ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୧୯ବର୍ଷ ଧରି କ୍ଷମତାସୀନ ବିଜେଡି ଏବେ ନିଜର ରାଜନୀତିକ ଅପରିପକ୍ୱତାର ପ୍ରମାଣ ଦେବାରେ ଲାଗିଛି। ମୁଖ୍ୟ ନିର୍ବାଚନ କମିଶନର ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବାର ୨୪ ଘଣ୍ଟା ନପୂରୁଣୁ ଦେଶର ପ୍ରଥମ ରାଜନୀତିକ ଦଳ ଭାବେ ବିଜେଡି ଆଜି ଜାତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ନିଷ୍ପତ୍ତି ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି। ଖୋଲାଖୋଲି ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଆଜି ବିଜେଡି ଆଇଟି […]

bjd

bjd

Manoranjan Sial
  • Published: Monday, 11 March 2019
  • Updated: 11 March 2019, 07:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୧୯ବର୍ଷ ଧରି କ୍ଷମତାସୀନ ବିଜେଡି ଏବେ ନିଜର ରାଜନୀତିକ ଅପରିପକ୍ୱତାର ପ୍ରମାଣ ଦେବାରେ ଲାଗିଛି। ମୁଖ୍ୟ ନିର୍ବାଚନ କମିଶନର ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବାର ୨୪ ଘଣ୍ଟା ନପୂରୁଣୁ ଦେଶର ପ୍ରଥମ ରାଜନୀତିକ ଦଳ ଭାବେ ବିଜେଡି ଆଜି ଜାତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ନିଷ୍ପତ୍ତି ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି।

ଖୋଲାଖୋଲି ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଆଜି ବିଜେଡି ଆଇଟି ୱିଙ୍ଗ୍ ମୁଖ୍ୟ ଅମର ପଟ୍ଟନାୟକ ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ତୁଳନାରେ ଆନ୍ଧ୍ର ଓ ଗୁଜରାଟରେ ଅଧିକ ଆସନ ଥାଇ ମଧ୍ୟ ସେଠାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। କିନ୍ତୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଓଡ଼ିଶାରେ ମାଓବାଦୀ ସମସ୍ୟା ପାଇଁ ପୂର୍ବରୁ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାବେଳେ ପୂର୍ବ ତୁଳନାରେ ସ୍ଥିତି ଭଲ ଥାଇ ମଧ୍ୟ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଛି। ବିଜେପି ଦ୍ୱାରା ପ୍ରଭାବିତ ହୋଇ ମୁଖ୍ୟ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ନେଇଛନ୍ତି। ଯେଉଁଠି ବିଜେପି ଦୁର୍ବଳ ଅଛି, ସେଠି ଅଧିକ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ପ୍ରଦେଶ କଂଗ୍ରେସ ସଭାପତି ସଭାପତି ନିରଞ୍ଜନ ପଟ୍ଟନାୟକ “ନିର୍ବାଚନ ପ୍ରକ୍ରିୟା ଲମ୍ବା ହେବାରେ ଅସୁବିଧା କ’ଣ" ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଓଡ଼ିଶା ଇତିହାସରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ପ୍ରଥମଥର ହେଉଛି।” ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଲମ୍ବା ହେବାକୁ ନେଇ ଇସିଆଇଙ୍କ ବିଶ୍ୱସନୀୟତା ଉପରେ ବିଜେଡି ପ୍ରଶ୍ନ ଉଠାଇଥିଲେ ମଧ୍ୟ କଂଗ୍ରେସ ଏହାକୁ ସମର୍ଥନ କରିନି।

ଅବଶ୍ୟ, ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ଭୋଟଗ୍ରହଣକୁ ନେଇ ତୃଣମୂଳ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଛି। ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଫରିଦ୍ ହକିମ୍ କହିଛନ୍ତି ଯେ, “ଇସିଆଇଙ୍କୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ କେନ୍ଦ୍ର ସରକାର ବିଭ୍ରାନ୍ତ କରିଛନ୍ତି। ରମଜାନ ମାସରେ ଏତେ ଲମ୍ବା ପ୍ରକ୍ରିୟାରେ ଭୋଟଗ୍ରହଣ ମୁସଲିମ ଭାଇଭଉଣୀଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବାରେ ଅସୁବିଧା ହେବ। ମୁସଲିମଙ୍କ ଧାର୍ମିକ ପର୍ବ ପ୍ରତି ଇସିଆଇ ଦୃଷ୍ଟି ଦେବା ଉଚିତ୍ ଥିଲା। ତଥାପି ଦଳ ଏହା ସ୍ପଷ୍ଟ କରିଛି ଯେ, ଇସିଆଇ ହେଉଛନ୍ତି ସାମ୍ବିଧାନିକ ସଂସ୍ଥା, ତାଙ୍କ ପ୍ରତି ଆମର ସମ୍ମାନ ରହିଛି। ତାଙ୍କ ବିରୁଦ୍ଧରେ କୌଣସି ମତାମତ ଦେବାକୁ ଦଳ ଚାହୁଁନାହିଁ।”

କିନ୍ତୁ ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସିଧାସଳଖ ଇସିଆଇଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଯାଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଭାରତର ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତାର ସ୍ୱତନ୍ତ୍ର ପରିଚୟ ସମଗ୍ର ବିଶ୍ୱରେ ରହିଛି। ଇସିଆଇ କୌଣସି ପରିସ୍ଥିତିରେ ପ୍ରଭାବିତ ହୋଇଥିବାର ପ୍ରମାଣ ନାହିଁ। ୧୯୮୯ ମସିହାରେ ରାଜୀବ ଗାନ୍ଧି ସରକାର ତତକାଳୀନ ମୁଖ୍ୟ ନିର୍ବାଚନ କମିଶନର ଆରଭିଏସ୍ ପେରୀ ଶାସ୍ତ୍ରୀଙ୍କ କ୍ଷମତା ହ୍ରାସ କରି ନିଜ ପସନ୍ଦର ୨ଜଣ କମିଶନର ନିଯୁକ୍ତି ଦେଇଥିଲେ। ଯାହାକୁ ଶ୍ରୀ ଶାସ୍ତ୍ରୀ ବିରୋଧ କରିଥିଲେ ଓ ୧୯୯୦ ମସିହାରେ ନ୍ୟାସନାଲ ଫ୍ରଣ୍ଟ ସରକାର ଆସିବା ପରେ ସେହି ୨ଜଣ କମିଶନରଙ୍କୁ ବିଦା କରାଯାଇଥିଲା।

ସେହିପରି ୧୯୯୩ ମସିହାରେ ପି.ଭି.ନରସିଂହରାଓ ସରକାର ତତକାଳୀନ ସିଇସି ଟିଏନ୍ ଶେଷାନଙ୍କୁ ଚେକ୍ ଦେବାକୁ ୨ଜଣ କମିଶନର ନିଯୁକ୍ତି ଦେଇଥିଲେ ମଧ୍ୟ ତା’ର ଫଳ ଓଲଟା ହୋଇଥିଲା। ଶେଷାନ ନିର୍ବାଚନ କ୍ଷେତ୍ରରେ କରିଥିବା ସଂସ୍କାରର ସୁଫଳକୁ ଏବେ ପ୍ରଶଂସା କରାଯାଉଛି। ସେହିପରି ୨୦୦୨ ମସିହା ଦଙ୍ଗାରୁ ରାଜନୀତିକ ଫାଇଦା ଉଠାଇବାକୁ ତତକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ସରକାରକୁ ଆଗୁଆ ଭାଙ୍ଗିଦେଇ ନିର୍ବାଚନ କରିବାକୁ ଚାହୁଁଥିଲେ। କିନ୍ତୁ ତତ୍କାଳୀନ ସିଇସି ଜେଏମ୍ ଲିଙ୍ଗଡ଼ୋ ଏହା କରାଇ ଦେଇନଥିଲେ।

ତେଣୁ ପୂର୍ବରୁ ଇସିଆଇଙ୍କୁ ପ୍ରଭାବିତ କରିବା ପାଇଁ ହୋଇଥିବା ସମସ୍ତ ଉଦ୍ୟମ ବିଫଳ ହୋଇଥିବା ବେଳେ ତଥା ଇସିଆଇଙ୍କ ବିଶ୍ୱସନୀୟତା କାଏମ ଥିବାବେଳେ ବିଜେଡି ସିଧାସଳଖ ଅଭିଯୋଗ ଆଣି ନିଜର ଅପରିପକ୍ୱତାର ପରିଚୟ ଦେଇଥିବା ସାଧାରଣରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story