ଯାଜପୁର (ଓଡ଼ିଶା ରିପୋର୍ଟର):ଯାଜପୁର କୁଆଖିଆ ଗୋପୀନାଥପୁର ଗାଁରେ ବିଡିଓ ଏବଂ ତହସିଲଦାରଙ୍କୁ ମାଡ଼ ମାମଲାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ରହିଛି ନିଜାମୁଦ୍ଦିନ୍ ଲିଙ୍କ୍। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି । ଏହି ମାମଲାରେ ମୋଟ ୮ ଜଣଙ୍କୁ ଗିରଫ କରିଛି କୁଆଖିଆ ଥାନା ପୁଲିସ। ଗତକାଲି ଜଣେ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ନେଇ ଏହି ଦୁଇ ଜଣ ବାଇକ୍ରେ ଯାଉଥିବା ବେଳେ ଯାଞ୍ଚ ଦାୟିତ୍ୱରେ ଥିବା ବିଡିଓ ଏବଂ ତହସିଲଦାର ଅଟକାଇଥିଲେ । ମାସ୍କ ପିନ୍ଧିନଥିବାରୁ ଯୁକ୍ତିତର୍କ କରିବା ସହ ଉଭୟ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଏହି ଯୁବକମାନେ । ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା ଜିଲ୍ଲା ପ୍ରଶାସନ । ଯାଜପୁର ଏସପି ଗୋପୀନାଥପୁର ଗାଁରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବାବେଳେ ଗାଁର କିଛି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।