥିରେ ଅନେକ ଲୋକ ମୃତାହତ ହୋଇଛନ୍ତି। ସେପଟେ ପୁଲିସ ଉକ୍ତ ସୁଟର୍କୁ ମଧ୍ୟ ଏନ୍କାଉଣ୍ଟର କରିଥିବା ଜଣାପଡିଛି।
ପୁଲିସ କହିବା ମୁତାବକ, ୱାଲ୍ମାର୍ଟରେ ଗୁଳିକାଣ୍ଡ ଘଟିବା ସଂକ୍ରାନ୍ତରେ ସେମାନେ ରାତି ପ୍ରାୟ ୧୦ଟା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକାଧିକ ଲୋକ ମୃତାହତ ହୋଇଥିବା କଥା ଷ୍ଟୋର୍ ଭିତରକୁ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ଟ୍ରମ୍ପଙ୍କ ଏସିଆ-ଭୟ
ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ହୋଇସାରିଥିଲା ଯେ ଟ୍ରମ୍ପଙ୍କ ଭିତରେ ବର୍ଣ୍ଣ ବିଦ୍ଵେଷ ପ୍ରବଳ ରହିଛି। କମଳା ହାରିସ ଯେ ଭାରତୀୟ ବଂଶୋଦ୍ଭବ ଏହା ଜଣାଶୁଣା ଥିଲା। କମଳା ହାରିସଙ୍କ ପ୍ରତି ଟ୍ରମ୍ପଙ୍କ ଆକ୍ଷେପ ଏସୀୟ ଦେଶମାନଙ୍କ ପ୍ରତି ରହିଥିବା ବିଦ୍ଵେଷ ମନୋଭାବର ଉଦାହରଣ। ଏହା ସେ ନିର୍ବାଚନ ସମୟରେ ହିଁ ପ୍ରକାଶ କରିସାରିଥିଲେ।

International
୯୧ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଏହି ଦେଶର ନାଗରିକତା: କାରଣ କ’ଣ, ମିଳିବ କି ଫାଇଦା?
ବେଆଇନ ଭାବେ ଆମେରିକାରେ ରହୁଥିବା ବାହାର ଦେଶର ଲୋକଙ୍କ ହାତଗୋଡ଼ ବାନ୍ଧି ସେମାନଙ୍କ ରାଷ୍ଟ୍ରକୁ ପଠାଇ ଦେଉଛନ୍ତି। ଯଦି ଆପଣଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି, ତା’ହେଲେ ଆପଣଙ୍କ ଆମେରିକା ସ୍ୱପ୍ନ ପୂରଣ ହୋଇପାରିବ।

International
ପିଏଚଡି ଛାତ୍ରରୁ ସିରିଏଲ ଦୁଷ୍କର୍ମକାରୀ: ଘଟଣା ସମ୍ପର୍କରେ ଜାଣିଲେ ଦୋହଲି ଯିବ କଲିଜା
ଣେ କି ଦୁଇ ଜଣ ନୁହେଁ ୧୦ ଜଣ ଯୁବତୀଙ୍କୁ ସେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦେଇଛନ୍ତି ଯୌନ ନିର୍ଯାତନା। ସେମାନଙ୍କୁ ବିଭିନ୍ନ ଉପାୟରେ ନିଜ ପାଖକୁ ଡାକୁ ଥିଲେ। ଏହାପରେ ନିଶା ଦେଇ ସେମାନଙ୍କୁ ଯୌନ ଶୋଷଣ କରୁଥିଲେ।

International
ଟ୍ରମ୍ପଙ୍କ ଶୁଳ୍କ ପରେ ଚାଇନାର ଯୁଦ୍ଧ ଧମକ, ଚିନ୍ତାରେ ପୂରା ବିଶ୍ୱ
ଚାଇନା ଓ ଆମେରିକା ମଧ୍ୟରେ ତିକ୍ତତା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ବ୍ୟବସ୍ଥା ଯୋଗୁ ଅନେକ ଛୋଟ ଛୋଟ ରାଷ୍ଟ୍ର ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି।

International
ଅନିଶ୍ଚିତତା ଭରା ବିଶ୍ୱରେ କିପରି ହେବା ଦରକାର ଭାରତର ନୀତି?
ଭାରତ ସରକାରଙ୍କ ବ୍ୟବସ୍ଥାରେ ଯେକୌଣସି ନୀତି ନିର୍ଦ୍ଧାରଣ କରିବା ସମୟରେ ଅନିଶ୍ଚିତତାକୁ ଧ୍ୟାନରେ ରଖି ଏକ ବ୍ୟାପକ ରୂପରେଖ ଏବଂ ଫଳାଫଳ ଆଧାରିତ ସୃଜନଶୀଳ ମାନସିକତା ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ନୂଆଦିଲ୍ଲୀରେ ନିକଟରେ ଆୟୋଜିତ ବିଜନେସ ଷ୍ଟାଣ୍ଡାର୍ଡ ମନ୍ଥନ ଶିଖର ସମ୍ମିଳନୀରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି।