ଆଇନର ଗୋଲକଧନ୍ଦା ଭିତରେ ବିଜେପୁର ନିର୍ବାଚନ: ବିଜେଡିର ଆଗୁଆ ପ୍ରସ୍ତୁତି, ବିରୋଧୀ କହିଲେ ନବୀନ ଭୟଭୀତ

ଭୁବନେଶ୍ୱର:ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ସବୁ ଦଳର ଫୋକସରେ ରହିଛି ବିଜେପୁର ଉପନିର୍ବାଚନ।  ନିଜ ସପକ୍ଷରେ ଜନମତ ସୃଦୃଢ଼ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଆରମ୍ଭ ହୋଇଗଲାଣି ସଜବାଜ।  ବିଜେପୁର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୧ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବରପାଲିରୁ ନିର୍ବାଚନ ବିଗୁଲ୍ ଫୁଙ୍କିବେ । ପ୍ରତ୍ୟେକ ପଂଚାୟତରୁ ନେତା, କର୍ମୀଙ୍କୁ ଏହି ସମାବେଶରେ ସାମିଲ କରି ବିଜେଡି ନିର୍ବାଚନ ବିଗୁଲ ଫୁଙ୍କିବ ।  ମୁଖ୍ୟମନ୍ତ୍ରୀ ଯିବା ପୂର୍ବରୁ ତିନୋଟି ବ୍ଲକ ବରପାଲି, ଗାଇସିଲଟ୍, ବିଜେପୁରରେ ବିଜେଡି କର୍ମୀମାନଙ୍କୁ ନେଇ ବୈଠକ କରି ଦଳ କେମିତି ଜିତିବ ସନେଇ ରଣନୀତି ଚୂଡ଼ାନ୍ତ କରାଯିବ।  ତା’ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳ ବ୍ୟାପକ ପଦଯାତ୍ରା କରିବ । ଅଶୋକ ପାଣିଗ୍ରାହୀ ବିଜେପିରେ ଯୋଗଦେବା ଦିନ ବିଜେପି ବରପାଲିରେ ଶକ୍ତି ପ୍ରଦର୍ଶନ କରିଥିଲା ।  ତାକୁ କାଉଣ୍ଟର କରିବାକୁ ବିଜେଡିରେ ଏଭଳି କାର୍ଯ୍ୟକ୍ରମ ବୋଲି ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ୍ ପ୍ରାର୍ଥୀ ଚୟନ ନେଇ ବ୍ଲକ୍ ସ୍ତରରେ କସରତ ଚଳାଇଛି।

କଂଗ୍ରେସର ସ୍ଥିତି କ’ଣ ଅଛି , କାହାକୁ ପ୍ରାର୍ଥି କଲେ ଭଲ ହେବେ ସେନେଇ  ଦଳର ପର୍ଯ୍ୟବେକ୍ଷକ ମଣ୍ଡଳୀ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି।   ତେବେ ପର୍ଯ୍ୟବେକ୍ଷକ ମଣ୍ଡଳୀରେ ଥିବା ବିଧାୟକ ନବ ଦାସ ଓ ବରିଷ୍ଠ ନେତା କିଶୋର ପଟେଲ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ବିଜେପୁର ଉପନିର୍ବାଚନ ନେଇ ଆଲୋଚନା କରିଛନ୍ତି । ସେପଟେ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥି କରିବା ଏକ ପ୍ରକାର ନିଶ୍ଚିତ।   ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି  । କହିଛନ୍ତି ନବୀନ ପଟ୍ଟନାୟକ ଭୟଭୀତ ହୋଇପଡ଼ିଛନ୍ତି। ସେଥିପାଇଁ ଆଗୁଆ ପ୍ରସ୍ତୁତି ଚାଲିଛି। ଏସବୁ ଭିତରେ ଅପେକ୍ଷା ରହିଛି ଆସନ୍ତାକାଲି ହାଇକୋର୍ଟରେ ହେବାକୁ ଥିବା ବିଜେପୁର ନିର୍ବାଚନ ମାମଲାର ଶୁଣାଣିକୁ।  ତାରି ଉପରେ ନିର୍ଭର କରୁଛି ଉପନିର୍ବାନ କେବେ ହେବ?

ସୂଚନା ଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ବିଜେପୁରରୁ ପ୍ରସନ୍ନ ଆଚାର୍ଯ୍ୟ ହାରିଯିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ମାମଲା ବିଚାରଧୀନ ଥିବାବେଳେ ସୁବଳ ସାହୁଙ୍କ ଦେହାନ୍ତ ହୋଇଛି।  ଏହି ମାମଲାକୁ ନେଇ ବିଜେପୁର ଉପନିର୍ବାଚନର ଭାଗ୍ୟ କଣ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି॥  ଆସନ୍ତାକାଲି ବିଜେପୁର ନିର୍ବାଚନ ନେଇ ହାଇକୋର୍ଟରେ ଶୁଣାଣି ରହିଛି ।

Ordigital Desk
• Published: Wednesday, 11 October 2017
• Updated: 11 October 2017, 09:34 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos