ନୂଆଦିଲ୍ଲୀ: ଜାକିର୍ ନାଇକ୍ଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଗତ ୩ ବର୍ଷ ମଧ୍ୟରେ ତିନୋଟି ଭିନ୍ନ ଭିନ୍ନ ଦେଶରୁ ୬୦ କୋଟି ଟଙ୍କା ଆସିଥିବା ତଦନ୍ତ ବେଳେ ମୁମ୍ୱାଇ ପୋଲିସ୍ ଜାଣି ପାରିଛି । ନାଇକ୍ଙ୍କ ପରିବାର ସଦସ୍ୟଙ୍କ ସହ ୫ଟି ବ୍ୟାଙ୍କ୍ ଖାତାକୁ ଏହି ଟଙ୍କା ଆସିଛି।
ଏତେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଆକାଉଣ୍ଟରେ ଜମା କରାଯାଇଥିଲା ଏନେଇ କୌଣସି ତଥ୍ୟ ମିଳି ନ ଥିବା ତଦନ୍ତକାରୀ ଦଳ କହିଛି। ଏହି ବ୍ୟାଙ୍କ୍ ଖାତାଗୁଡ଼ିକ ନାଇକ୍ଙ୍କ ଏନ୍ଜିଓ ସହ ଜଡ଼ିତ ନୁହେଁ। ଏହା ନାଇକ୍ଙ୍କ ବ୍ୟକ୍ତିଗତ ବ୍ୟାଙ୍କ୍ ଖାତା ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ତେଣୁ ଏହି ମାମଲାରେ ଇସ୍ଲାମିକ ରସିର୍ଟ ଫାଉଣ୍ଡେସନ ବା ଆଇଆର୍ଏଫ୍ର ଅନ୍ୟ ଅଧିକାରୀଙ୍କୁ ପଚରାଉଚରା କରାଯାଇ ନାହିଁ।
ତଦନ୍ତକାରୀ ଅଫିସରଙ୍କ କହିବାନୁସାରେ,“ ଆମେ ଇନ୍କମ୍ ଟ୍ୟାକ୍ସ ବିଭାଗକୁ ଏହି କମ୍ପାନୀ ଗୁଡ଼ିକ ବିଷୟରେ ତଥ୍ୟ ମାଗିଛୁ। ଏହି କମ୍ପାନୀ ଗୁଡ଼ିକର ପାଇସା କେଉଁଠାରୁ ଆସୁଛି ଏନେଇ ତଦନ୍ତ କରୁଛି। ସୂଚନା ମିଳିବା ପରେ ଜାକିର୍ଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରାଯିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।