ଭୂମିସୂତା ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଭୂମିସୂତା ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ପରିବାର ଓ ଗାଁ ଲୋକ। ପୁଲିସ ସେମାନଙ୍କୁ ବୁଝାଇସୁଝାଇ ଫେରାଇ ଦେଇଛି। ଅନ୍ୟପକ୍ଷରେ ଏବେ ମଧ୍ୟ ପ୍ରେମିକକୁ ପୁଲିସ ଅଟକ ରଖିଛି। ଗତ ୨୫ ତାରିଖରେ ତୁରେକେଲା ଥାନା ଖର୍ଲି ଗାଁର ଭୂମିସୂତା ଭଇଁଷାଲ ଘରୁ କେଉଁ ଆଡେ ଚାଲି ଯାଇଥିଲେ। ଝିଅକୁ ନପାଇ ପରିବାର ଲୋକେ ଗତ ୨୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି […]

Kantabanji

Kantabanji

Manoranjan Sial
  • Published: Sunday, 31 July 2022
  • Updated: 31 July 2022, 05:27 PM IST

Sports

Latest News

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଭୂମିସୂତା ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ପରିବାର ଓ ଗାଁ ଲୋକ। ପୁଲିସ ସେମାନଙ୍କୁ ବୁଝାଇସୁଝାଇ ଫେରାଇ ଦେଇଛି। ଅନ୍ୟପକ୍ଷରେ ଏବେ ମଧ୍ୟ ପ୍ରେମିକକୁ ପୁଲିସ ଅଟକ ରଖିଛି।

ଗତ ୨୫ ତାରିଖରେ ତୁରେକେଲା ଥାନା ଖର୍ଲି ଗାଁର ଭୂମିସୂତା ଭଇଁଷାଲ ଘରୁ କେଉଁ ଆଡେ ଚାଲି ଯାଇଥିଲେ। ଝିଅକୁ ନପାଇ ପରିବାର ଲୋକେ ଗତ ୨୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ର ତଦନ୍ତରେ ମିଳିଥିଲା ସାଙ୍ଘାତି ତଥ୍ୟ। ଭୂମିସୂତା ଭଇଁଷାଲଙ୍କୁ ପ୍ରତାପ ଶବର ପ୍ରେମ କରୁଥିଲେ। ପ୍ରତାପ ମଧ୍ୟ ଭୂମିସୂତାଙ୍କୁ ଭଲ ପାଉଥିଲେ। ଆଗକୁ ଉଭୟ ବିବାହ କରିବେ ବୋଲି କଥା ଦେଇଥିଲେ। ତେବେ ହଠାତ୍‌ ଉଭୟଙ୍କ ଭିତରେ କଣ ହେଲା ଯେ ଭୂମିସୁତାଙ୍କୁ ପ୍ରତାପ ଶବର ହତ୍ୟା କରିଦେଲେ। ପରେ ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ।

ପ୍ରେମର ସୁରାଗ ପାଇବା ପରେ ପୁଲିସର ସନ୍ଦେହୀ ଆଖି ପ୍ରଥମେ ପ୍ରତାପ ଶବରଙ୍କ ଉପରକୁ ଯାଇଥିଲା। ପୁଲିସ ତାଙ୍କୁ ଅଟକ ରଖି ଘନଘନ ପଚରାଉଚରା କରିଥିଲା। ଏହି ସମୟରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିବା ଆଲୋଚନା ହେଉଛି। ପରେ ପୋତା ଯାଇଥିବା ସ୍ଥାନରୁ ଭୂମିସୂତାଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

ସେପଟେ କିନ୍ତୁ ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତି ଅଭିଯୋଗ କରି ତୁରେକେଲା ଥାନାକୁ ଘେରାଉ କରିଛନ୍ତି ଭୂମିସୂତାଙ୍କ ପରିବାର ଓ ଗାଁ ଲୋକ। ପ୍ରେମିକ ପ୍ରତାପଙ୍କ ବାପା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗ କରୁଛନ୍ତି ଗାଁ ଲୋକ। ପୁଲିସ ଶନିବାର ପ୍ରତାପଙ୍କ ବାପାଙ୍କୁ ଥାନାକୁ ଡାକି ପଚରା ଉଚୁରା ପରେ ଛାଡି ଦେଇଥିଲା। ଏହାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରିବା ଦାବି କରିଛନ୍ତି ଗାଁ ଲୋକେ। ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଜା କରି ଫେରାଇ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos