ସ୍ତ୍ରୀର ପ୍ରାଇଭେଟ୍ ଭିଡିଓ ଭାଇରାଲ୍ କରି ସ୍ୱାମୀ ଫେରାର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ମାସରେ ବାହାଘର। ଚତୁର୍ଥୀ ରାତିରୁ ଆରମ୍ଭ ହେଲା ମାରପିଟ୍। ଆଉ ଏହାର କିଛି ମାସରେ ସ୍ୱାମୀ ଓ ସ୍ତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋଶାଲ ମିଡିଆରେ ଘୁରି ବୁଲିଲା। ଆଉ ଏହି ଭିଡିଓ ଅପଲୋଡ୍ କରିଛନ୍ତି ମହିଳାଙ୍କ ସ୍ୱାମୀ। ଏବେ ସ୍ୱାମୀଙ୍କ ବିରୋଧରେ ପୁଲିସ୍ କମିଶନରଙ୍କ ନିକଟରେ ହାଜର ହୋଇଛନ୍ତି ସଂପୃକ୍ତି ମହିଳା। ସୁନ୍ଦରପଦା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁରେ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ। ଅଭିଯୋଗ ଅନୁସାରେ, […]

lady Image

lady Image

Ranjit Kumar Jena
  • Published: Wednesday, 04 August 2021
  • Updated: 04 August 2021, 02:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ମାସରେ ବାହାଘର। ଚତୁର୍ଥୀ ରାତିରୁ ଆରମ୍ଭ ହେଲା ମାରପିଟ୍। ଆଉ ଏହାର କିଛି ମାସରେ ସ୍ୱାମୀ ଓ ସ୍ତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋଶାଲ ମିଡିଆରେ ଘୁରି ବୁଲିଲା। ଆଉ ଏହି ଭିଡିଓ ଅପଲୋଡ୍ କରିଛନ୍ତି ମହିଳାଙ୍କ ସ୍ୱାମୀ। ଏବେ ସ୍ୱାମୀଙ୍କ ବିରୋଧରେ ପୁଲିସ୍ କମିଶନରଙ୍କ ନିକଟରେ ହାଜର ହୋଇଛନ୍ତି ସଂପୃକ୍ତି ମହିଳା।

ସୁନ୍ଦରପଦା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁରେ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ। ଅଭିଯୋଗ ଅନୁସାରେ, ଯୌତୁକ ଦାବି କରି ସ୍ୱାମୀ ପ୍ରଥମେ ତାଙ୍କୁ ମାରପିଟ୍ କରୁଥିଲେ। ଏବେ ତାଙ୍କ ସୋଶାଲ ମିଡିଆ ହ୍ୟାକ୍ କରି ଏଭଳି ଭିଡିଓ ପୋଷ୍ଟ କରୁଛନ୍ତି। ଏନେଇ ସେ ଜୁଲାଇ ୨ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ମଙ୍ଗଳବାର ପୁଲିସ କମିଶନରଙ୍କୁ ଭେଟି ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଂପୃକ୍ତ ମହିଳା।

ଏହି ଘଟଣା ହେଉଛି ମାସକ ତଳର। ମହିଳା ଜଣକ ସୁନ୍ଦରପଦାରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ବାଙ୍କୀ ତୁଳସୀପୁରରେ ରୁହନ୍ତି। ମାସକ ତଳେ ମହିଳାଙ୍କ ସ୍ୱାମୀ ନିଜ ପତ୍ନୀଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରି ସେଥିରେ ଉଭୟଙ୍କର ପ୍ରାଇଭେଟ୍ ଭିଡିଓ ଅପଲୋଡ୍ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ମହିଳା ଜଣକ ଏହାକୁ ତୁରନ୍ତ ଡିଲିଟ୍ କରିଦେଇଥିଲେ।

ଏହା ପରେ ଯେତେବେଳେ ମହିଳା ଜଣକ କେସ୍ କରିବା ପାଇଁ ମହିଳା ଥାନାକୁ ଗଲେ, ଥାନାରେ କେସ୍ ନିଆଗଲା ନାହିଁ। ଏହା ପରେ ସେ ବାଙ୍କୀସ୍ଥିତ ତାଙ୍କ ଶ୍ୱଶୂର ଘରର ଲୋକାଲ୍ ଥାନାର ଦ୍ୱାରସ୍ଥ ହୋଇଥିଲେ। ମହିଳାଙ୍କ ଠାରୁ ସବୁ କଥା ଶୁଣିବା ପରେ ପୁଲିସ୍ ଅଧିକାରୀ ଯେତେବେଳେ ମହିଳାଙ୍କ ସ୍ୱାମୀଙ୍କ ଘରକୁ ଯାଆନ୍ତି, ସେଠାରେ ତାଲା ଝୁଲୁଥିବାର ଦେଖିବାକୁ ପାଇଲେ। ଏହା ପରେ ମହିଳା ଜଣକ ଖବର ପାଇଲେ ଯେ ବାପା, ମାଆ ଓ ପୁଅ ତିନିଜଣ ଯାକ ରାଞ୍ଚି ଫେରାର୍ ହୋଇଛନ୍ତି।

ଏହା ପରେ ସକ୍ଷୀ ହେଲ୍ପ୍ ଲାଇନ୍ ଜରିଆରେ ମହିଳା ଜଣକ ପୁଣିଥରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଉ ସେତେବେଳେ ହିଁ ମହିଳା ଥାନା କେସ୍ ଗ୍ରହଣ କରିଥିଲେ। ହେଲେ ସେବେଠାରୁ ଏଯାଏ କେସ୍ ଆଗଉନଥିବା ଜାଣିବାକୁ ପାଇଥିଲେ ମହିଳା। ପରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଯାଇଛି।

ପରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଠାରୁ ତାଙ୍କର ସାର୍ଟିଫିକେଟ୍ ଓ ଇପିଏଫ୍ ଟଙ୍କା ପାଇଁ ଦାବି କରିଥିଲେ। ହେଲେ ତାଙ୍କ ସ୍ୱାମୀ କହିଥିଲେ ତାଙ୍କ ପାଖରେ ଏସବୁ କିଛି ନାହିଁ। ମହିଳା ଜଣକ ଏବେ ପୁଲିସ୍ କମିଶନରଙ୍କୁ ଭେଟି ନିଜର ସବୁ ସମସ୍ୟା କଥା କହିଛନ୍ତି। କମିଶନର୍ ମଧ୍ୟ ତାଙ୍କୁ ମାମଲାରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମହିଳା ଜଣକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos