ଶ୍ରୀମନ୍ଦିରରେ ବିଭ୍ରାଟ ହେବନି ତ ଶ୍ରୀଜୀଉଙ୍କ ସେବା ପୂଜା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ବିଭ୍ରାଟ୍‌ ହେବନି ତ ଶ୍ରୀଜୀଉଙ୍କ ସେବା ପୂଜା? ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତିରେ ଉୁପୁଜିବନି ତ ବ୍ୟତିକ୍ରମ? ମହାମାରୀ କରୋନା କବଳରେ ଦିନକୁ ଦିନ ଅଧିକରୁ ଅଧିକ ସେବାୟତ ପଡୁଥିବାରୁ ବଢିଲାଣି ଏଭଳି ଶଙ୍କା। ଖୋଦ ପୂଜାପଣ୍ଡା ନିଯୋଗ ସଂପାଦକଙ୍କ ସୂଚନା ଅନୁସାରେ ଅଦ୍ୟାବଧି ୪୦୦ରୁ ଅଧିକ ସେବାୟତ କୋଭିଡ୍‌ରେ ଆକ୍ରାନ୍ତ ହୋଇ ସାରିଲେଣି। ଏମିତିକି ୫ରୁ ୬ଜଣଙ୍କ ଜୀବନ ମଧ୍ୟ ଗଲାଣି। ନିଇତି ନୂଆ ନୂଆ ସେବାୟତ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେଣୁ […]

puji-jagannath-temple-will-open-in-night

Manoranjan Sial
  • Published: Saturday, 19 September 2020
  • Updated: 19 September 2020, 08:51 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ବିଭ୍ରାଟ୍‌ ହେବନି ତ ଶ୍ରୀଜୀଉଙ୍କ ସେବା ପୂଜା? ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତିରେ ଉୁପୁଜିବନି ତ ବ୍ୟତିକ୍ରମ? ମହାମାରୀ କରୋନା କବଳରେ ଦିନକୁ ଦିନ ଅଧିକରୁ ଅଧିକ ସେବାୟତ ପଡୁଥିବାରୁ ବଢିଲାଣି ଏଭଳି ଶଙ୍କା। ଖୋଦ ପୂଜାପଣ୍ଡା ନିଯୋଗ ସଂପାଦକଙ୍କ ସୂଚନା ଅନୁସାରେ ଅଦ୍ୟାବଧି ୪୦୦ରୁ ଅଧିକ ସେବାୟତ କୋଭିଡ୍‌ରେ ଆକ୍ରାନ୍ତ ହୋଇ ସାରିଲେଣି। ଏମିତିକି ୫ରୁ ୬ଜଣଙ୍କ ଜୀବନ ମଧ୍ୟ ଗଲାଣି। ନିଇତି ନୂଆ ନୂଆ ସେବାୟତ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ପାଳିଆ ସେବାୟତ ଆଉ ଦୈନନ୍ଦିନ ସେବା ପାଇଁ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଏଥିସହ ତାଙ୍କ କହିବାନୁସାରେ ମହାପ୍ରଭୁ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରାଙ୍କ ସେବାପୂଜା ପାଇଁ ୧୩ ଜଣ ଲେଖାଏଁ ମୋଟ୍‌ ୩୯ ଜଣ ବୟସ୍କ ସେବକ ପାଳି ଖଟିଥାନ୍ତି। ଏମିତିକି ପ୍ରତ୍ୟକ ୧୩ ଦିନରେ ସେମାନଙ୍କ ରୋଟେସନ ମଧ୍ୟ ହୋଇଥାଏ। ହେଲେ ସେମାନଙ୍କ ଭିତରୁ ୮ ଜଣ ଅସୁସ୍ଥ ହୋଇଛନ୍ତି। କିଏ କୋଭିଡ୍‌ରେ ଆକ୍ରାନ୍ତ ତ ଆଉ କିଏ ଡାଇବେଟିସ ଓ ରକ୍ତଚାପରେ। ତେଣୁ ଭୟରେ ସେମାନେ ଆଉ ପାଳି ଖଟିବାକୁ ଆସୁନଥିବାରୁ କମ ସଂଖ୍ୟକ ସେବାୟତରେ ଆଗକୁ ନୀତିକାନ୍ତି କରିବା ଅସମ୍ଭବ ନେଇ ଆଶଙ୍କା ଉପୁଜିଲାଣି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ସହ ସିଧାସଳଖ ସଂପର୍କ ରଖିଥାନ୍ତି ପୂଜାପଣ୍ଡା, ସିଂହାରୀ, ମେକାପ, ପୁଷ୍ପାଳକ ଓ ମହାଜନ ସେବାୟତ। ତେବେ ଦିନକୁ ଦିନ ଏମାନଙ୍କ ମଧ୍ୟରୁ ଗୋଟିଏ ପରେ ଗୋଟିଏ ନିଯୋଗର ସେବାୟତମାନେ କୋଭିଡ୍‌ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢ଼ିବା ସ୍ୱାଭାବିକ। ଯଦିଓ ଅନେକ ସଂକ୍ରମିତ ପୁରୀ କୋଭିଡ୍‌ କେୟାର ସେଣ୍ଟର ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି, ତଥାପି ଲକ୍ଷଣ ଥିବା କିଛି ସେବାୟତ ଡରରେ କୋଭିଡ୍‌ ଟେଷ୍ଟ କରୁନାହାନ୍ତି। ତା’ସହ ଯେଉଁମାନେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି, ସେମାନେ ମଧ୍ୟ ସଠିକ ଭାବେ ନିୟମ ପାଳନ କରିପାରୁ ନାହାନ୍ତି। କାରଣ ଅନେକ ସେବାୟତଙ୍କ ଘର ଛୋଟ ଓ କୋଠରୀ ସଂଖ୍ୟା କମ। ତେଣୁ ଜଣଙ୍କୁ ସଂକ୍ରମଣ ହେଲେ ସହଜରେ ଅନ୍ୟମାନଙ୍କୁ ବ୍ୟାପୁଛି। ତେବେ ଆଗ ଅପେକ୍ଷା ଗତ ୧୫ ଦିନ ଧରି ଚାଲିଥିବା ଅପରପକ୍ଷରେ ଶ୍ରାଦ୍ଧ ଓ ତର୍ପଣ ପାଇଁ ଅନେକ ଗୋଷ୍ଠୀ ସଂକ୍ରମଣର ଶିକାର ହୋଇଥିବା ଆଶଙ୍କା କରିଛନ୍ତି ଗରାବଡୁ ନିଯୋଗର ସଂପାଦକ। ତେବେ ସେବାୟତ ସଂଖ୍ୟା କମିଲେ ଠାକୁରଙ୍କ ସେବାପୂଜାରେ ବ୍ୟାଘାତ ନେଇ ସେ ଇଂଗିତ କରୁଛନ୍ତି। ଶ୍ରୀମନ୍ଦିର ଉନ୍ନୟନ କମିଶନର କହିଛନ୍ତି ସେଭଳି ସ୍ଥିତି ଏଯାଏଁ ଉପୁଜି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story