ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, ଆଗରେ ଖୋର୍ଦ୍ଧା
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୭୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧ ଲକ୍ଷ ୭୦ ହଜାର ୧୯୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
Happy to share that with the discharge of another 4761 Covid patients today, Odisha touches another high in single day recovery of Covid cases.
The total recovered cases of Odisha now stand at 170193.
1173 from Khordha
411 from Cuttack
216 from Mayurbhanj
167 from Sundargarh— H & FW Dept Odisha (@HFWOdisha) September 26, 2020
ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩ ଜଣ ଅଛନ୍ତି। ସେହିପରି କଟକରୁ ୪୧୧, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡ଼ରୁୁ ୧୬୭, ଯାଜପୁରରୁ ୧୪୨, ବରଗଡ଼ରୁ ୧୪୧, ବାଲେଶ୍ୱରରୁ ୧୩୭, ନବରଙ୍ଗପୁରରୁ ୧୧୪, ପୁରୀରୁ ୧୦୯, ଜଗତସିଂହପୁରରୁ ୧୦୩, ସୁବର୍ଣ୍ଣପୁରରୁ ୧୦୩, କୋରାପୁଟରୁ ୧୦୨, ଅନୁଗୋଳରୁ ୧୦୧, ଢେଙ୍କାନାଳରୁ ୯୮, କଳାହାଣ୍ଡିରୁ ୯୭, ଝାରସୁଗୁଡ଼ାରୁ ୯୨, ସମ୍ବଲପୁରରୁ ୯୧, କେନ୍ଦୁଝରରୁ ୯୦, କନ୍ଧମାଳରୁ ୮୯, କେନ୍ଦ୍ରାପଡ଼ାରୁ ୮୯, ଭଦ୍ରକରୁ ୮୬, ମାଲକାନଗିରିରୁ ୬୬, ବଲାଙ୍ଗିରରୁ ୬୫, ବୌଦ୍ଧରୁ ୬୧, ଗଞ୍ଜାମରୁ ୫୬, ନୂଆପଡ଼ାରୁ ୫୩, ରାୟଗଡ଼ାରୁ ୫୧, ନୟାଗଡ଼ରୁ ୪୨, ଦେବଗଡ଼ରୁ ୧୬, ଗଜପତିରୁ ୧୩ ଓ ଷ୍ଟେଟ୍ ପୁଲ୍ରୁ ୫୮୭ ସୁସ୍ଥ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।