ସୁସ୍ଥ ହେଲେ ୩୭୧୪ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୨୫୭୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
34 from Dhenkanal
22 from Malkangiri
19 from Boudh
17 from RayagadaThe total recovered cases of Odisha now stand at 125738
— H & FW Dept Odisha (@HFWOdisha) September 15, 2020
ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଅଛନ୍ତି। ସେହିପରି ବରଗଡ଼ରୁ ୩୯୭, କଟକରୁ ୩୭୫, ଯାଜପୁରରୁ ୨୪୨, ପୁରୀରୁ ୨୦୧, ମୟୂରଭଞ୍ଜରୁ ୧୫୨, ଝାରସୁଗୁଡ଼ାରୁ ୧୧୭, କୋରାପୁଟରୁ ୧୧୫, ବାଲେଶ୍ୱରରୁ ୧୧୫, କନ୍ଧମାଳରୁ ୧୦୦, ଜଗତସିଂହପୁରରୁ ୯୩, ଗଞ୍ଜାମରୁ ୯୨, କେନ୍ଦ୍ରାପଡ଼ାରୁ ୮୮, ସୁବର୍ଣ୍ଣପୁରରୁ ୮୪, ସୁନ୍ଦରଗଡ଼ରୁ ୮୪, ବାଲଙ୍ଗିରରୁ ୭୫, ଅନୁଗୋଳରୁ ୭୨, ସମ୍ବଲପୁରରୁ ୭୧, ନୟାଗଡ଼ରୁ ୭୦, କେନ୍ଦୁଝରରୁ ୬୦, ନବରଙ୍ଗପୁରରୁ ୫୯, ନୂଆପଡ଼ାରୁ ୫୩, କଳାହାଣ୍ଡିରୁ ୪୮, ଦେବଗଡ଼ରୁ ୪୩, ଗଞ୍ଜାମରୁ ୩୮, ଭଦ୍ରକରୁ ୩୪, ଢେଙ୍କାନାଳରୁ ୩୪, ମାଲକାନଗିରିରୁ ୨୨, ବୌଦ୍ଧରୁ ୧୯ ଓ ରାୟଗଡ଼ାରୁ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।