ଜାନକୀବଲ୍ଲଭଙ୍କ ଶେଷକୃତ୍ୟ ଶେଷ

ଭୁବନେଶ୍ୱର: ଆଜି ଶେଷ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭଙ୍କ ଶେଷକୃତ୍ୟ। ଜାନକୀ ପଟ୍ଟନାୟକ ଅମର ରହେ ଧ୍ୱନି ମଧ୍ୟରେ ପୁରୀର ସ୍ୱର୍ଗଦ୍ୱାରରେ ତାଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଜାନକୀବଲ୍ଲଭଙ୍କ ମରଶରୀରରେ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ତାଙ୍କର ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅନ୍ୟ ସଂପର୍କୀୟମାନେ ଉପସ୍ଥିତ ଥିଲେ। ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ ଏଆଇସିସି ତରଫରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମନବୀ ଆଜାଦ, କଂଗ୍ରେସର ଓଡ଼ିଶା ପ୍ରଭବାରୀ ବି.କେ ହରିପ୍ରସାଦ, ଶୁଭଙ୍କର […]

jb

jb

Rakesh Mallick
  • Published: Wednesday, 22 April 2015
  • Updated: 22 April 2015, 03:23 PM IST

ଭୁବନେଶ୍ୱର: ଆଜି ଶେଷ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭଙ୍କ ଶେଷକୃତ୍ୟ। ଜାନକୀ ପଟ୍ଟନାୟକ ଅମର ରହେ ଧ୍ୱନି ମଧ୍ୟରେ ପୁରୀର ସ୍ୱର୍ଗଦ୍ୱାରରେ ତାଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଜାନକୀବଲ୍ଲଭଙ୍କ ମରଶରୀରରେ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ତାଙ୍କର ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅନ୍ୟ ସଂପର୍କୀୟମାନେ ଉପସ୍ଥିତ ଥିଲେ।

ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ ଏଆଇସିସି ତରଫରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମନବୀ ଆଜାଦ, କଂଗ୍ରେସର ଓଡ଼ିଶା ପ୍ରଭବାରୀ ବି.କେ ହରିପ୍ରସାଦ, ଶୁଭଙ୍କର ସରକାର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସଂହ ମିଶ୍ର, ନିିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସୁରେଶ ରାଉତରାୟ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝିଙ୍କ ସମେତ ଆହୁରି ଅନେକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଦେବୀ ମିଶ୍ର ଓ ପ୍ରଦୀପ ମହାରଥୀ ଜାନକୀବଲ୍ଲଭଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ। ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ସ୍ୱର୍ଗଦ୍ୱାର ଲୋକାରଣ୍ୟ ହୋଇଯାଇଥିଲା।
ସ୍ୱର୍ଗଦ୍ୱାରରେ ଜାନକୀବଲ୍ଲଭଙ୍କ ମରଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ତା’ପରେ ସମସ୍ତ ନେତା ଓ ଉପସ୍ଥିତ ଲୋକେ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଗତକାଲି ପରଲୋକ ଗମନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅନ୍ତିମ ଯାତ୍ରା ଆଜି ଆରମ୍ଭ ହୋଇଥିଲା ତାଙ୍କ ଫରେଷ୍ଟ ପାର୍କ ସ୍ଥିତ ବାସଭବନରୁ। ସକାଳ୧୧ଟା ବେଳେ ଏହି ଯାତ୍ରା ଆରମ୍ଭ ହେବା ପାଇଁ ସ୍ଥିର ହୋଇଥିଲେ ହେଁ ସେଠାରୁ ବାହାରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ପ୍ରଥମେ ରାଜମହଲ ଦେଇ କଂଗ୍ରେସ ଭବନକୁ ଅଣାଯାଇଥିଲା। ସେଠାରେ ତାଙ୍କୁ କଂଗ୍ରେସ ସେବା ଦଳ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ଅନେକ ବରିଷ୍ଠ ନେତା ସେଠାରେ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ତାଙ୍କୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଖୋର୍ଦ୍ଧାସ୍ଥିତ ତାଙ୍କର ଜନ୍ମଭୂମି ରାମେଶ୍ୱର ନିଆଯାଇଥିଲା । ରାମେଶ୍ୱରରେ ଜାନକୀବଲ୍ଲଭଙ୍କ ଶେଷ ଦର୍ଶନ ପାଇଁ ଶହଶହ ଲୋକ ଉପସ୍ଥିତ ଥିଲେ। ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ପୂରା ଗାଁରେ। ସଂକୀର୍ତ୍ତନ ଓ ରାମନାମ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ। ସେଠାରୁ ତାଙ୍କ ମରଶରୀରକୁ ପୁରୀ ଅଭିମୁଖେ ନିଆଯାଇଥିଲା। ଯେଉଁ ଯେଉଁ ସ୍ଥାନ ଦେଇ ଜାନକୀବଲ୍ଲଭଙ୍କ ମରଶରୀରକୁ ନିଆଗଲା ସେହି ସେହି ସ୍ଥାନଗୁଡ଼ିକରେ ରାସ୍ତାରେ ଜମି ଥିଲା ଲୋକଙ୍କ ଭିଡ଼।

୮୯ ବର୍ଷ ବୟସରଙ୍କ ଗତକାଲି ଭୋର ୪ଟା ବେଳେ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଜାନକୀବଲ୍ଲଭଙ୍କ ଦେହାନ୍ତ ହୋଇଥିଲା। ସେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ଏଥିପାଇଁ ସେ ସୋମବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ତିରୁପତି ଯାଇଥିଲେ। ସେଠାରେ ବିଶ୍ୱବିଦ୍ୟାଳୟର ଏକ ଅତିଥି ଭବନରେ ଥିବା ବେଳେ ରାତି ପ୍ରାୟ ଦୁଇଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ଲିଭି ଯାଇଥିଲା ତାଙ୍କ ଜୀବନଦୀପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story