ଟ୍ରକ୍‌କୁ ଧକ୍କା ଦେଲା ବସ୍‌

ଜଳେଶ୍ୱର (ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋଠାରେ ଏକ  ବସ୍‌ ଏକ ଟ୍ରକ୍‌କୁ ପଛପଟରୁ ଧକ୍କା ଦେବାରୁ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ‘ନୁରାନି’ ନାମକ ଏହି ବସ୍‌ ଚନ୍ଦନେଶ୍ୱରରୁ ଜଳେଶ୍ୱର ଯାଉଥିଲା। ଏହି ସମୟରେ ବସ୍‌ଟି ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର […]

accident

accident

Jyoshna Pradhan
  • Published: Sunday, 10 November 2019
  • Updated: 10 November 2019, 01:51 PM IST

Sports

Latest News

ଜଳେଶ୍ୱର (ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋଠାରେ ଏକ  ବସ୍‌ ଏକ ଟ୍ରକ୍‌କୁ ପଛପଟରୁ ଧକ୍କା ଦେବାରୁ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ‘ନୁରାନି’ ନାମକ ଏହି ବସ୍‌ ଚନ୍ଦନେଶ୍ୱରରୁ ଜଳେଶ୍ୱର ଯାଉଥିଲା। ଏହି ସମୟରେ ବସ୍‌ଟି ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର, ହେଲପର୍‌ ଓ କଣ୍ଡକ୍ଟର ଫେରାର୍ ହୋଇଯାଇଥିଲେ। ପୁଲିସ୍‌ ବସ୍‌କୁ ଜବତ କରି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos