ଆରୋଗ୍ୟ ହେଲେ ୩୮୧୭ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୧୦ ହଜାର ୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
Another 3817 Covid patients have recovered and are being discharged on 06.10.2020
969 from Khordha
368 from Cuttack
151 from Bargarh
146 from Baleswar
135 from Nuapada
124 from Jagatsinghpur
122 from Anugul
118 from Sambalpur
110 from Sundargarh
106 from Kendrapara— H & FW Dept Odisha (@HFWOdisha) October 6, 2020
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୯୬୯ ଅଛନ୍ତି। ସେହିପରି କଟକରୁ ୩୬୮, ବରଗଡ଼ରୁ ୧୫୧, ବାଲେଶ୍ୱରରୁ ୧୪୬, ନୂଆପଡ଼ାରୁ ୧୩୫, ଜଗତସିଂହପୁରରୁ ୧୨୪, ଅନୁଗୋଳରୁ ୧୨୨, ସମ୍ବଲପୁରରୁ ୧୧୮, ସୁନ୍ଦରଗଡ଼ରୁ ୧୧୦, ବଲାଙ୍ଗିରରୁ ୯୩, ଯାଜପୁରରୁ ୯୧, ମୟୂରଭଞ୍ଜରୁ ୮୮, ପୁରୀରୁ ୮୮, କନ୍ଧମାଳରୁ ୮୬, କେନ୍ଦୁଝରରୁ ୮୬, ସୁବର୍ଣ୍ଣପୁରରୁ ୮୩, ଭଦ୍ରକରୁ ୮୨, ନୟାଗଡ଼ରୁ ୭୧, କଳାହାଣ୍ଡିରୁ ୬୯, ଝାରସୁଗୁଡ଼ାରୁ ୬୮, ନବରଙ୍ଗପୁରରୁ ୬୬, କୋରାପୁଟରୁ ୬୨, ଗଞ୍ଜାମରୁ ୫୬, ରାୟଗଡ଼ାରୁ ୫୦, ଢେଙ୍କାନାଳରୁ ୪୮, ବୌଦ୍ଧରୁ ୪୫, ମାଲକାନଗିରିରୁ ୩୪, ଗଜପତିରୁ ୨୪, ଦେବଗଡ଼ରୁ ୧୪ ଓ ଷ୍ଟେଟ୍ ପୁଲରୁ ୧୬୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।