ବିଜେପୁର ଭୋଟରଙ୍କୁ ଏମିତି ଲୋଭ ଦେଖାଇଲେ ଅରୁଣ ସାହୁ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ ବିଜେଡି ବିରୋଧରେ ଆଦର୍ଶ&nbsp; ଆଚରଣ ବିଧିର ଉଲ୍ଲଘଂନ ଅଭିଯୋଗ। ବିଧାୟକ ଅରୁଣ ସାହୁ ପ୍ରଚାର&nbsp; ବେଳେ ଲୋକଙ୍କୁ ପ୍ରଲୋଭିତ କରି ଭୋଟ୍ ହାତେଇବାକୁ ଚେଷ୍ଟା କରିଥିବା ନେଇ&nbsp; ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପି। ଏକ&nbsp; ଭିଡିଓ ସିଡି ଦାଖଲ କରି ଦଳ ଅଭିଯୋଗ କରିଛି ଯେ, ବିଜେପୁର ବ୍ଲକ ଚାରପାଲି ପଞ୍ଚାୟତରେ ୭ ତାରିଖରେ ଏକ ସଭାରେ ଅରୁଣ ସାହୁ&nbsp; ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ କହିଥିଲେ, ଯେଉଁ ଗାଁରୁ ବିଜେଡି ପାଇଁ ଅଧିକ ଭୋଟ&nbsp; ଆସିବ, ସେହି ଗାଁକୁ ଅଧିକ ପୁରସ୍କାର ଦିଆଯିବ। ସେହିଭଳି ଚାଉଳ ଓ&nbsp; ବାର୍ଧକ୍ୟ ଭତ୍ତା ନେଇ ମଧ୍ୟ ସେ ଭୋଟରଙ୍କୁ ପ୍ରଲୋଭିତ କରିଥିବା ବିଜେପି&nbsp; ଅଭିଯୋଗ କରିଛି।&nbsp; ଅଭିଯୋଗ ନେଇ ଅରୁଣ ସାହୁଙ୍କ ସହ ଯୋଗାଯୋଗ&nbsp; କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ସେପଟେ&nbsp; ଗତକାଲି ଫେସବୁକରେ ଅପଲୋଡ୍ ହୋଇଥିବା ଏକ ଭିଡିଓକୁ ନେଇ ବିଜେପି&nbsp; ବିରୋଧରେ ମଧ୍ୟ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଥିଲା ବିଜେଡି। ଏହି&nbsp; ଭିଡିଓରେ ବିଜେଡିର ଦଳୀୟ ପତାକା ଓ ଚିହ୍ନ ରହିଥିବା ବେଳେ ବିଜେଡି ବିରୋଧରେ ନକାରାତ୍ମକ ପ୍ରଚାର କରାଯାଇଥିବା ଦଳ ଅଭିଯୋଗ କରିଥିଲା।</p>

Ordigital Desk
  • Published: Thursday, 08 February 2018
  • Updated: 08 February 2018, 08:22 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ ବିଜେଡି ବିରୋଧରେ ଆଦର୍ଶ&nbsp; ଆଚରଣ ବିଧିର ଉଲ୍ଲଘଂନ ଅଭିଯୋଗ। ବିଧାୟକ ଅରୁଣ ସାହୁ ପ୍ରଚାର&nbsp; ବେଳେ ଲୋକଙ୍କୁ ପ୍ରଲୋଭିତ କରି ଭୋଟ୍ ହାତେଇବାକୁ ଚେଷ୍ଟା କରିଥିବା ନେଇ&nbsp; ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପି। ଏକ&nbsp; ଭିଡିଓ ସିଡି ଦାଖଲ କରି ଦଳ ଅଭିଯୋଗ କରିଛି ଯେ, ବିଜେପୁର ବ୍ଲକ ଚାରପାଲି ପଞ୍ଚାୟତରେ ୭ ତାରିଖରେ ଏକ ସଭାରେ ଅରୁଣ ସାହୁ&nbsp; ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ କହିଥିଲେ, ଯେଉଁ ଗାଁରୁ ବିଜେଡି ପାଇଁ ଅଧିକ ଭୋଟ&nbsp; ଆସିବ, ସେହି ଗାଁକୁ ଅଧିକ ପୁରସ୍କାର ଦିଆଯିବ। ସେହିଭଳି ଚାଉଳ ଓ&nbsp; ବାର୍ଧକ୍ୟ ଭତ୍ତା ନେଇ ମଧ୍ୟ ସେ ଭୋଟରଙ୍କୁ ପ୍ରଲୋଭିତ କରିଥିବା ବିଜେପି&nbsp; ଅଭିଯୋଗ କରିଛି।&nbsp; ଅଭିଯୋଗ ନେଇ ଅରୁଣ ସାହୁଙ୍କ ସହ ଯୋଗାଯୋଗ&nbsp; କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ସେପଟେ&nbsp; ଗତକାଲି ଫେସବୁକରେ ଅପଲୋଡ୍ ହୋଇଥିବା ଏକ ଭିଡିଓକୁ ନେଇ ବିଜେପି&nbsp; ବିରୋଧରେ ମଧ୍ୟ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଥିଲା ବିଜେଡି। ଏହି&nbsp; ଭିଡିଓରେ ବିଜେଡିର ଦଳୀୟ ପତାକା ଓ ଚିହ୍ନ ରହିଥିବା ବେଳେ ବିଜେଡି ବିରୋଧରେ ନକାରାତ୍ମକ ପ୍ରଚାର କରାଯାଇଥିବା ଦଳ ଅଭିଯୋଗ କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos