ମେଡିକାଲ କଲେଜ ନାମଲେଖାରେ ଅନିଶ୍ଚିତତା ପ୍ରତିବାଦ: ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା: ବାରିପଦା ମେଡିକାଲ କଲେଜରେ ନାମଲେଖା ଅନିଶ୍ଚିତତା ଲାଗି ରହିଛି। ଏହି ସମସ୍ୟା ଦୂର କରିବା ଦାବିରେ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ କରାଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ, ଆମ ଆଦମୀ ପାର୍ଟି, ଜିଲ୍ଲା ଓକିଲ ସଂଘ, ସିପିଆଇ ଓ ସିପିଆଇଏମ୍ ସମେତ ବହୁ ସଂଗଠନ ସାମିଲ ହୋଇଛନ୍ତି। ସକାଳୁ ସକାଳୁ ବିଭିନ୍ନ ସଂଗଠନ ପକ୍ଷରୁ ପିକେଟିଂ କରି ରାସ୍ତା ଅବରୋଧ କରାଯାଇଛି।

ବାରିପଦାରେ ନୂଆ କରି ପ୍ରତିଷ୍ଠା ହୋଇଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜରେ ଭିତ୍ତିଭୂମି ଓ ମେଡିକାଲର ସମସ୍ତ ନିର୍ମାଣ କାମ ସରିଥିଲେ ବି ଚଳିତବର୍ଷରୁ ଏଠାରେ ପାଠପଢା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏମସିଆଇ ଟିମ୍ ନିର୍ଦ୍ଧାରିତ ସମୟରେ ଆସି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ବି ଅନିଶ୍ଚିତତା ଲାଗି ରହିଛି।