ବିଧାନସଭା ଅଧିବେଶନ ପୂର୍ବରୁ କାଲି ହେବ ବିଧାୟକଙ୍କ କୋଭିଡ୍‌ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ପୂର୍ବରୁ ଆଜି ହୋଇଛି ସର୍ବଦଳୀୟ ବୈଠକ। ଏଥିରେ ଗୃହକାର୍ଯ୍ୟ କିଭଳି ହେବ ସେନେଇ ଆଲୋଚନା ହୋଇଛି। ୨୯ ତାରିଖ ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନର ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ।  ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ। ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା […]

odisha-assamble-1

odisha-assamble-1

Manoranjan Sial
  • Published: Friday, 25 September 2020
  • Updated: 25 September 2020, 03:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ପୂର୍ବରୁ ଆଜି ହୋଇଛି ସର୍ବଦଳୀୟ ବୈଠକ। ଏଥିରେ ଗୃହକାର୍ଯ୍ୟ କିଭଳି ହେବ ସେନେଇ ଆଲୋଚନା ହୋଇଛି। ୨୯ ତାରିଖ ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନର ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ।  ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ। ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ଓ ଦ୍ୱିତୀୟାର୍ଦ୍ଧରେ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ।

ଆସନ୍ତା କାଲି ସକାଳ ୮ଟାରୁ ବିଧାୟକଙ୍କ କୋଭିଡ୍ ପରୀକ୍ଷା ଆରମ୍ଭ ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। ତେବେ ରବିବାର ମଧ୍ୟ ଗୃହକାର୍ଯ୍ୟ ଚାଲିବ। ୧୪୫ ବିଧାୟକ ବସିବା ପାଇଁ ବ୍ୟବସ୍ଥା ହୋଇଛି।  ତଳମହଲା, ବାଚସ୍ପତି ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀରେ ବିଧାୟକ ବସିବେ। ବିଧାୟକମାନେ ବସିକି ପ୍ରଶ୍ନ ପଚାରିବେ। ମନ୍ତ୍ରୀ ମଧ୍ୟ ବସିକି ଉତ୍ତର ଦେବେ। ପ୍ରଶ୍ନକାଳ ସମୟରେ କଣ ଆଲୋଚନା ହେବ ସେନେଇ ଗୃହରେ ଆଲୋଚନା ହେବ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ବିଧାନସଭାରେ ସବୁ ବିଧାୟକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି। ଯେଉଁ ବରିଷ୍ଠ ବିଧାୟକ ବିଧାନସଭାକୁ ଆସିନପାରିବେ, ସେମାନେ ଲିଖିତ ଆକାରରେ ଦେଲେ ଜିଲ୍ଲାପାଳଙ୍କ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ବ୍ୟବସ୍ଥା କରାଯିବ।”

ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି-“ବିଧାନସଭା ପ୍ରଥମ ଦିନ ୧୧ରେ ଆରମ୍ଭ ହେବ। ବାକୁ ଦିନ ଗୁଡ଼ିକରେ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବାର ବ୍ୟବସ୍ଥା ହୋଇଛି। ବିଧାନସଭାରେ ବସିକି କହିବା ପାଇଁ କୁହାଯାଇଛି।”

କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି-“ସରକାର ତାଙ୍କ ନିଷ୍ପତ୍ତି ଉପରେ ମୋହର ମାରିବା ପାଇଁ ବୋଧହୁଏ ସର୍ବଦଳୀୟ ବୈଠକ ଡାକିଥିଲେ। ବିଧାନସଭାରେ ପ୍ରଶ୍ନ-ଉତ୍ତର କାର୍ଯ୍ୟକାର ବନ୍ଦ କରିବା କିମ୍ୱା ପୂର୍ବରୁ ଘୋଷଣା କରିବା ବେଆଇନ୍‌ ଓ ସମ୍ୱିଧାନ ବିରୋଧୀ। ଏହାକୁ ମୁଁ ନିନ୍ଦା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos