ଡାକ୍ତର ନୁହେଁ ସୈତାନ୍‌, ପ୍ରେମ ପାଇଁ କରିଥିଲା ନୃଶଂସ ହତ୍ୟା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନଙ୍କ ସହିତ ତୁଳନା କରାଯାଏ। ହେଲେ ସେହି ଦ୍ୱିତୀୟ ଭଗବାନ ସୈତାନ ସାଜିଲେ। ତାଙ୍କ ପ୍ରେମିକା(ନର୍ସ)କୁ ଭଲ ପାଉଥିବା ଜଣେ ଯୁବକୁ କ୍ଲିନିକକୁ ଡାକି ପ୍ରଥମେ ଇଞ୍ଜେକ୍‌ସନ୍‌ ଦେଇ ମାରିଦେଲେ। ପରେ ଅପରେସନ୍‌ ଛୁରିରେ ଅତି ବୀଭତ୍ସ ଭାବେ ମରଶରୀରକୁ ତିନି ଖଣ୍ଡ କରି ଅଲଗା ଅଲଗା ଜାଗାରେ ପୋତି ଦେଇଥିଲା ଅଭିଯୁକ୍ତ ହେଉଛନ୍ତି ଗାୟତ୍ରୀ କ୍ଲିନିକ୍‌ର ମୁଖ୍ୟ ଡାକ୍ତର ହୃଷିକେଶ ତ୍ରିପାଠୀ। ଗଞ୍ଜାମ ପୁଲିସ ମୃତଦେହ ଜବତ କରିବା […]

crime

crime

Manoranjan Sial
  • Published: Monday, 17 September 2018
  • Updated: 17 September 2018, 01:42 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନଙ୍କ ସହିତ ତୁଳନା କରାଯାଏ। ହେଲେ ସେହି ଦ୍ୱିତୀୟ ଭଗବାନ ସୈତାନ ସାଜିଲେ। ତାଙ୍କ ପ୍ରେମିକା(ନର୍ସ)କୁ ଭଲ ପାଉଥିବା ଜଣେ ଯୁବକୁ କ୍ଲିନିକକୁ ଡାକି ପ୍ରଥମେ ଇଞ୍ଜେକ୍‌ସନ୍‌ ଦେଇ ମାରିଦେଲେ। ପରେ ଅପରେସନ୍‌ ଛୁରିରେ ଅତି ବୀଭତ୍ସ ଭାବେ ମରଶରୀରକୁ ତିନି ଖଣ୍ଡ କରି ଅଲଗା ଅଲଗା ଜାଗାରେ ପୋତି ଦେଇଥିଲା ଅଭିଯୁକ୍ତ ହେଉଛନ୍ତି ଗାୟତ୍ରୀ କ୍ଲିନିକ୍‌ର ମୁଖ୍ୟ ଡାକ୍ତର ହୃଷିକେଶ ତ୍ରିପାଠୀ। ଗଞ୍ଜାମ ପୁଲିସ ମୃତଦେହ ଜବତ କରିବା ସହିତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

ପୂରା ଘଟଣା ଏମିତି। ଖଲ୍ଲିକୋଟ ବ୍ଲକ୍‌ ବାଉଁଶିଆ ଗ୍ରାମର ବିଷ୍ଣୁ ପ୍ରସାଦ ଗୌଡ଼ ଜଣେ ବ୍ୟାଙ୍କ ଏଜେଣ୍ଟ। ସେ ଗାୟତ୍ରୀ କ୍ଲିନିକ୍‌ର ଜଣେ ନର୍ସଙ୍କୁ ଭଲ ପାଉଥିଲେ! ଯାହାକୁ ଡାକ୍ତର ହୃଷିକେଶ ତ୍ରିପାଠୀ ମଧ୍ୟ ଭଲ ପାଉଥିଲେ। ବିଷ୍ଣୁଙ୍କ ଭଲ ପାଇବା ସମ୍ପର୍କରେ ଡାକ୍ତର ତ୍ରିପାଠୀ ଜାଣିପାରି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ସେଥିପାଇଁ କୌଶଳ କରି ବିଷ୍ଣୁକୁ ନିଜ କ୍ଲିନିକକୁ ଡାକି ଥିଲେ ଡାକ୍ତର ତ୍ରିପାଠୀ। ପ୍ରଥମେ ତାଙ୍କୁ ଏକ ବିଷାକ୍ତ ଇଞ୍ଜେକ୍‌ସନ୍‌ ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ନିଜ କ୍ଲିନିକରେ ଅପରେସନ ଅସ୍ତ୍ର ବ୍ୟବହାର କରି ତାର ଶବକୁ ତିନିଖଣ୍ଡ କରି କାଟି ଦେଇଥିଲେ। ତା’ପରେ ମୃତଦେହକୁ ତିନୋଟି ବସ୍ତାରେ ପୂରାଇ ତାଙ୍କର ଦୁଇ କର୍ମଚାରୀ - ବିଧାନ ସେଠୀ ଓ ଗଙ୍ଗା ବେହେରାଙ୍କ ସହଯୋଗରେ ଆମ୍ୱପୁଆ ନିକଟସ୍ଥ ବଡ଼ଗୁମୁଳାରେ ପୃଥକ୍‌ ପୃଥକ୍‌ ସ୍ଥାନରେ ପୋତି ଦେଇଥିଲେ।

ଏପଟେ ବିଷ୍ଣୁ ଘରକୁ ନଫେରିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା। ଏନେଇ ତାଙ୍କ ସ୍ତ୍ରୀ ନର୍ମଦା ଗୌଡ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ନର୍ମଦାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା।

ବିଷ୍ଣୁଙ୍କୁ ହତ୍ୟା କରାଯାଇଥିବାରୁ ତୁରନ୍ତ ଗାୟତ୍ରୀ କ୍ଲିନିକ୍‌ ଯାଇ ତଦନ୍ତ କରିବାକୁ ଫୋନ୍‌ରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନର୍ମଦାଙ୍କୁ କହିଥିଲେ।ପୁଲିସ ଏହି ଫୋନ୍‌ କଲ୍‌କୁ ଆଧାର କରି ତଦନ୍ତକୁ ଆଗକୁ ବଢ଼ାଇଥିଲା।

ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ସ୍ୱାଡ୍ ଗଠନ କରି ଛାନ୍‌ଭିନ୍‌ ଆରମ୍ଭ କଲା ଗଞ୍ଜାମ ପୁଲିସ। ପ୍ରଥମେ ଗାୟତ୍ରୀ କ୍ଲନିକ୍‌ର କର୍ମଚାରୀ ଗଙ୍ଗା ବେହେରାକୁ ଉଠାଇ ଆଣି ପଚରା ଉଚୁରା କରିଥିଲା। ଏ ସମ୍ପର୍କରେ ଡାକ୍ତର ହୃଷିକେଶ ଜାଣିପାରି ଫେରାର ହୋଇଯାଇଥିଲେ।

ଆଜି ସୋମବାର ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯିବା ପରେ ହତ୍ୟା ରହସ୍ୟ ଉପରୁ ପର୍ଦ୍ଦା ଉଠିଥିଲା। ସେହି କ୍ଲିନିକରେ କାର୍ଯ୍ୟ କରୁଥିବା ଜଣେ ନର୍ସର ପ୍ରେମକୁ ନେଇ ଏହି ହତ୍ୟା ଘଟଣା ଘଟିଥିବା ସ୍ପଷ୍ଟ ହୋଇଥିଲା। ସଂପୃକ୍ତ ନର୍ସକୁ ବିଷ୍ଣୁ ଗୌଡ ଓ ଡାକ୍ତର ହୃଷିକେଶ ଭଲ ପାଉଥିଲେ। ଯାହାକି ତ୍ରିକୋଣୀୟ ପ୍ରେମ ଥିଲା। ବିଷ୍ଣୁକୁ ସବୁଦିନ ପାଇଁ ରାସ୍ତାକୁ ହଟାଇ ଦେବାକୁ ଡାକ୍ତର ପ୍ରୟାସ କରିଥିବା ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଗ୍ଲୋବ, ଛୁରି ଓ ସାଲାଇନ୍‌ ବୋତଲ ପୁଲିସ ଜବତ କରିଛି। ସେପଟେ ଘଟଣାରେ ଅନ୍ୟଜଣେ ସହଯୋଗୀ ବିଧାନ ସେଠୀକୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ଦରକାର ପଡିଲେ ସଂପୃକ୍ତ ନର୍ସକୁ ମଧ୍ୟ ପଚରା ଉଚରା କରାଯିବ ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos