କଣ୍ଟାବାଞ୍ଜି(ଓଡ଼ିଶା ରିପୋର୍ଟର): ପିଟିପିଟି ମାରିଦେଲେ। ଘଟଣା ଲୁଚାଇବାକୁ ଯୁବକଙ୍କ ମୃତ ଦେହକୁ ଗଛରେ ଟାଙ୍ଗି ଦେଲେ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହୁଲପାଟି ଗାଁ ପାଣ୍ଡେପଡାର ଏକ ଚାଷ ଜମି ନିକଟରୁ ମିଳିଛି ଏହି କ୍ଷତବିକ୍ଷତ ମୃତଦେହ। ତେବେ ଏହି ଯୁବକଙ୍କ ପରିଚୟ ମିଳିପାରିନି।
ତାଙ୍କୁ ଦୁର୍ବୃତ୍ତମାନେ ଗୋଟିଏ ସ୍ଥାନରେ ହତ୍ୟା କରିବା ପରେ ଅନ୍ୟସ୍ଥାନକୁ ନେଇ ଆତ୍ମହତ୍ୟା ରୂପ ଦେଇଛନ୍ତି। ଏକ କଳା ରଙ୍ଗର କପଡ଼ାରେ ମୃତ ଯୁବକଙ୍କ ବେକକୁ ବାନ୍ଧି ଗଛରେ ଟାଙ୍ଗି ଦେଇଛନ୍ତି। ଝୁଲି ଥିବା ମୃତଦେହର ଗୋଡ଼ ମାଟି ତଳେ ଲାଗି ରହିଥିଲା। ପିନ୍ଧି ଥିବା ସାର୍ଟରେ ପ୍ରବଳ ରକ୍ତ ଲାଗିଥିଲା।
ସନ୍ଧ୍ୟାରେ ତୁରେକେଲା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଏହି ଅଞ୍ଚଳରେ ଗୋଟିଏ ଦିନରେ ଦୁଇଟି ହତ୍ୟାକାଣ୍ଡ ଓ ଦୁଇଟି ଯାକ ଅଚିହ୍ନା ଯୁବକଙ୍କ ଶବ ମିଳିବା ଘଟଣା ଆଇନଶୃଙ୍ଖଳା ବିପର୍ଯ୍ୟୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଅସହାୟ ନବୀନ, ଆତ୍ମରକ୍ଷା ମୁଦ୍ରାରେ ପାଣ୍ଡିଆନ: ଭୁଶୁଡ଼ୁଛି ବିଜେଡି, ଆକ୍ରୋଶରେ ନେତା-କର୍ମୀ
ରାଜ୍ୟରେ ବିଜେପି କ୍ଷମତାରେ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ଯେଉଁ ଢଙ୍ଗରେ ରାଜ୍ୟସଭାରେ ଆତ୍ମସମର୍ପଣ କରିଛି ତାହା ଦଳର ଅସହାୟତାର ପ୍ରମାଣ ଦେଇଛି ।

Crime
ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି
ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି ।

Politics
ସରିଲା ବିଧାନସଭାର ଚର୍ଚ୍ଚିତ ଅଧିବେଶନ: କଂଗ୍ରେସକୁ ମହଙ୍ଗା ପଡ଼ିଲା ହଟ୍ଟଗୋଳ, ଥମିଗଲା ବିଜେଡି, ସରକାରଙ୍କ ରଣନୀତି ସଫଳ
ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏପ୍ରିଲ ମାର୍ଚ୍ଚ ୭ତାରିଖରୁ ଆରମ୍ଭ ହୋଇଥିଲା । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ଗୃହରେ ‘ନାରୀ ନିର୍ଯାତନା ପ୍ରସଙ୍ଗ’ରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଓ ଗୃହକମିଟି ଗଠନ ଦାବିରେ ହଟ୍ଟଗୋଳ ଜାରି ରଖିଥିଲେ ।

Miscellaneous
ଲଘୁ ଖଣିଜ ସମ୍ପଦର ମନଇଚ୍ଛା ଲୁଟ୍ : ୮୬୪କୋଟି ଟଙ୍କାର ରାଜସ୍ୱ ବାଟମାରଣା: ଡଙ୍କାରୀ ପାହାଡ଼ ଲୁଟେରାଙ୍କୁ ସୁରକ୍ଷା, ସିଏଜି ଖୋଲିଲେ ଗୁମର
୨୦୧୫-୨୨ ମସିହା ମଧ୍ୟରେ ଲଘୁ ଖଣିଜରୁ ମୋଟ ୨୯.୬୮.୭୫କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଅନିୟମିତତା ଓ ଦୁର୍ବଳ ବ୍ୟବସ୍ଥା ତଥା ତଦାରଖ ଅଭାବରୁ ରାଜ୍ୟକୁ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି ।

Crime
ଲଘୁ ଖଣିଜ ଚୋରି ପାଇଁ ବାଟ ଛାଡ଼ିଥିଲେ ଅଫିସର: ସିଏଜି
ତହସିଲଦାରମାନଙ୍କ ଅବହେଳାରୁ ଧର୍ମଶାଳା ଡଙ୍କାରୀ କଳାପଥର ଖଣିରୁ ଅନୁମତି ବାହାରେ 58.66 କୋଟି ଟଙ୍କାର ପଥର ଖୋଳି ନିଆଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ଏପର୍ଯ୍ୟନ୍ତ ଏହି ବକେୟା ଦେୟ ଆଦାୟ ହୋଇପାରିଲା ନାହିଁ।