ପୁରୀ:ମହାପ୍ରଭୁଙ୍କ ସହ ମା'ଲକ୍ଷ୍ମୀ ତଥା ଶ୍ରୀଦେବୀଙ୍କର ବି ହେବ ନବକଳେବର। କାରଣ ବର୍ତ୍ତମାନ ପୂଜା ପାଉଥିବା ମା'ଙ୍କ ସୁବର୍ଣ୍ଣମୂର୍ତ୍ତିର କିଛି ସ୍ଥାନରେ ଅବକ୍ଷୟ ଦେଖାଦେଇଥିବାରୁ ତାଙ୍କର ମଧ୍ୟ ନବକଳେବର ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ଗଜପତି ମହାରାଜାଙ୍କ ପରାମର୍ଶକ୍ରମେ ମା'ଙ୍କ ନବକଳେବରର ଆବଶ୍ୟକତା ରହିଥିବା ମନ୍ଦିର ପ୍ରଶାସନ କହିଛି। ତେବେ ଗଜପତିଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିବ। ଏଥିରେ ମହାଜନ ଓ ପୁଷ୍ପାଳକ ନିଯୋଗ, ଦଇତାପତି ନିଯୋଗ, ମୁକ୍ତିମଣ୍ଡପ ପଣ୍ଡିତ ମହାସଭାଙ୍କ ମତ ନିଆଯିବା ପରେ ମା'ଙ୍କ ନବକଳେବର ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Special
ଚିନ୍ତାରେ ଚିନ୍ତାମଣିପୁର ଗ୍ରାମବାସୀ
୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ।

Guest Column
ଏକ ରାଜନୈତିକ ବିପର୍ଯ୍ୟୟ ଓ ଉତ୍ତୀର୍ଣ୍ଣ ହେବାର ସଂକଳ୍ପ
କେବଳ ଗୋଟିଏ ବିକଳ୍ପ ଭାବେ ଅନ୍ୟ ଏକ ରାଜନୈତିକ ଦଳ ମୁଣ୍ଡ ଟେକି ଉଠିଲେ ହୁଏତ ବିଜେଡିର ବିଦ୍ରୋହୀମାନେ ସେଥିରେ ସାମିଲ ହୋଇ ଆଗକୁ ପାଦ ବଢ଼ାଇବାର ବିଚାର କରିପାରନ୍ତେ।

Politics
ବିଜେଡି କାହାର: ପାଣ୍ଡିଆନ-ବବିଙ୍କ ପାଖରେ ଦଳୀୟ ପାଣ୍ଠି , ଆକ୍ସନ ନେବାକୁ ନବୀନ ଅକ୍ଷମ
ବିଜେଡି ଏବେ କାହାର ଓ କାହା ନିୟନ୍ତ୍ରଣରେ ଅଛି? ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନର ଆଭିମୁଖ୍ୟ ଓ ଅସହାୟତାକୁ ଦେଖିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ ।

Politics
ବିଚରା ନବୀନ, ଅସହାୟତା ଜଳଜଳ: ପାଣ୍ଡିଆନଙ୍କ ପାଇଁ ମାମଲାତି କଲେ ୪ ସାଂସଦ, ଅସ୍ଥିରତା ପଛରେ ବବି
ନବୀନ ନିବାସରେ ସୋମବାର ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଦେବା ପରେ ଚିହିଁକି ଉଠିଛନ୍ତି ଦଳର ୪ଜଣ ରାଜ୍ୟସଭା ସାଂସଦ।

Guest Column
ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତାରେ ରହିଛି ଉତ୍କର୍ଷ ସମ୍ଭାବନା
୨୦୨୫-୨୬ ବଜେଟ ଅଧିବେଶନର ୨୫ଶ ଦିବସରେ ଦୀର୍ଘ ସାଢେ ୧୨ ଘଣ୍ଟାର ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ ୨୦୨୪ ପାରିତ ହେବା ଯୁଗାନ୍ତକାରୀ। ପ୍ରାୟ ଦୁଇ ଦଶନ୍ଧି ପରେ ରାତି ତମାମ ସରଗରମ ଆଲୋଚନା କରାଗଲା। ଅପରାହ୍ନ ୪ରୁ ଭୋର ୪ଟା ୨୯ ପର୍ଯ୍ୟନ୍ତ ଜୋରଦାର ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ୨୦୨୪ ପାରିତ ହେବା ଏକ ଭଲ ପଦକ୍ଷେପ।