ଥାନାରେ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା ନକଲି ପାଣି ବୋତଲ, ତା’ପରେ ଘଟିଲା ଏମିତି ଘଟଣା

ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଏହି ଟିମ୍ ଜିଲ୍ଲାର ବିଭିନ୍ନ ଦୋକାନକୁ ଯୋଗାଣ ହେଉଥିବା ପାଣି ବୋତଲଗୁଡ଼ିକୁ ଯାଞ୍ଚ କରିବ।

Water Bottle

Representational Image

Jitendra Garnayak
  • Published: Sunday, 06 October 2024
  • Updated: 06 October 2024, 08:53 PM IST

Sports

Latest News

ଜିଲ୍ଲାପାଳ ଗୋଟିଏ ଥାନାକୁ ଯାଇଥିଲେ। ସେଠାରେ ତାଙ୍କୁ ୫୦୦ ମିଲିଲିଟର ଏକ ପାଣି ବୋତଲ ଦିଆଯାଇଥିଲା। ପାଣି ବୋତଲଟିରେ ଲେଖାଯାଇଥିବା କଂପାନୀର ନାଁ ଉପରେ ତାଙ୍କର ନଜର ପଡ଼ିଥିଲା। ଆଉ ସେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ସେଥିରେ ଇଂରାଜୀରେ ଲେଖାଯାଇଥିଲା ‘Bilseri’। ଅନ୍ୟମାନଙ୍କ ଭଳି ସେ ଜାଣନ୍ତି ‘Bisleri’ ବୋତଲରେ ପାଣି ପ୍ୟାକ୍ କରି ବିକ୍ରି କରେ। ‘Bilseri’ ନାଁଟି ସେ କେବେ ଶୁଣି ନଥିଲେ। ଆଉ ତାଙ୍କର ସନ୍ଦେହ ଏକ ନକଲି ପାଣି ବୋତଲ ରାକେଟକୁ ଧରିବାରେ ସଫଳ ହୋଇଥିଲା। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ।

ବାଗପତ ଜିଲ୍ଲାପାଳ ଜିତେନ୍ଦ୍ର ପ୍ରତାପ ସିଂହ ଓ ଏସ୍‌ପି ଅର୍ପିତ ବିଜୟବବର୍ଗୀୟ ଏକ ଥାନାକୁ ଗସ୍ତ କରିଥିବା ବେଳେ ଏହି ଘଟଣା ଘଟିଥିଲା। ଜିଲ୍ଲାପାଳ ଓ ଏସ୍‌ପି ପାଣି ବୋତଲଟି ଭଲ ଭାବେ ଯାଞ୍ଚ କରିବା ପରେ ସେଥିରେ ଆବଶ୍ୟକ ଫୁଡ୍ ଲାଇସେନ୍ସ ନମ୍ବର ନଥିଲା। ଏହା ପରେ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀଙ୍କୁ ତୁରନ୍ତ ଏହାର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ତଦନ୍ତ କରି ଜାଣିବାକୁ ପାଇଲେ ଯେ ଉକ୍ତ ପାଣି ବୋତଲ ଗୌରୀପୁରରୁ ଏକ ଦୋକାନରୁ ଆସିଥିଲା। ଅଧିକ ତଦନ୍ତ ପରେ ସେମାନେ ଦୋକାନ ମାଲିକ ଭୀମ ସିଂହଙ୍କ ପାଖରେ ପହଞ୍ଚିଥିଲେ।

Also Read

ଭୀମ ସିଂହ ତାଙ୍କ ଘରେ ଏକ ଗୋଦାମ କରି ନକଲି ପାଣି ବୋତଲ ରଖିଥିଲେ ଓ ପୂରା ବାଗପତ ଜିଲ୍ଲାର ବିଭିନ୍ନ ଦୋକାନକୁ ପଠାଉଥିଲେ। ତାଙ୍କ ଗୋଦାମରୁ ୨୬୬୩ଟି ପାଣି ବୋତଲ ବାହାରିଥିଲା। Bisleri ପାଣି ବୋତଲକୁ ନକଲି କରି ସେହି ବୋତଲଗୁଡ଼ିକୁ ତିଆରି କରାଯାଇଥିଲା। ତେବେ ସେଥିରେ ଲାଗିଥିବା ଷ୍ଟିକରଗୁଡ଼ିକରେ କେଉଁଥିରେ Bilseri ଲେଖାଯାଇଥିଲା ତ ଆଉ କେଉଁଥିରେ Bislari ଓ Bisalleri ଲେଖାଯାଇଥିଲା। ସେହି ବୋତଲଗୁଡ଼ିକରୁ ପାଣିର ନମୁନା ସଂଗ୍ରହ କରାଯାଇ ସେଥିରେ ବୁଲଡୋଜର ଚଢ଼ାଇ ଦିଆଯାଇଥିଲା। ଭୀମ ସିଂହ ଗୋଦାମ ଘରକୁ ସିଲ୍ କରି ଦିଆଯାଇଥିବା ବେଳେ ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ଅଧିକ ତଦନ୍ତ କରି ବାଗପତ ପୁଲିସ ଜାଣିବାକୁ ପାଇଛି ଯେ ଏହି ନକଲି ପାଣି ବୋତଲ ହରିୟାଣାରେ ଉତ୍ପାଦନ ହେଉଛି ଏବଂ ବାଗପତର ବିଭିନ୍ନ ଦୋକାନକୁ ପଠାଯାଉଛି। ଏହା ଜାଣିବା ପରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଏହି ଟିମ୍ ଜିଲ୍ଲାର ବିଭିନ୍ନ ଦୋକାନକୁ ଯୋଗାଣ ହେଉଥିବା ପାଣି ବୋତଲଗୁଡ଼ିକୁ ଯାଞ୍ଚ କରିବ। ଏହା ସହିତ ଲୋକଙ୍କୁ ସତର୍କ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story