Advertisment

ସିନେମା ହଲରେ ଭିନ୍ନକ୍ଷମଙ୍କ ପାଇଁ ପ୍ରଦର୍ଶିତ ହେବ ଫିଚର୍ ଫିଲ୍ମ, ଗାଇଡଲାଇନ ଜାରି କଲେ ସରକାର

ଶ୍ରବଣ ଏବଂ ଦୃଷ୍ଟି ବାଧିତ ବ୍ୟକ୍ତିଙ୍କ ପାଇଁ ସିନେମା ହଲରେ ସ୍ୱତନ୍ତ୍ର ଫିଚର୍ ଫିଲ୍ମ ପ୍ରଦର୍ଶିତ ହେବ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଶ୍ରବଣ ଏବଂ ଦୃଷ୍ଟି ବାଧିତ ବ୍ୟକ୍ତିଙ୍କ ମନୋରଞ୍ଜନ ପାଇଁ ଭାରତ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ। ଶାରୀରିକ ଅକ୍ଷମ ଥିବା ଏହିପରି ବ୍ୟକ୍ତିମାନେ କିପରି ଫିଲ୍ମର ଉପଭୋଗ କରିପାରିବେ ସେଥିପାଇଁ ସିନେମା ହଲରେ ଫିଚର୍ ଫିଲ୍ମ ପ୍ରଦର୍ଶନୀ ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (MIB) ଏକ ଗାଇଡଲାଇନ୍ ଜାରି କରିଛି। 

Advertisment

ଶ୍ରବଣ ଏବଂ ଦୃଷ୍ଟି ଶକ୍ତି ଦୁର୍ବଳ ଥିବା ବ୍ୟକ୍ତିମାନଙ୍କ ସିନେମାଟିକ୍ ଅଭିଜ୍ଞତାକୁ ସରଳ କରିବା ଉଦ୍ଦେଶ୍ୟରେ ଏହି ପ୍ରୟାସ ଆରମ୍ଭ ହୋଇଛି। ଏପରି ଏକ ପଦକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦିବ୍ୟାଜ୍ଞଙ୍କ ସୁଯୋଗ ଏବଂ ଉପଲବ୍ଧତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଦେଶର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ସଶକ୍ତିକରଣ କରାଇବା, ଏକ ସମାବେଶୀ ସମାଜ ସୃଷ୍ଟି, ସମାନତା ଏବଂ ସହଯୋଗର ମନୋଭାବ ସମାଜରେ ସୌହାର୍ଦ୍ଦ୍ୟକୁ ବଢାଇଥାଏ। ସମସ୍ତଙ୍କୁ ସମାନ ଭାବରେ ଅଗ୍ରଗତି କରାଇବାକୁ ନିଶ୍ଚିତ କରିବା ଆମର ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଥିବା ସମସ୍ତ ଫିଚର୍ ଫିଲ୍ମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆକ୍ସେସିବିଲିଟି ମାନାଙ୍କ ପାଳନ କରିବେ। ଦୃଷ୍ଟି ଓ ଶ୍ରବଣ ଶକ୍ତି ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଅତି କମରେ ଗୋଟିଏ ସିନେମା ପ୍ରଦର୍ଶନ କରିବେ। ନିମ୍ନରେ କେତେକ ଗାଇଡଲାଇନ ରହିଛି... 

Advertisment
  • ସିନେମାରେ କ୍ଲୋଜ୍ କ୍ୟାପ୍ସୋନିଂ ଏବଂ ଅଡିଓ ଡେସ୍କ୍ରିପ୍ସନକୁ ବୃଦ୍ଧି କରାଯିବ।
  • ଶ୍ରବଣ ଶକ୍ତିରେ ଦୁର୍ବଳ ଶ୍ରେଣୀଙ୍କ ପାଇଁ ଫିଚର ଫିଲ୍ମରେ ସାଙ୍କେତିକ ଭାଷାର ବ୍ୟବହାର ହେବ।  
  • ଚଳଚ୍ଚିତ୍ରଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ପାଳନ କରିବା ଆବଶ୍ୟକ।
  • ଅଧିକନ୍ତୁ, ସିନେମା ପ୍ରେକ୍ଷାଳୟଗୁଡ଼ିକ ନିୟମିତ ସ୍କ୍ରିନିଂ ସମୟରେ କଷ୍ଟମ୍ ଉପକରଣ, ମୋବାଇଲ୍ ଆପ୍ କିମ୍ବା ଅନ୍ୟାନ୍ୟ ଉପଲବ୍ଧ ଟେକ୍ନୋଲୋଜି ବ୍ୟବହାର କରି ଆକ୍ସେସିବିଲିଟି ଫିଚର୍ସ ନିୟୋଜିତ କରିପାରିବ।
  • ଥିଏଟର ମାଲିକମାନେ ଦୁଇ ବର୍ଷ ମଧ୍ୟରେ ଆକ୍ସେସିବିଲିଟି ପାଇଁ ସ୍ୱ-ନିୟାମକ(ସେଲ୍ଫ୍ ରେଗୁଲାଟୋରୀ) ପ୍ଲାନ୍ ଆକ୍ସେସ୍ ନେବାକୁ ପଡିବ।
  • ଏହି ପଦକ୍ଷେପ, ଭିନ୍ନକ୍ଷମଙ୍କ ଅଧିକାର ଆଇନ, 2016 ଅନୁଯାୟୀ ଆରମ୍ଭ ହୋଇଛି, ଯାହା ମନୋରଞ୍ଜନ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଭିନ୍ନକ୍ଷମଙ୍କୁ ସମାନ ଅଧିକାର ଦେବା କ୍ଷେତ୍ରରେ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି।
Feature Films Feature Films Guideline MIB