ଭୁବନେଶ୍ୱର: ଘରେ ପଶି ଡକାୟତି କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଡକାୟତି ଘଟଣାରେ ପୋଲିସ ୨ଜଣ ଡକାୟତଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଏମାନେ ୫୬ଟି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। କେବଳ ୨୦୧୫ରେ ୧୪ଟି ଡକାୟତି କରିଥିଲେ। ନିକଟରେ ଧଉଳି, ଫେ।ଖରୀପୁଟ, ଶିଶୁପାଳଗଡ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘରେ ପସି ଡକାୟତି କରିବା ଘଟଣାରେ ଏମାନଙ୍କର ସମ୍ପୃକ୍ତି ରହିଛି। ସେମାନଙ୍କଠାରୁ ୨୨୦ଗ୍ରାମ ସୁନା, ମୋବାଇଲ, ଲାପଟପ, ରୁପା ଆଦି ଜବତ କରାଯାଇଛି । ଗିରଫ ଦୁଇ ଡକାୟତ ଅସ୍ତରଙ୍ଗ ଅଞ୍ଚଳର। ଯୋଜନା ମୁତାବାକ ସେମାନେ ଘରେ ପସି ଡକାୟତି କରୁଥିବା ଜଣାପଡିଛି। ଏହି ରାକେଟର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ଥିବା ପୋଲିସ କହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।