ବିଜେପୁର ବାଜି: ହେବିୱେଟ୍‌ଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଜିଲା ବିଜେପୁର ଉପ-ନିର୍ବାଚନ ତାତି। ବିଜେପି ପରେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ। ସେପଟେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଗାଇସିଲଟ, ବିଜେପୁର ଓ ବରପାଲିରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ଆସନ୍ତାକାଲି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନାମାଙ୍କନ ଦାଖଲ କରିବେ।
ଶଙ୍ଖ ଧ୍ୱନୀ ସାଙ୍ଗକୁ ପାରମ୍ପାରିକ ବାଦ୍ୟରେ କମ୍ପୁଛି ପଦ୍ମପୁର ଟାଉନ୍ ପଡିଆ। ଏକାଠି ହୋଇଛନ୍ତି ବିଜେଡିର ହେଭିୱେଟ ନେତା। ସଭା ସରିବା ପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କର୍ମୀ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରୀତା ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ ସେଟ୍ ନାମାଙ୍କନପତ୍ର ଦାଖଲ କରିଥିଲେ।
ସେପଟେ ପ୍ରାର୍ଥିପତ୍ର ଦାଖଲ ପରେ ଆଜିଠୁ ପ୍ରଚାର ଅଭିଯାନକୁ ଓହ୍ଲାଇଛନ୍ତି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ। ଗାଇସିଲଟ ବ୍ଲକର ଗନିଆଁପାଲ୍ଲି ବୌଦ୍ଧ ବିହାର ମନ୍ଦିରରେ ପୂଜାର୍ଚ୍ଚନା ପରେ ଆରମ୍ଭ କରିଥିଲେ ପ୍ରଚାର। ଘରକୁ ଘର ବୁଲି ଭୋଟ୍ ମାଗିବା ସହ ପଥପ୍ରାନ୍ତ ସଭା ବି କରିଛନ୍ତି। ଅଶୋକଙ୍କ ସାଙ୍ଗରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଓ ସିନେଷ୍ଟାର ଶ୍ରୀତମ ଦାସ ମଧ୍ୟ ପ୍ରଚାରରେ ସାମିଲ ହୋଇ ବିଜେପୁର ଓ ବରପାଲି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଭିକ୍ଷା କରିଛନ୍ତି।
Ordigital Desk
• Published: Monday, 05 February 2018
• Updated: 05 February 2018, 07:46 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos